କୋଲକାତା: ପଶ୍ଚିମବଙ୍ଗରେ ଥମୁନି ବିଜେପି ଓ ତ୍ରୁଣମୂଳ କଂଗ୍ରେସ ମଧ୍ୟରେ ଥିବା ବିବାଦ। ବିଭିନ୍ନ ପ୍ରସଙ୍ଗକୁ ନେଇ ପରସ୍ପର ଉପରେ ଚାଲିଛି କାଦୁଅ ଫିଙ୍ଗା। କେତେବେଳେ ବିଜେପି ଟିଏମ୍ସିକୁ ଟାର୍ଗେଟ କରୁଛି ତ ଆଉ କେତେବେଳେ ଟିଏମ୍ସି ବିଜେପିକୁ। ଏହାରି ଭିତରେ ପୁଣି ମୁହାଁ ମୁହିଁ ହୋଇଛନ୍ତି ବିଜେପି ଆଉ ଟିଏମ୍ସି। ରାଜ୍ୟ କେନ୍ଦ୍ର ମନ୍ତ୍ରୀ ନୋବେଲ ପୁରସ୍କାର ବିଜେତା ରବିନ୍ଦ୍ରନାଥ ଟାଗୋରଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବାଙ୍କୁରା ସାଂସଦ ସୁଭାଷ ସରକାର ବୁଧବାର, ରବୀନ୍ଦ୍ରନାଥ ଟାଗୋରଙ୍କୁ ନେଇ ଟିପ୍ପଣୀ କରିଥିଲେ। ସେ କହିଥିଲେ, ରବୀନ୍ଦ୍ରନାଥ ଟାଗୋର କଳା ଥିବାରୁ ପିଲାଦିନେ ତାଙ୍କ ମା’ ଏବଂ ତାଙ୍କ ପରିବାର ତାଙ୍କୁ କୋଳରେ ଧରିନାହାନ୍ତି।’ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟାଗୋର ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଭାରତ ବିଶ୍ୱବିଦ୍ୟାଳୟ ଗସ୍ତ ସମୟରେ ଏହା କହିଛନ୍ତି। ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଉପରେ ଅସନ୍ତୋଷ ବ୍ୟକ୍ତ କରିଛି ପଶ୍ଚିମବଙ୍ଗର ଶାସକ ଟିଏମସି। ଏହାକୁ ରାଜ୍ୟର ବ୍ୟକ୍ତିତ୍ୱର ଅପମାନ ବୋଲି ଟିଏମ୍ସି କହିଛି।
ସେପଟେ ବିଜେପି ମନ୍ତ୍ରୀ ସୁଭାଷଙ୍କୁ ସୁରକ୍ଷା ଦେବାକୁ ଯାଇ କହିଛି ଯେ, ତାଙ୍କର ମନ୍ତବ୍ୟ ବର୍ଣ୍ଣ ବୈଷମ୍ୟ ନୁହେଁ ‘ଜାତିବାଦ’ ବିରୋଧରେ ଥିଲା। ସେପଟେ ଟିଏମସି ନେତା ଅଭିଷେକ ବାନାର୍ଜୀ ଟାଗୋରଙ୍କୁ ନେଇ ମନ୍ତ୍ରୀ ଦେଇଥିବା ଏଭଳିକୁ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ‘ସୁଭାଷ ସରକାର ଇତିହାସ ଜାଣନ୍ତି ନାହିଁ। ସମସ୍ତଙ୍କୁ ଜଣା ଯେ ରବୀନ୍ଦ୍ରନାଥ ଟାଗୋରଙ୍କ ରଙ୍ଗ ଗୋରା ଥିଲା। ଏହା ଏକ ଜାତିପ୍ରଥା ବୈର୍ଷ୍ଣ ବୈଷମ୍ୟ ମନ୍ତବ୍ୟ ଏବଂ ବଙ୍ଗଳା ପାଇଁ ଅପମାନ। ସୁଭାଷ ସରକାରଙ୍କୁ ଆଉ କେବେବି ବିଶ୍ୱ ଭାରତୀରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।’
ସେପଟେ ସିପିଆଇ (ଏମ୍) ମଧ୍ୟ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛି। ଦଳର କେନ୍ଦ୍ରୀୟ କମିଟି ସଦସ୍ୟ ସୁଜନ ଚକ୍ରବର୍ତ୍ତୀ କହିଛନ୍ତି ଯେ ଏଭଳି ମନ୍ତବ୍ୟ ବିଜେପିର ଜାତିବାଦ ତଥା ବଙ୍ଗଳା ବିରୋଧୀ ଚିନ୍ତାଧାରାକୁ ଦର୍ଶାଉଛି।
ସୂଚନା ଯୋଗ୍ୟ ଯେ ରବିନ୍ଦ୍ରନାଥ ଟାଗୋର ନିଜର ଏକ କବିତା ସ୍ମୃତିରେ ଉଲ୍ଲେଖ କରିଛନ୍ତି ଯେ, ‘ମୁଁ ବାସ୍ତବରେ ମୋ ମା’ଙ୍କର ଜଣେ କଳା ପୂତ୍ର ଥିଲି।’ କିନ୍ତୁ କଳା ଯୋଗୁଁ ତାଙ୍କୁ ତାଙ୍କ ମା’ କିମ୍ବା ପରିବାର ସଦସ୍ୟ କୋଳରେ ଧରିନଥିବା ନେଇ କୌଣସି କଥା ଉଲ୍ଲେଖ ନାହିଁ।
The post ଟାଗୋରଙ୍କ ରଙ୍ଗକୁ ନେଇ ବିବାଦୀୟ ବୟାନ ଦେଲେ କେନ୍ଦ୍ର ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3CZ44Iq
No comments:
Post a Comment