ମୁମ୍ୱାଇ: ୟୁପିଏସସି ପାଠ୍ୟକ୍ରମରେ ବିଭ୍ରାନ୍ତିକର ସୂଚନା ଦେଇ ଫସିଗଲେ BYJU’S ଆପ୍ସ କମ୍ପାନୀର ମାଲିକ ରବିନ୍ଦ୍ରନ। ତାଙ୍କ ବିରୋଧରେ ମୁମ୍ୱାଇ ପୁଲିସ ଅପରାଧୀକ ମାମଲା ରୁଜୁ କରିଛି। ମୁମ୍ୱାଇର ଆରେ ପୁଲିସ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ୧୨୦ (ବି) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୯ (ଏ) ଅନୁଯାୟୀ ଏଫଆଇଆର ଦାଖଲ କରିଛି। ଏଫଆଇଆରରେ କମ୍ପାନୀ ମାଲିକଙ୍କ ନାମ ରହିଛି।
ଅଭିଯୋଗ ଅନୁଯାୟୀ BYJU’S ଆପ୍ସ ତାର ୟୁପିଏସସି ପାଠ୍ୟକ୍ରମରେ କହିଛି ଯେ ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) United Nations Convention against Transnational Organised Crime (UNTOC)ର ଏକ ନୋଡାଲ ଏଜେନ୍ସି। ହେଲେ ଅସଲରେ ସିବିଆଇ ୨୦୧୬ରେ ଏହି ପ୍ରସଙ୍ଗରେ ଲିଖିତ ଭାବେ କହିଥିଲା ଯେ ସେମାନେ UNTOCର ନୋଡାଲ ଏଜେନ୍ସି ନୁହଁନ୍ତି। ଆରେ ପୁଲିସର ସୂଚନାନୁସାରେ କ୍ରିମିନୋଲଜି ଫାର୍ମା, କ୍ରାଇମୋଫୋବିଆର ଏପରି ଅଭିଯୋଗ କ୍ରମେ ଏହି ଏଫଆଇଆର ରୁଜୁ ହୋଇଛି।
ଅଭିଯୋଗକାରୀ ହେଉଛନ୍ତି କ୍ରାଇମୋଫୋବିଆର ପ୍ରତିଷ୍ଠାତା ସ୍ନେହିଲ ଧଳ। ସେ BYJUର UPSCମେ ମାସ ପାଠ୍ୟକ୍ରମରେ ସିବିଆଇ ବାବଦରେ ଭୁଲ ସୂଚନା ଦିଆଯାଇଛି ବୋଲି ହୃଦବୋଧ କରିଥିଲେ। UNTOC (ଭାରତ) ବାବଦରେ BYJU ଆପ୍ସରେ ଭୁଲ ଲେଖା ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ମନରେ ଉଠିଥିବା ସନ୍ଦେହ ଦୂର କରିବା ପାଇଁ ସେ BYJUକୁ ଏକ ଇମେଲ କରିଥିଲେ। ଆଉ ଜବାବରେ BYJU ଗୃହ ମନ୍ତ୍ରାଳୟର ଏକ ଚିଠି ଦେଖାଇଥିଲା। କିନ୍ତୁ ଏହି ଚିଠି ୨୦୧୨ ମସିହାର ଥିଲା। ତେଣୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଏଫଆଇଆର ଦେଇଛି। ସ୍ନେହିଲ ଧଳ କହିଛନ୍ତି ୨୦୧୬ରେ ସିବିଆଇ କହିଥିଲା UNTOCର ନୋଡାଲ ଏଜେନ୍ସି ନୁହଁନ୍ତି। ତେବେ BYJUର ମୁଖପାତ୍ର କହିଛନ୍ତି, ଏଫଆଇଆର କପି ମିଳିନାହିଁ। ମିଳିଲା ପରେ ସେମାନେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି।
The post BYJU’S ଆପ୍ସରେ ବିଭ୍ରାନ୍ତିକର ତଥ୍ୟ ଅଭିଯୋଗ, ମାଲିକଙ୍କ ବିରୋଧରେ FIR ରୁଜୁ appeared first on Odisha Reporter.
from Odisha Reporter https://ift.tt/3Cd8nj5
No comments:
Post a Comment