ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହାମାରୀ କରୋନା ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ରାଜ୍ୟର ପ୍ରାୟତଃ ସମସ୍ତ ଧର୍ମାନୁଷ୍ଠାନ ଖୋଲି ସାରିଲାଣି। ଏପରି ସ୍ଥିତିରେ ଆଜିଠୁ ଖୋଲିଛି ଲିଙ୍ଗରାଜ ମନ୍ଦିର ।
ଟ୍ରଷ୍ଟ ବୋ଼ର୍ଡ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । ସମସ୍ତ ଶ୍ରଦ୍ଧାଳୁ ବାହାର କାଠ ନିକଟରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । କୋଭିଡ ଗାଇଡଲାଇନ୍ ପାଳନ ସହ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦିଆଯାଇଛି
ବିଏମ୍ସିର ଗାଇଡ୍ଲାଇନ୍ ଅନୁସାରେ ପ୍ରତ୍ୟେକ ଦର୍ଶନାର୍ଥୀ ନେଇଥିବା ୨ଟି ଡୋଜ ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ। ଥରକେ ୧୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ସେବାୟତମାନେ ଶ୍ରଦ୍ଧାଳୁଙ୍କଠାରୁ ଭୋଗ ଗ୍ରହଣ କରିପାରିବେ ନାହିଁ।
ଗତ ୨୩ ତାରିଖରୁ ଖୋଲିଛି ଶ୍ରୀମନ୍ଦିର। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ତେବେ ଏଥିପାଇଁ ଆର୍ଟିପିସିଆର୍ ନେଗେଟିଭ କିମ୍ବା ଓ ଦୁଇଟି ଡୋଜ୍ ଟିକାକରଣ ରିପୋର୍ଟ ସହ ଆଧାର କାର୍ଡ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହ ପଟେ ପ୍ରବେଶ ଓ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ ବ୍ୟବସ୍ଥା।
The post ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର, ବାହାର କାଠ ନିକଟରୁ ମିଳିବ ଦର୍ଶନ appeared first on Odisha Reporter.
from Odisha Reporter https://ift.tt/3t00RE4
No comments:
Post a Comment