ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ୟାସ ସିଲିଣ୍ଡର ଦର ବଢ଼ିବା ଖାଉଟୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ପେଟ୍ରୋଲ ଓ ଡିଜେଲ୍ ଦରକୁ ନେଇ ଆଶ୍ୱସ୍ତିକର ଖବର ଆସିଛି। ମାସର ପ୍ରଥମ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇଛି। ଆଜି ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୧୫ ପଇସା ଲେଖାଏ କମିଛି। ଏହା ପୂର୍ବରୁ ଗତ ସପ୍ତାହ ମଙ୍ଗଳବାର ଦିନ ଉଭୟ ତୈଳ ଦର ହ୍ରାସ ପାଇଥିଲା।
ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିକ ତୈଳ ଦର କମୁଥିବାର ଏହାର ପ୍ରଭାବ ଭାରତୀୟ ମାର୍କେଟ ଉପରେ ପଡ଼ୁଛି। ବୁଧବାର ଦିଲ୍ଲୀରେ ଇଣ୍ଡିଆନ୍ ଅଏଲ ପମ୍ପରେ ପେଟ୍ରୋଲ ଲିଟର୍ ପିଛା ୧୦୧.୩୪ ଟଙ୍କା ବିକ୍ରି ହେଉଛି। ସେହିପରି ଡିଜେଲ୍ ଲିଟର୍ ପିଛା ୮୮.୭୭ ଟଙ୍କାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର୍ ପିଛା ୧୦୭.୩୯ ଟଙ୍କା ଓ ଡିଜେଲ୍ ୯୬.୩୩ ଟଙ୍କାରେ ବିକ୍ରି କରାଯାଉଛି।
ଏହା ପୂର୍ବରୁ ସପ୍ତାହେ ଧରି ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା। ପେଟ୍ରୋଲ ଓ ଡିଜେଲ ଦର ଶେଷଥର ଲାଗି ଅଗଷ୍ଟ ୨୪, ୨୦୨୧ରେ କମି ଥିଲା। ଯଦି ତୈଳ ଦର କଥା କହିବା, ତାହେଲେ ଜୁଲାଇ ୧୭ ତାରିଖରୁ ପେଟ୍ରୋଲ ଦର ବଢ଼ିନାହିଁ। ପାଖାପାଖି ମାସେ ଧରି ତୈଳ ଦର ସ୍ଥିର ରହିଥିଲା।
ଅନ୍ୟ ସହର ଗୁଡ଼ିକ ମଧ୍ୟରେ କୋଲକାତାରେ ପେଟ୍ରୋଲ୍ ୧୦୧.୭୨ ଓ ଡିଜେଲ୍ ୯୧.୮୪ ଟଙ୍କା, ଚେନ୍ନାଇରେ ପେଟ୍ରୋଲ୍ ୯୯.୦୮ ଓ ଡିଜେଲ୍ ୯୩.୩୮ ଟଙ୍କା, ବେଙ୍ଗାଲୁରୁରେ ପେଟ୍ରୋଲ୍ ୧୦୪.୮୪ ଟଙ୍କା ଓ ଡିଜେଲ୍ ୯୪.୧୯ ଟଙ୍କା, ହାଇଦ୍ରାବାଦରେ ପେଟ୍ରୋଲ୍ ୧୦୫.୪୦ ଓ ଡିଜେଲ୍ ୯୬.୮୪ ଟଙ୍କା ରହିଛି।
The post ମିଳିଲା ଆଶ୍ୱସ୍ତି, ୭ ଦିନ ପରେ କମିଲା ପେଟ୍ରୋଲ ଓ ଡିଜେଲ୍ ଦର appeared first on Odisha Reporter.
from Odisha Reporter https://ift.tt/3kGXr5j
No comments:
Post a Comment