କୋଲାକାତା: ବିଜେପି ନେତା ରାଜୀବ ବାନାର୍ଜୀ ପୁଣିଥରେ ଟିଏମସିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ଶୁକ୍ରବାର ଅପରାହ୍ନରେ ଟିଏମସିର ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ରାଜୀବ ଭେଟିଥିଲେ। ଏହାପରେ ରାଜୀବ ଖୁବଶୀଘ୍ର ବିଜେପିକୁ ବାଏ ବାଏ କହି ଟିଏମସିରେ ସାମିଲ୍ ହେବେ ବୋଲି ସୂଚନା ରହିଛି। ହେଲେ ରାଜୀବ କିମ୍ୱା ଟିଏମସି ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ରାଜୀବ ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ୩୦ ମିନିଟ୍ ଧରି ବୈଠକ ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ ବିଜେପି ଛାଡ଼ି ଟିଏମସିରେ ସାମିଲ୍ ହୋଇଛନ୍ତି ବିଧାୟକ ମୁକୁଲ ରୟ। ଯିଏକି ବିଜେପିରେ ସାମିଲ୍ ହେବା ପୂର୍ବରୁ ଟିଏମସିରେ ଥିଲେ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଟିକେଟ୍ ମିଳିନପାରେ ଭାବି ରାଜୀବ ବାନାର୍ଜୀ ବିଜେପିରେ ସାମିଲ୍ ହୋଇ ଯାଇଥିଲେ। ସେ ଦୋମଜୁର ବିଧାନସଭା ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଟିଏମସି ପ୍ରାର୍ଥୀଙ୍କ ପାଖରୁୁ ସେ ପରାଜିତ ହୋଇଥିଲେ। ଏହାପରେ ରାଜୀବ ବିଜେପି ପାଖରୁ ଦୂରେଇବା ଆରମ୍ଭ କରିଥିବା ସୂଚନା ରହିଛି। ନିକଟରେ ବିଜେପି ଟିକେଟରେ ନିର୍ବାଚନ ଜିତି ବିଧାୟକ ହୋଇଥିବା ମୁକୁଲ ରୟ ମଧ୍ୟ ଟିଏମସିକୁ ଫେରିଯାଇଛନ୍ତି। ଏହାପରେ ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ନେତାମାନେ ପୁଣିଥରେ ଟିଏମସି ମୁହାଁ ହୋଇଥିବା ସୂଚନା ରହିଛି।
ତେବେ ଅଭିଷେକଙ୍କୁ ଭେଟିବା ପୂର୍ବରୁ ରାଜୀବ ବାନାର୍ଜୀ ଜୁନ୍ ୧୨ରେ ଟିଏମସି ନେତା କୁନାଲ ଘୋଷଙ୍କୁ ଭେଟିଥିଲେ। ଏହପରେ ମମତାଙ୍କ ଅନ୍ୟତମ ବିଶ୍ୱସ୍ଥ ତଥା ମମତା ସରକାରରେ ମନ୍ତ୍ରୀ ରହିଥିବା ପାର୍ଥ ଚାଟାର୍ଜୀଙ୍କୁ ଅଭିଷେକ ଜୁନ୍ ୧୩ରେ ଭେଟିଥିଲେ।
ତେବେ କୁନାଲ ଘୋଷ ରାଜୀବଙ୍କ ସହ ଏହି ଭେଟଘାଟକୁ ସୌଜନ୍ୟମୂଳକ ସାକ୍ଷାତ କହିଥିଲେ। ସେହିପରି ପାର୍ଥ ଚାଟାର୍ଜୀଙ୍କ ମାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ସୌଜନ୍ୟତା ଦୃଷ୍ଟିରୁ ରାଜୀବ ପାର୍ଥଙ୍କୁ ଭେଟିଥିଲେ ବୋଲି ଟିଏମସି ନେତା କହିଛନ୍ତି। ଏହି ଭେଟଘାଟ ବେଳେ କୌଣସି ରାଜନୀତିକ ଚର୍ଚ୍ଚା ହୋଇନି।
The post ଅଭିଷେକ ବାନାର୍ଜୀଙ୍କୁ ଭେଟିଲେ ବିଜେପି ନେତା ରାଜୀବ ବାନାର୍ଜୀ appeared first on Odisha Reporter.
from Odisha Reporter https://ift.tt/3jpmtFi
No comments:
Post a Comment