ହାଇଦ୍ରାବାଦ: ପ୍ରବଳ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇଛି ତେଲେଙ୍ଗାନାର ଅଧିକାଂଶ ଜିଲ୍ଲା। ଆଉ ଏହି ବର୍ଷା ଜଣେ ନବବଧୂଙ୍କ ପାଇଁ ହୋଇଛି ଶେଷ ଯାତ୍ରା। ବର୍ଷା ଯୋଗୁ ସୃଷ୍ଟ ବନ୍ୟାରେ ଭାସି ଯାଇଛନ୍ତି ଜଣେ ନବବଧୂ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବିକାରାବାଦାରେ।
ବିକାରାବାଦରେ ପ୍ରବାଳିକା ଓ ନୱାଜ ରେଡ୍ଡି ନାମକ ନବଦମ୍ପତି ବିବାହ ସମାରୋହରେ ଯୋଗ ଦେବା ପରେ କାର୍ ଯୋଗେ ଫେରୁଥିଲେ। ସେମାନଙ୍କ ସହ କାର୍ରେ ଆଉ ଚାରିଜଣ ମଧ୍ୟ ଯାତ୍ରା କରୁଥିଲେ। କିନ୍ତୁ ପ୍ରବଳ ବର୍ଷା ଜଳରେ ନବବଧୂଙ୍କ ସମେତ ତାଙ୍କ ଭାଉଜ ଶ୍ୱେତା ଓ ତାଙ୍କ ପୁଅ ଶ୍ରୀନାଥ ରେଡ୍ଡି ଭାସି ଯାଇଥିଲେ।
ବିକାରାବାଦ ବ୍ୟତୀତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ବର୍ଷା ପରେ ୱରାଙ୍ଗଲରେ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ମୃତ ଇଞ୍ଜିନିୟର ଜଣକ ଶିବନଗରର ବୋରୋମ କ୍ରାନ୍ତି କୁମାର ବୋଲି ଜଣାପଡ଼ିଛି। ତାଙ୍କ ପାଖରୁ ଏକ ଲାପଟପ୍ ମଧ୍ୟ ଜବତ କରାଯାଇଛି।
ସେହିପରି ଶଙ୍କରପାଲିରେ କାରରେ ଯାତ୍ରା କରୁଥିବା ଜଣେ ୭୦ ବର୍ଷୀୟ ବ୍ୟକ୍ତି ଭାସିଯାଇଥିବା ଖବର ମିଳିଛି। ଅଲିଦାବାଦରେ ଜଣେ ୩୦ ବର୍ଷୀୟ ଶ୍ରମିକ ମଧ୍ୟ ଭାସିଯାଇଛନ୍ତି। ଏହାସହ ୟଦାରୀ ଭୋଙ୍ଗିର ଜିଲ୍ଲାରେ ସ୍କୁଟିରେ ଯାଉଥିବା ଦୁଇ ଯୁବତୀ ପାଣି ସୁଅରେ ଭାସି ଯାଇଛନ୍ତି। ତେବେ ରାଜନ୍ନା-ସିରସିଲା ଜିଲ୍ଲାରେ ଭାସି ଯାଉଥିବା ଏକ ବସରୁ ୧୨ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।
ଦକ୍ଷିଣ-ପଶ୍ଚିମ ମୌସୁମୀ କାରଣରୁ ବିକାରାବାଦ, ରଙ୍ଗା ରେଡ୍ଡି ଓ ସିଦ୍ଦିପେଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ହାଇଦ୍ରାବାଦ, ଆଦିଲାବାଦ, ନିଜାମାବାଦ, କରିମନଗର, ୱରାଙ୍ଗଲ ଓ ଖମ୍ମମରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି।
The post ପ୍ରବଳ ବର୍ଷାରେ ଭାସିଗଲେ ନବବଧୂ appeared first on Odisha Reporter.
from Odisha Reporter https://ift.tt/3BpFX4a
No comments:
Post a Comment