ବିଜେପି ଉପନିର୍ବାଚନରେ ବିଜୟୀ ହେବ: ଟିଏମସି ନେତା ମୁକୁଲ ରୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 6, 2021

ବିଜେପି ଉପନିର୍ବାଚନରେ ବିଜୟୀ ହେବ: ଟିଏମସି ନେତା ମୁକୁଲ ରୟ

କୋଲକାତା: ନିକଟରେ ବିଜେପି ଛାଡ଼ି ଟିଏମସିରେ ସାମିଲ ହୋଇଛନ୍ତି ମୁକୁଲ ରୟ। ଯିଏକି ବିଜେପିର କ୍ରିଷ୍ଣାନଗର ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଯଦିଓ ମୁକୁଲ ଦଳ ଛାଡ଼ିଛନ୍ତି ହେଲେ ବିଧାୟକ ପଦରୁ ଇସ୍ତଫା ଦେଇ ନାହାନ୍ତି। ତେଣୁ ବିଜେପି ପ୍ରତି ମୁକୁଲଙ୍କର ଏବେ ବି ଦୁର୍ବଳତା ଥିବା ଜଣାପଡ଼ିଛି। ବିଭିନ୍ନ ସମୟରେ ସେ ଏବେ ବି ବିଜେପି ବାବଦରେ ଚିନ୍ତା କରୁଥିବା ଜଣାପଡ଼ିଛି ଯେତେବେଳେ ସେ କହିଛନ୍ତି ଉପନିର୍ବାଚନ ହେଲେ ବିଜେପି ବିଜୟୀ ହେବ। ତେବେ ମୁକୁଲଙ୍କ ଏପରି ମତକୁ ବିଜେପି ଅଭିନନ୍ଦନ ଜଣାଇଛି। ଇଚ୍ଛା ନଥିଲେ ବି ମୁକୁଲ ସତ କଥା କହିଛନ୍ତି ବୋଲି ବିଜେପି କହିଛି।

ଟିଏମସି ଅଫିସରେ ମୁକୁଲ ରୟ ମିଡିଆକୁ ପ୍ରତିକ୍ରିୟା ଦେବା ବେଳେ କହିଛନ୍ତି, ବିଜେପି ଉପନିର୍ବାଚନରେ ବିଜୟୀ ହେବ। ଏଥିସହ ତ୍ରିପୁରାରେ ମଧ୍ୟ ବିଜୟୀ ହେବ। ଏଥିରେ କୌଣସି ସନ୍ଦେହ ନାହିଁ।

ତେବେ ମୁକୁଲଙ୍କ ମୁହଁରୁ ହଠାତ୍ ଏଭଳି ପ୍ରତିକ୍ରିୟା ଶୁଣିବା ପରେ ଉପସ୍ଥିତ ରିପୋର୍ଟର ହତବାକ୍ ହୋଇଯାଇଥିଲେ। ଏହାପରେ ମୁକୁଲ ସଙ୍ଗେସଙ୍ଗେ ନିଜ ମତ ବଦାଳଇ ଦେଇ ନିଜ ମତର ସଂଶୋଧନ କରିଥିଲେ। ଉପନିର୍ବାଚନରେ ଟିଏମସି ଜିତିବ ଏଥିରେ କୌଣସି ସନ୍ଦେହ ନାହିଁ। ବିଜେପି ରାଜ୍ୟରେ ମାଟି କାମୁଡିବ। ‘ମା ମାଟି ମାନୁଷ’ ଦଳ ଟିଏମସି ରାଜ୍ୟରେ ଉପନିର୍ବାଚନ ସହିତ ତ୍ରିପୁରାରେ ବିଜୟୀ ହେବ ବୋଲି ମୁକୁଲ ସଂଶୋଧନ କରି କହିଥିଲେ।

ସୂଚନାଯୋଗ୍ୟ, ମୁକୁଲ ରୟ ଟିଏମସିର ସାଂସଦ ଭାବରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ୟୁପିଏ ସରକାରରେ କେନ୍ଦ୍ର ରେଳମନ୍ତ୍ରୀ ହୋଇଥିଲେ। ହେଲେ ମମତାଙ୍କ ସହ ମତାନ୍ତର ହେବା ପରେ ୨୦୧୮ରେ ସେ ଟିଏମସି ଛାଡି ବିଜେପିରେ ସାମିଲ୍ ହୋଇଥିଲେ। ବିଜେପି ତାଙ୍କୁ ଦଳରେ ଜାତୀୟ ଉପାଧ୍ୟକ୍ଷ ପଦରେ ବସାଇଥିଲା। ଏହାପରେ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ବିଜେପିର ସେ ମଙ୍ଗ ଧରିଥିଲେ। ବିଜେପି ଭଲ ରେଜଲ୍ଟ ମଧ୍ୟ କରିଥିଲା। ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରୁ ମଧ୍ୟ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ପରେ କିନ୍ତୁ ସେ ବିଜେପିକୁ ବାଏ ବାଏ କହି ଟିଏମସିରେ ସାମିଲ୍ ହୋଇଛନ୍ତି। ହେଲେ ବିଧାୟକ ପଦରୁ ଇସ୍ତଫା ଦେଇ ନାହାନ୍ତି। ଯାହାକୁ ନେଇ ବିବାଦ ଚାଲିଛି।

The post ବିଜେପି ଉପନିର୍ବାଚନରେ ବିଜୟୀ ହେବ: ଟିଏମସି ନେତା ମୁକୁଲ ରୟ appeared first on Odisha Reporter.



from Odisha Reporter https://ift.tt/3itRA3x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages