କୋଲକାତା: ଯେଉଁ ନିର୍ବାଚନୀ ହିଂସାକୁ ମମତା ସରକାର ବାଁରେଇ ଦଉଥିଲେ ଏବେ ସେଇ ଅଭିଯୋର ତଦନ୍ତ କରିବ ସିବିଆଇ। ତା’ପୁଣି କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ। ଖାଲି ଏତିକି ନୁହେଁ ହିଂସାର କାରଣ ଜାଣିବାକୁ ହାଇକୋର୍ଟ ଏକ ଏସ୍ଆଇଟି ଟିମ୍ ମଧ୍ୟ ଗଠନ କରିଛନ୍ତି। ଆଜି କୋର୍ଟ ଏହି ରାୟ ଦେବାବେଳେ ପଶ୍ଚିମବଙ୍ଗ ସରକାର ସିବିଆଇ ତଦନ୍ତକୁ ବିରୋଧ କରିଥିଲେ। କିନ୍ତୁ କୋର୍ଟ ସରକାରଙ୍କ ପକ୍ଷକୁ ଖାରଜ କରି ସିବିଆଇ ହାତକୁ ଏହି ମାମଲା ଟେକି ଦେଇଛନ୍ତି।
ଆଜି କୋଲକାତା ହାଇକୋର୍ଟରେ ନିର୍ବାଚନୀ ବେଳେ ଯେଉଁ ହିଂସା ହୋଇଥିବା ତାକୁ ନେଇ ଶୁଣାଣି ହୋଇଛି। ଏହି ମାମଲାରେ ନିଷ୍ପକ୍ଷ ଯାଞ୍ଚ କରିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଏହି ମାମଲାର ଯାଞ୍ଚ ଏବେ ସିବିଆଇ କରିବ। ଏଥିସହ ସ୍ପେଶାଲ ଇନ୍ଭେଷ୍ଟିଗେସନ ଟିମ୍ ବା ଏସ୍ଆଇଟି ମଧ୍ୟ ଗଠନ ହେବ। କୋଲକାତା ପୁଲିସ କମିଶନର ସୋମେନ ମିଶ୍ରଙ୍କ ସମେତ ଅନ୍ୟ ଦୁଇ ଜଣ ଏହି ଏସ୍ଆଇଟି ଟିମ୍ରେ ରହିବେ। ଯାଞ୍ଚ କମିଟି ନିଜ ରିପୋର୍ଟ ହାଇକୋର୍ଟକୁ ଦେବେ। କୋଲକତା ହାଇକୋର୍ଟଙ୍କ ଏଭଳି ନିଷ୍ପତି ଆସିବା ପରେ ମମତା ସରକାରଙ୍କୁ ଶକ୍ତ ଝଟ୍କା ଲାଗିଥିବା କୁହାଯାଉଛି।
ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଅଗଷ୍ଟ ୩ ତାରିଖରେ କୋଲକାତା ହାଇକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ହିଂସା ସମ୍ବନ୍ଧୀୟ ଆବେଦନ ଉପରେ ନିଜ ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ତାଙ୍କ ନିଷ୍ପତି ଶୁଣାଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ ରାଜ୍ୟ ମାନବ ଅଧିକାର ରିପୋର୍ଟକୁ ସ୍ୱୀକୃତି ଦେଇଛନ୍ତି। ହିଂସା ଘଟଣାର ଅନୁସନ୍ଧାନ ପାଇଁ ଗଠିତ ଏସଆଇଟି ଏହାର ରିପୋର୍ଟ ହାଇକୋର୍ଟର ଡିଭିଜନ୍ ବେଞ୍ଚରେ ଦାଖଲ କରିବ। ଯଦି ଅନ୍ୟ କୌଣସି ଅଭିଯୋଗ ଅଛି, ତେବେ ଏହାକୁ ଡିଭିଜନ୍ ବେଞ୍ଚ ଆଗରେ ଆଣିବାକୁ ପଡିବ। ଏହା ସହିତ ହିଂସା ପୀଡିତମାନଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଏହି ମାମଲାର ତଦନ୍ତ ଏନ୍ଏଚ୍ଆର୍ସିକୁ ଦିଆଯାଇଥିଲା। ଏହି ମାମଲାରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନଏଚଆରସି ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିସାରିଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସରକାରଙ୍କ ସହମତି ବିନା କେନ୍ଦ୍ର ସରକାର କୌଣସି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ରାଜ୍ୟ ସରକାର ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କିନ୍ତୁ କୋର୍ଟ ଯଦି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତି ତେବେ ରାଜ୍ୟ ସରକାରଙ୍କୁ ତାହା ମାନିବାକୁ ପଡ଼ିବ। ଏବେ ମମତା ସରକାର କୋଲକାତା ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟ ଯିବେ କି ନଯିବେ ତାହା ଦେଖିବାର କଥା।
The post ହାଇକୋର୍ଟରେ ମମତା ସରକାରଙ୍କୁ ଝଟ୍କା: ନିର୍ବାଚନୀ ହିଂସାର ଯାଞ୍ଚ କରିବ ସିବିଆଇ appeared first on Odisha Reporter.
from Odisha Reporter https://ift.tt/3AU1bqK
No comments:
Post a Comment