ବରଗଡ଼ (ଓଡ଼ିଶା ରିପୋର୍ଟର): ରାତିଅଧରେ ମେଡିକାଲରେ ପଶି ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ଆକ୍ରମଣ କଲେ କିଛି ଯୁବକ। ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ବି ଛାଡ଼ିଲେନି। ଭଙ୍ଗାରୁଜା ବି କଲେ। ଏଭଳି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପୁରୁଣା ମେଡିକାଲରୁ।
ଡାକ୍ତରଙ୍କ ପକ୍ଷରୁ ଏ ନେଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ ଦିଆଯିବା ପରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ମେଡିକାଲ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ।
ଏଡିଏମ ବିଭୂତି ଭୂଷଣ ମେହେର କହିଛନ୍ତି, “ଗତକାଲି ବିଳମ୍ବିତ ରାତିରେ କିଛି ଅସାମାଜିକ ବ୍ୟକ୍ତି ମେଡିକାଲ ଭିତରକୁ ପଶି ଆସି ଡାକ୍ତର, ମେଡିକାଲ ଷ୍ଟାଫ ଓ ରୋଗୀଙ୍କୁ ଟଙ୍କା ପଇସା ମାଗିବା ସହ ହଇରାଣ କରିଥିଲେ। ଟଙ୍କା ପଇସା ନ ଦେବାରୁ ସେମାନଙ୍କୁ ମାରପିଟ କରିଥିଲେ ଓ ଡାକ୍ତରଖାନାରେ ଭଙ୍ଗାରୁଜା କରିଥିଲେ। ଏହାସହ ଡାକ୍ତରଙ୍କ ଗାଡ଼ି ଭାଙ୍ଗି ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଡାକ୍ତରଖାନାକୁ ଅଧିକାଂଶ ସମୟରେ ଅସାମାଜିକ ବ୍ୟକ୍ତି ପଶି ଆସୁଥିବାରୁ ସକ୍ୟୁରିଟି ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମୁଁ ସିଡିଏମଓଙ୍କ ସହ କଥା ହୋଇଛି।”
The post ଡାକ୍ତରଖାନାରେ ପଶି ପିଟିଲେ, ୨ ଗିରଫ appeared first on Odisha Reporter.
from Odisha Reporter https://ift.tt/3DxY7T9
No comments:
Post a Comment