କେହି ଶୁଣିଲେନି; ରାସ୍ତା ମରାମତି କଲେ ଗାଁ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

କେହି ଶୁଣିଲେନି; ରାସ୍ତା ମରାମତି କଲେ ଗାଁ ଲୋକେ

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ଗାଁର ନାଁ ପଲସେନ। ଏହା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଅବସ୍ଥିତ। ଏହି ଗାଁରେ ପ୍ରାୟ ୭୦୦ ରୁ ୮୦୦ ଲୋକ ବସବାସ କରନ୍ତି। ପ୍ରାୟ ଲୋକ ଚାଷବାସ କିମ୍ୱା ମଜୁରୀ କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ହେଲେ ଆଜି ଯାଏ ଗାଁକୁ ଯିବା ଆସିବା ପାଇଁ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ। ଗାଁକୁ ଯିବା ପାଇଁ ହେଲେ  ଖାଲଖମା ରାସ୍ତା ଦେଇ ଯିବାକୁ ପଡ଼େ।

ଏହି ଗାଁକୁ ଯିବା ପାଇଁ ବହୁ ବର୍ଷ ତଳେ ରାସ୍ତାଟି ନିର୍ମାଣ କରାଯାଇଥିଲା। କିନ୍ତୁ ତାହା ଏବେ ମରଣାଯନ୍ତା ପାଲଟିଛି। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦୁଇ ବର୍ଷ ହେବ ବିଧାୟକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ମାସେ ତଳେ ବ୍ଲକ ତରଫରୁ ରାସ୍ତା ମରାମତି ପାଇଁ ବାଲି ଓ ମୋରମ ଆସି ପଡ଼ିଥିଲା। ହେଲେ ରାସ୍ତା ମରାମତି କାମ ଆରମ୍ଭ ହୋଇପାରିଲା ନାହିଁ।

ବର୍ଷା ଦିନ ହୋଇଥିବାରୁ ରାସ୍ତାରେ କାଦୁଅ ଭର୍ତ୍ତି ହେବା ସହ ଗ୍ରାମବାସୀ ଯାତାୟାତ କଲାବେଳେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଗାଡ଼ିମୋଟର ନେଇ ଯା’ଆସ କରିବା ମୁସ୍କିଲ ହୋଇଗଲା।  ଶେଷରେ ନିଜ ଉଦ୍ୟମରେ ଗତକାଲି ଗ୍ରାମବାସୀ ମୋରମ ଓ ବାଲି ପକାଇ ଗୋଟିଏ କିଲୋମିଟର ରାସ୍ତା ମରାମତି କରିଛନ୍ତି।

ଗାଁର ନୃପରାଜ ଜାଲ କହିଛନ୍ତି, “ଏହି ରାସ୍ତାଟି ପଲସେନ ଗାଁରୁ ବୁକୁରାମୁଣ୍ଡା ପଞ୍ଚାୟତକୁ ସଂଯୋଗ କରୁଛି। ଏହି ରାସ୍ତା ଉପରେ ୭୦୦ ରୁ ୮୦୦ ଲୋକ  ନିର୍ଭର କରୁଛନ୍ତି।  ରାସ୍ତାଟି ଭଲ ନଥିବାରୁ  ଆମ ଗାଁକୁ ଆମ୍ବୁଲାନ୍ସ  ଆସିପାରୁନାହିଁ। ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାରେ ବହୁତ ଅସୁବିଧା ହେଉଛି।”

ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାପ ମହମ୍ମଦ କହିଛନ୍ତି, ରାସ୍ତାକାମ ଶୀଘ୍ର ଆରମ୍ଭ କରିବାକୁ ଆମେ ସରପଞ୍ଚଙ୍କୁ କହିଛୁ। ଜେଇଙ୍କୁ ମଧ୍ୟ ଏହି ବିଷୟରେ ଜଣାଇଛୁ। ଖୁବଶୀଘ୍ର ରାସ୍ତାକାମ ଆରମ୍ଭ ହେବ।

 

The post କେହି ଶୁଣିଲେନି; ରାସ୍ତା ମରାମତି କଲେ ଗାଁ ଲୋକେ appeared first on Odisha Reporter.



from Odisha Reporter https://ift.tt/3yuXDts

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages