ଗ୍ୟାସ୍ ଟାଙ୍କି ଫାଟି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

ଗ୍ୟାସ୍ ଟାଙ୍କି ଫାଟି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ରୋଷେଇ କଲାବେଳେ ଫାଟିଗଲା ଗ୍ୟାସ୍ ଟାଙ୍କି l ଜୀବନ୍ତ ଦଗ୍ଧ ହୋଇଗଲେ ଜଣେ ମହିଳା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ୱାମୀ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଥାନା ରାଣୀପଡ଼ା ପଞ୍ଚାୟତ ବିରିଡ଼ିହି ଗାଁରେ।

ମୃତ ମହିଳାଙ୍କ ନାଁ ମିଞ୍ଜା ଜେନା। ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ତାଙ୍କ ସ୍ୱାମୀଙ୍କ ନାଁ ସିଲୁ ଜେନା।

ସିଲୁଙ୍କ ଅବସ୍ଥା ଗୁରୁତର ରହିଛି। ନିଆଁ ସଂସ୍ପର୍ଶରେ ଆସି ସେ ପୋଡ଼ି ହୋଇଛନ୍ତି। ତାଙ୍କୁ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଗ୍ୟାସ୍ ଟାଙ୍କି ଫାଟିବା ସଂପର୍କରେ ଖବର ପାଇ ଖଣ୍ଡପଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲା ଓ ନିଆଁକୁ ଆୟତ୍ତ କରିଥିଲା। ଏହା ସହିତ ପୁଲିସ୍ ବି ସେଠାରେ ପହଞ୍ଚିଥିଲା।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁର ରବୀନ୍ଦ୍ର ସାହୁଙ୍କ ଘରେ ଅଗଷ୍ଟ ୧୯ ତାରିଖ ସକାଳେ ରୋଷେଇ କଲା ବେଳେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବାକୁ ପାଖ ପଡ଼ୋଶୀମାନେ ଧାଇଁ ଆସିଥିଲେ। ତେବେ ସେମାନେ ନିଆଁ ଲିଭାଇବାକୁ ପ୍ରୟାସ କଲା ବେଳେ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

The post ଗ୍ୟାସ୍ ଟାଙ୍କି ଫାଟି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3sYGHdD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages