ଇସ୍ରୋର ମିଶନ ଫେଲ୍‌, ଶେଷ ମୁହୂର୍ତ୍ତରେ ଖରାପ ହେଲା କ୍ରାୟୋଜେନିକ ଇଞ୍ଜିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 11, 2021

ଇସ୍ରୋର ମିଶନ ଫେଲ୍‌, ଶେଷ ମୁହୂର୍ତ୍ତରେ ଖରାପ ହେଲା କ୍ରାୟୋଜେନିକ ଇଞ୍ଜିନ୍‌

ଶ୍ରୀହରିକୋଟା: ଭାରତୀୟ ମହାକାଣ ଗବେଷଣା କେନ୍ଦ୍ର (ଇସ୍ରୋ)ର ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘EOS-03’ ଉତକ୍ଷେପଣ ଫେଲ ମାରିଛି। ଶ୍ରୀହାରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ପରେ ସ୍ୟାଟେଲାଇଟ୍‌ ଦୁଇଟି ପର୍ଯ୍ୟାୟ ସଫଳତା ହାସଲ କରିଥିଲା। କିନ୍ତୁ ଉତକ୍ଷେପଣର ୧୮ ମିନିଟ୍ ପରେ କ୍ରାୟୋଜେନିକ୍ ଇଞ୍ଜିନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମିଶନ ସଂପୂର୍ଣ୍ଣ ଭାବେ ସଫଳ ହୋଇ ପାରି ନଥିଲା। ଏହି ଘଟଣାର କିଛି ସମୟ ପରେ ମିଶନକୁ ବନ୍ଦ କରିବାକୁ ଇସ୍ରୋ ମୁଖ୍ୟ କେ ଶିବନ ଘୋଷଣା କରିଛନ୍ତି।
https://twitter.com/i/broadcasts/1BdxYYrXZBgxX

ଇସ୍ରୋ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ଜିଏସ୍‌ଏଲଭି-ଏଫ୧୦ର ଉତକ୍ଷେପଣ ଭାରତୀୟ ସମୟ ଭୋର ୫.୪୩ରେ ହୋଇଥିଲା। ଏଥିପାଇଁ ଭୋର ୩.୪୩ରୁ କାଉଣ୍ଟଡାଉନ ଆରମ୍ଭ କରାଯାଇଥିଲା। ଉତକ୍ଷେପର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସ୍ୱାଭାବିକ ଥିଲା। ତେବେ କ୍ରୟୋଜେନିକ ଇଞ୍ଜିନର ଉପରି ଭାଗରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମିଶନ ସଫଳ ହୋଇନାହିଁ।


GSLV-F10 ମାଧ୍ୟମରେ EOS-3 ଲଞ୍ଚ ହେବା ପ୍ରକ୍ରିୟା ୧୮.୩୯ ମିନିଟ୍ ଧରି ଚାଲିଥିଲା। କିନ୍ତୁ EOS-3 ପୃଥକ ହେବା ପୂର୍ବରୁ, କ୍ରାୟୋଜେନିକ୍ ଇଞ୍ଜିନରୁ ସିଗ୍ନାଲ ମିଳିବା ବନ୍ଦ ହୋଇଯାଇଥିଲା। କିଛି ସମୟ ଧରି ବୈଜ୍ଞାନିକମାନେ ସିଗ୍ନାଲ ପାଇଁ ଅପେକ୍ଷା କରିଥିଲେ। ହେଲେ ଏହା ସମ୍ଭବ ହୋଇପାରି ନଥିଲା। ଶେଷରେ ମିଶନ ଫେଲ ମାରିଥିବା ଘୋଷଣା କରାଯାଇଥିଲା।

ସେହିପରି ଇସ୍ରୋ ଦ୍ୱାରା ଲଞ୍ଚ ପ୍ରକ୍ରିୟାର ଲାଇଭ ଟେଲିକାଷ୍ଟକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଜିଏସ୍‌ଏଲଭି-ଏଫ୧୦ର ଉଚ୍ଚତା ୫୨ ମିଟର ହୋଇଥିବା ବେଳେ ଏହାର ଓଜନ ୪୧୪.୭୫ ଟନ୍‌। ଏଥିରେ ୩ଟି ଷ୍ଟେଜ ରହିଛି। ଜିଏସ୍‌ଏଲଭି-ଏଫ୧୦ କକ୍ଷପଥରେ ୨୫ଶହ କେଜି ଓଜନର ସ୍ୟାଟେଲାଇଟକୁ ପହଞ୍ଚାଇବାର କ୍ଷମତା ରଖିଛି।

ଏହି ଜିଏସ୍‌ଏଲଭି-ଏଫ୧୦ ଦ୍ୱାରା ଆଜି ଉତକ୍ଷେପଣ ହୋଇଥିବା ଇଓଏସ୍‌-୩ର ଓଜନ ୨୨୬୮ କେଜି। ଏଯାଏ ଭାରତ ଉତକ୍ଷେପଣ କରିଥିବା ପୃଥିବୀ ନୀରିକ୍ଷଣ ସ୍ୟାଟେଲାଇଟ ମଧ୍ୟରୁ ଇଓଏସ୍‌-୩ ସବୁଠାରୁ ଭାରୀ।

ଯଦି ଏହି ମିଶନ ସଫଳ ହୋଇଥାଆନ୍ତା, ତା’ହେଲେ ଏହା ପ୍ରାୟ ଦିନ ୧୦.୩୦ରେ ପୃଥିବୀର କକ୍ଷପଥରେ ଅବସ୍ଥାପିତ ହୋଇ ସିଗ୍ନାଲ ପଠାଇବା ଆରମ୍ଭ କରିଥାଆନ୍ତା। ଏହି ଉପଗ୍ରହକୁ ପୃଥିବୀର ଆଖି ଭାବେ ବ୍ୟବହାର କରାଯାଇଥାଆନ୍ତା। ଇଓଏସର ବିଶେଷତ୍ୱ ହେଉଛି ଏହା ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଏକ ବୃହତ ଅଞ୍ଚଳର ରିୟଲ ଟାଇମ ଚିତ୍ର ପଠାଇବାର କ୍ଷମତା ରଖିଛି। ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ସଠିକ୍‌ ତଥ୍ୟ ଏହାଦ୍ୱାରା ମିଳି ପାରିଥାଆନ୍ତା।

The post ଇସ୍ରୋର ମିଶନ ଫେଲ୍‌, ଶେଷ ମୁହୂର୍ତ୍ତରେ ଖରାପ ହେଲା କ୍ରାୟୋଜେନିକ ଇଞ୍ଜିନ୍‌ appeared first on Odisha Reporter.



from Odisha Reporter https://ift.tt/3yEScJd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages