ନୂଆଦିଲ୍ଲୀ: ରିଲାଏନ୍ସ-ଫ୍ୟୁଚର ଗ୍ରୁପର ଡିଲକୁ ଦିଲ୍ଲୀ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଅନୁମତି ଦେଇଥିଲେ। ହେଲେ ସିଙ୍ଗାପୁରର Emergency Arbitrator (EA) ରାୟକୁ ଆଧାର କରି ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଆମେରିକାନ କମ୍ପାନୀ ଆମାଜନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଯାହାକି ଯୁକ୍ତିଯୁକ୍ତ ବୋଲି ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ତେଣୁ ରିଲାଏନ୍ସ-ଫ୍ୟୁଚର ଗ୍ରୁପ ଡିଲକୁ ଝଟକା ଲାଗିଛି। ଯାହାର ପ୍ରଭାବ ଏବେ ଶେୟାର ବଜାରରେ ଦେଖିବାକୁ ମିଳିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର ମୂଲ୍ୟ ୨ ପ୍ରତିଶତ କମିଥିବା ବେଳେ ଫ୍ୟୁଚର ଗ୍ରୁପର ମୂଲ୍ୟ ମଧ୍ୟ ଗତକାଲି ଅପେକ୍ଷା କମିଛି।
ଆଜି ସୁପ୍ରିମକୋର୍ଟ ଏହି ଦୁଇ ବଡ଼ କର୍ପୋରେଟ୍ ହାଉସର ଡିଲ ଉପରେ ରୋକ୍ ଲଗାଇବା ବେଳେ ସିଙ୍ଗାପୁରର Emergency Arbitrator (EA) ରାୟକୁ ଉଲ୍ଲେଖ କରିଛନ୍ତି। ଅକ୍ଚୋବରରେ EA ଶୁଣାଣି କରିବା ବେଳେ ଏହି ଡିଲ୍ ଉପରେ ରୋକ୍ ଲଗାଇଥିଲେ। ଏହି ନିଷ୍ପତ୍ତି ଭାରତ ପାଇଁ ମଧ୍ୟ ପ୍ରଯୁଜ୍ୟ ବୋଲି ଆମାଜନ କୋର୍ଟରେ କହିଥିଲା।
ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଆମାଜନ କହିଥିଲା ଯେ ଫ୍ୟୁଚର ଗ୍ରୁପର ମାଲିକ ବିୟାନି ପରିବାର। ଏହି ଗ୍ରୁପ ଅଧୀନରେ ରହିଛି ଫ୍ୟୁଚର କୁମ୍ପନ୍ସ କମ୍ପାନୀ। ଯେଉଁଥିରେ ଆମାଜନର ୪୯ ପ୍ରତିଶତ ଅଂଶଧନ ବା ଶେଆର ରହିଛି। ଆମାଜନ ଏବଂ ଫ୍ୟୁଚର ଗ୍ରୁପ୍ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଯଦି କମ୍ପାନୀ ବିକ୍ରି ହୁଏ ତେବେ ଆମାଜନକୁ କିଣିବା ପାଇଁ ପ୍ରଥମ ଅଧିକାର ରହିଛି। ହେଲେ ରିଲାଏନ୍ସ-ଫ୍ୟୁଚର ଗ୍ରୁପ୍ ଡିଲରେ ଏହା ପାଳନ କରାଯାଇ ନାହିଁ।
କହି ରଖୁଛୁ ଫ୍ୟୁଚର ଗ୍ରୁପ ଏବଂ ରିଲାଏନ୍ସ ମଧ୍ୟରେ ୨୪ ହଜାର କୋଟି ଟଙ୍କାର ଡିଲ୍ ହୋଇଥିଲା। ହେଲେ ଫ୍ୟୁଚର ଗ୍ରୁପରେ ଆମାଜନର ଶେୟାର ରହିଛି। ତେଣୁ ଏପରି ଡିଲକୁ ଆମାଜନ ବିରୋଧ କରିଥିଲା। ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏହି ପ୍ରସଙ୍ଗରେ କୋର୍ଟରେ ଫ୍ୟୁଚର ଗ୍ରୁପର ପକ୍ଷ ରଖିଥିବା ବେଳେ ଆମାଜନ ପାଇଁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍ ପକ୍ଷ ରଖିଥିଲେ।
ସୂଚନାଯୋଗ୍ୟ, ଫ୍ୟୁଚର ଗ୍ରୁପର ମାଲିକ କିଶୋର ବିୟାନି ଦେବାଳିଆ ହେବା ପରେ ରିଲାଏନ୍ସକୁ ତାଙ୍କ କମ୍ପାନୀ ବିକ୍ରି କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦେଶର ଅନ୍ୟତମ ଅଗ୍ରଣୀ ରିଟେଲ୍ କମ୍ପାନୀ ରିଲାଏନ୍ସ ସହିତ ୨୦୧୯ରେ ମୋଟ୍ ୨୪ ହଜାର କୋଟିର ଡିଲ୍ ହୋଇଥିଲା। ସାରା ଦେଶରେ ଫ୍ୟୁଚର ଗ୍ରୁପର ୧୭୦୦ରୁ ଅଧିକ ଶପିଂ ମଲ୍ (ବିଗ୍ ବଜାର, ପାଣ୍ଟାଲୁନ୍) ରହିଛି। ଯଦି ରିଲାଏନ୍ସ ଏହି କମ୍ପାନୀକୁ କିଣିବ ତାହେଲେ ବଜାରରେ ତାର ଅଧିକ କାରବାର ବଢିବ। ଅନ୍ୟପଟେ ଆମାଜନ ମଧ୍ୟ ବିଗ୍ ବଜାର ଭଳି ବ୍ୟବସାୟ କରୁଛି କିନ୍ତୁ ଇ-କମର୍ସ ସାଇଟରେ। ତେଣୁ ସେ ଯଦି ଏବେ ଫ୍ୟୁଚର ଗ୍ରୁପକୁ କିଣିବ ତାହେଲେ ବଜାରରେ ଥିବା ଫ୍ୟୁଚର ଗ୍ରୁପର ବ୍ୟବସାୟକୁ ଆମାଜନ ଅକ୍ତିଆର କରିବ।
The post ରିଲାଏନ୍ସ-ଫ୍ୟୁଚର ଗ୍ରୁପ ଡିଲକୁ ‘ସୁପ୍ରିମ୍’ ଝଟକା, ଆମାଜନର ବଡ଼ ବିଜୟ appeared first on Odisha Reporter.
from Odisha Reporter https://ift.tt/3lBqnxD
No comments:
Post a Comment