୧୧ ଆଦିବାସୀ ସଂଘର ଗର୍ଜନ- ‘ଗୁରୁଜୀଙ୍କୁ ଗିରଫ କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

୧୧ ଆଦିବାସୀ ସଂଘର ଗର୍ଜନ- ‘ଗୁରୁଜୀଙ୍କୁ ଗିରଫ କର’

ଖୋର୍ଦ୍ଧା(ବଳରାମ ଲେଙ୍କା): ନୀରିହ ଆଦିବାସୀଙ୍କ ଉପରେ ତାଲିବାନୀ ଷ୍ଟାଇଲରେ ଫତୱା ଜାରି କରି ଗୁଣ୍ଡାରାଜ ଚଳାଇଥିବା ମାନବବାଦ ସଂଗଠନ ମୁଖିଆ ତଥା ଗୁରୁଜୀଙ୍କ ବିରୋଧରେ ତେଜୁଛି ବିଦ୍ରୋହର ସ୍ୱର। ବର୍ଷ ବର୍ଷ ଧରି ଗୁରୁଜୀ ତଥା ମାନସ ଦାସଙ୍କ ନିର୍ଯାତନା ସହି ଘରଦ୍ୱାର ଛାଡ଼ିବାକୁ ବାଧ୍ୟ ହୋଇଥିବା ଆଦିବାସୀ ଏବେ ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି।  ଆଜି ମାନସ ଦାସଙ୍କ ଗିରଫ ଦାବିରେ ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଏକତ୍ରିତ ହୋଇଛନ୍ତି ୧୧ଟି ଆଦିବାସୀ ସଂଘ ସଦସ୍ୟ। ଏଥିସହ ସେମାନେ ବିକ୍ଷୋଭ ପ୍ରଦର୍ଶନ କରି ତାଙ୍କ ଗିରଫ ଦାବି କରିଛନ୍ତି ।

ମାନବବାଦ ସଙ୍ଗଠନ ଅତ୍ୟାଚାରରେ ଅତିଷ୍ଠ ହୋଇ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ଏକ ଜଙ୍ଗଲ ମଧ୍ୟରେ ରହୁଛନ୍ତି ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିର ୬ ପରିବାର ।   ଡାଳତୋଳା ରାସ୍ତାକଡରେ ଏକ ସରକାରୀ ଜାଗାର ଜଙ୍ଗଲ ଭିତରେ ସେମାନେ ରହୁଥିବା ବେଳେ ଭୟରେ ଗାଁକୁ ଫେରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ନୀରିହ ଆଦିବାସୀଙ୍କ ଉପରେ ତାଲିବାନୀ ଷ୍ଟାଇଲରେ ଫତୱା ଜାରି କରି ସଂଗଠନ ମୁଖିଆ ତଥା ଗୁରୁଜୀ ଚଳାଇଥିଲେ ଏଭଳି ଗୁଣ୍ଡାରାଜ୍ ।   ଜଣଙ୍କ ପରେ ଜଣେ ପୀଡ଼ିତ ଏବେ ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ମୁହଁ ଖୋଲୁଛନ୍ତି ।

ସଂଗଠନର ହୁକୁମକୁ ବେଖାତିର୍ କରି ଦୀର୍ଘ ବର୍ଷ ହେଲା ଗାଁରୁ ତଡ଼ା ଖାଇଛନ୍ତି ଏମାନେ । ଏପରିକି ୨୦୧୪ରେ ଏକ ହତ୍ୟା ମାମଲାରେ ଛନ୍ଦି, ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ଜେଲ୍ ବି ପଠାଇ ଦିଆଯାଇଛି । ତାପରେ କ୍ରମାଗତ ଲୁଟପାଟ ସହ  ସେମାନଙ୍କ ଉପରେ ହେଉଥିଲା ନିର୍ଘାତ ମାଡ଼।  ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ଗାଁ ଛାଡ଼ି ଜଙ୍ଗଲରେ ରହୁଛନ୍ତି ଏହି ୬ ଆଦିବାସୀ ପରିବାର।

କେଉଁଠି ଚାନ୍ଦା ନଦେଲେ ମାଡ଼ ତ କେଉଁଠି ସଂଗଠନକୁ ବିରୋଧ କଲେ ହତ୍ୟା ଅଭିଯୋଗ।  ସେହିପରି   ଗୁରୁଜୀଙ୍କ ମାନବବାଦର ଅସଲି ଗୁମର ବି ଫିଟିବାରେ ଲାଗିଛି । ନା ତାଙ୍କର ଅଛି ଜାତି ପ୍ରତି ସମବେଦନା ନା ଅଛି ଧର୍ମ ପ୍ରତି ସମ୍ମାନ । ଶଙ୍ଖା, ସିନ୍ଦୂର ପାଇଁ ପ୍ରତି ସଧବା ଦିଅଁ ମନାସୁଥିବା ବେଳେ ଏହାକୁ କଡ଼ାକଡ଼ି ବାରଣ କରିଥିଲେ ମାନସ ଦାସ । କେବଳ ସେତିକି ନୁହେଁ, ବାପା, ମାଙ୍କ ବିୟୋଗ ହେଲେ ଶୁଦ୍ଧିକ୍ରିୟାକୁ ବାରଣ ସହ ଦିଅଁ ଦେବତାଙ୍କୁ ବି ଛୁଇଁବା ମନା କରିଥିଲେ । ଏମିତି ତାଙ୍କ ନାଁରେ ଅନେକ ଅଭିଯୋଗ ଆସିଛି।

ତେବେ ହତ୍ୟା, ମରଣାନ୍ତକ ଆକ୍ରମଣ ଆଦି ଏକାଧିକ ଅପରାଧିକ ଘଟଣରେ ମାନବବାଦ ସଂଗଠନ ଏବଂ ତାର ମୁଖିଆଙ୍କ ବିରୋଧରେ ଇତିମଧ୍ୟରେ ୩ଟି ମାମଲା ରୁଜୁ ହୋଇଥିଲେ ବି  ଗୁରୁଜୀଙ୍କ ପାଖ ମାଡ଼ିବାକୁ ସାହସ କରିପାରୁନି ପୁଲିସ ।  ପୁଲିସ୍‌ ତଥାକଥିତ ଗୁରୁଜୀଙ୍କୁ ଗିରଫ କରିବା ନାଁ ଧରୁ ନ ଥିବାରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଦିବାସୀ ସଂଘ ସଦସ୍ୟ ।

ଅପରପକ୍ଷେ, ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଖୋଦ ମାନସ ଦାସ ।  ଏଥିସହ ସେ କହିଲେ, “ ମାନବବାଦୀ ସଂଗଠନ ରାଜ୍ୟ ଭିତରେ ନୁହେଁ, ବାହାରେ ବି ରହିଛି । କେବଳ ଓଡ଼ିଶା ନୁହେଁ, ଆସାମରେ ବି ସଂଗଠନ ଅଛି । ମୋ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ହେଉ। କିଏ କଣ କହିଲା ମୋର ଯାଏ ଆସେ ନାହିଁ।”

The post ୧୧ ଆଦିବାସୀ ସଂଘର ଗର୍ଜନ- ‘ଗୁରୁଜୀଙ୍କୁ ଗିରଫ କର’ appeared first on Odisha Reporter.



from Odisha Reporter https://ift.tt/2Y2oIHG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages