ଭାରତକୁ ଆଉ ଏକ ପଦକ, ବ୍ରୋଞ୍ଜ ଜିତିଲେ ସିଂହରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

ଭାରତକୁ ଆଉ ଏକ ପଦକ, ବ୍ରୋଞ୍ଜ ଜିତିଲେ ସିଂହରାଜ

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଛନ୍ତି ସିଂହରାଜ ଅଧାନା। ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି। ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ଜିତିଛି।

ଫାଇନାଲରେ ସିଂହରାଜ ୨୧୬.୮ ସ୍କୋର ସହ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି। ଏଥିସହ ଶୁଟିଂରେ ଭାରତ ଦ୍ୱିତୀୟ ପଦକ ହାତେଇଛି। ତାଙ୍କ ପୂର୍ବରୁ ମହିଳା ୧୦ ମିଟର୍ ରାଇଫଲ୍ ଏସଏସ୍-୧ ଇଭେଣ୍ଟରେ ଅବନୀ ଲେଖନା ଭାରତ ଖାତାରେ ସ୍ୱର୍ଣ୍ଣ ପଦକ ଦେଇଥିଲେ।

ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି ଚାଇନାର ଦୁଇ ଶୁଟର୍ ଚାଓ ୟାଙ୍ଗ ଓ ଜିଙ୍ଗ୍ ହୁଆଙ୍ଗ। ୟାଙ୍ଗ୍ ଫାଇନାଲରେ ୨୩୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ହୁଆଙ୍ଗ୍ ୨୩୭.୫ ସ୍କୋର ସହ ଦ୍ୱିତୀୟରେ ରହିଛନ୍ତି।

ଭାରତର ଆଉଜଣେ ଶୁଟର୍ ମନିଷ ନରୱାଲ ଭଲ ପ୍ରଦର୍ଶନ କରି ଇଭେଣ୍ଟର କ୍ୱାଲିଫାଇଙ୍ଗରେ ଶୀର୍ଷରେ ରହିଥିଲେ। ହେଲେ ସିଂହରାଜ କ୍ୱାଲିଫାଇଙ୍ଗରେ ଷଷ୍ଠ ସ୍ଥାନରେ ରହି ଫାଇନାଲରେ ସ୍ଥାନ ହାସଲ କରିଥିଲେ। କ୍ୱାଲିଫାଇଙ୍ଗରେ ମନିଷ ଚାଇନିଜ୍ ତାଇପେଇର ଲୁ ଜିଆଓଲଙ୍ଗଙ୍କ ସହ ଯୁଗ୍ମ ଭାବେ ୫୭୫ ସ୍କୋର ସହ ପ୍ରଥମ ସ୍ଥାନରେ ଥିଲେ। କିନ୍ତୁ ଫାଇନାଲରେ ମନିଷ ସମ୍ପୂର୍ଣ୍ଣ ନିରାଶ କରିଥିଲେ।

The post ଭାରତକୁ ଆଉ ଏକ ପଦକ, ବ୍ରୋଞ୍ଜ ଜିତିଲେ ସିଂହରାଜ appeared first on Odisha Reporter.



from Odisha Reporter https://ift.tt/38wc2e0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages