କେନ୍ଦୁଝର(ପ୍ରଣୟ ପାଣି): ଆଜିଠୁ ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର । ସକାଳୁ ସକାଳୁ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ୭ଟା ୩୦ରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ । କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ରହିଛି । ଭକ୍ତମାନେ ମାସ୍କ ପିନ୍ଧି ମନ୍ଦିର ପ୍ରବେଶ କରିବେ ଏବଂ ମା’ଙ୍କୁ ଦର୍ଶନ କରିପାରିବେ ।
କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବା ଲାଗି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ମନ୍ଦିର ବେଢାରେ ଏକକାଳୀନ ୩୦ରୁ ଅଧିକ ଭକ୍ତ ରହିପାରିବେନି । ଦୈନିକ ଦୁଇଟି ପର୍ଯ୍ୟାୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ ।
ପ୍ରଥମ ପର୍ଯ୍ୟାୟ ସକାଳ ୭.୩୦ରୁ ୧୨. ୩୦ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ ସୁଯୋଗ ମିଳିବ। ମନ୍ଦିର ଭିତରେ କୌଣସି ଭୋଗ ଅର୍ଥାତ ନଡିଆ, ଦୀପ, ଧୂପ ଇତ୍ୟାଦି ଲାଗି କରାଯିବନାହିଁ। କେବଳ ଭକ୍ତମାନେ ମା’ ଙ୍କ ଦର୍ଶନ କରିପାରିବେ। ଏଥିସହିତ କୌଣସି ଭକ୍ତ ପାଦୁକା ସେବନ କରିପାରିବେ ନାହିଁ। ସିନ୍ଦୂର ଓ ଚନ୍ଦନ ପୂଜକଙ୍କୁ ମାଗିପାରିବେନାହିଁ।
ମା’ ତାରିଣୀ ମନ୍ଦିରକୁ ୧୦ ବର୍ଷରୁ କମ୍ ବୟସର ପିଲା ଓ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଭକ୍ତ ପ୍ରବେଶ କରି ପାରିବେନାହିଁ। ବର୍ତ୍ତମାନ ଚୁଳ ସମର୍ପଣ ବନ୍ଦ କରାଯାଇଛି। ମା’ ତାରିଣୀ ମନ୍ଦିରରେ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ଭୋଗ ପାର୍ସଲ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ। ୫ ନମ୍ୱର ଗେଟ୍ରେ ଗାଡ଼ି ପୂଜା କରିବାକୁ ଅନୁମତି ଦିଆଯାଇଛି। ମା’ ତାରିଣୀ ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ଗୁଡିକ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ। ମା’ଙ୍କର ସକାଳ ଆଳତୀ, ଅନ୍ନ ପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ ଆଳତୀରେ ସାଧାରଣ ଭକ୍ତଙ୍କ ଉପସ୍ଥିତି ବାରଣ କରାଯାଇଛି। ତେବେ ଆସନ୍ତା ୧୬ ତାରିଖରେ ଶ୍ରାବଣ ମାସ ସୋମବାର କାରଣରୁ ମନ୍ଦିର ପରିସରରେ ଥିବା ଶିବ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟି।
ତାରିଣୀ ମନ୍ଦିର ସହ କେନ୍ଦୁଝରର ଶ୍ରୀବଳଦେବଜୀଉ ମନ୍ଦିର ମଧ୍ୟ ଆଜିଠୁ ଭକ୍ତଙ୍କ ଲାଗି ଖୋଲୁଛି । ସେହିଭଳି କେନ୍ଦୁଝର ଜିଲ୍ଲାର ଅନ୍ୟ ସବୁ ଧର୍ମାନୁଷ୍ଠାନ ମଧ୍ୟ ଖୋଲୁଛି । ତେବେ ସୋମବାର ଦିନ ଜିଲ୍ଲାର ସବୁ ଶୈବପୀଠକୁ ଭକ୍ତଙ୍କୁ ବାରଣ କରାଯାଇଛି।
The post ଆଜିଠୁ ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର, ହୋଇପାରିବନି ଭୋଗ appeared first on Odisha Reporter.
from Odisha Reporter https://ift.tt/2VIX9lr
No comments:
Post a Comment