ମୁମ୍ବାଇ: ଏବେ ଇଣ୍ଟରେନଟ୍ର ସେନ୍ସେଶନ୍ ପାଲଟିଛି `ବଚପନ କା ପ୍ୟାର୍’। ଯାହାକୁ ଦେଖିବ ତା’ ମୁହଁରେ ଏହି ଗୀତ। ସୁକମାର ସ୍କୁଲ ଛାତ୍ର ସହଦେବ ଡିର୍ଡୋଙ୍କ ଏହି ଗୀତରେ ଅନେକ ସେଲେବ୍ରିଟି ଭିଡିଓ ତିଆରି କରିଛନ୍ତି। ଏବେ ଏହି ତାଲିକାରେ କମେଡି କିଙ୍ଗ କପିଲ ଶର୍ମା ଏବଂ କମେଡି କୁଇନ୍ ଭାରତୀ ସିଂହଙ୍କ ନାଁ ମଧ୍ୟ ସାମିଲ ହୋଇଛି।
ନିକଟରେ ଭାରତୀ ଏବଂ କପିଲଙ୍କ `ବଚପନ୍ କା ପ୍ୟାର୍’ର ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଦୁହେଁ ରାସ୍ତା ଉପରେ ଓପନ୍ କାର୍ ଭିତରେ ବସି ଏହି ଗୀତକୁ ଗାଇ କମେଡି କରିଛନ୍ତି। ଉଭୟଙ୍କ କମେଡି ଦେଖି ରାସ୍ତାରେ ଯାଉଥିବା ଜଣେ ଫ୍ୟାନ୍ ଲାଜରେ ମୁହଁ ଲୁଚାଇ ଦୌଡି ପଳାଉଛନ୍ତି। ଏହା ଦେଖି କପିଲ ଏବଂ ଭାରତୀ କହୁଛନ୍ତି, ‘ ଏ ହେଉଛନ୍ତି ଜାନେମନ, କୁଆଡେ ଦୌଡି ପଳାଉଛ?? ରୁହ ରୁହ’।
ଏହି ଭିଡିଓଟିକୁ କପିଲ ତାଙ୍କ ଇନ୍ଷ୍ଟାଗ୍ରାମରେ ସେଆର କରିଛନ୍ତି। ଏହାକୁ ସେଆର କରି ସେ ଲେଖିଛନ୍ତି, ଫ୍ୟାନ୍ଙ୍କ ସହ ମସ୍ତି’। ଭାରତୀ ଏବଂ କପିଲଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଭାରତୀ ଏବଂ କପିଲ ରବିବାର ଦିନ ଲଙ୍ଗ ଡ୍ରାଇଭ୍ରେ ଯାଇଥିଲେ। ଏହି ସମୟରେ ଦୁହେଁ ଏହି ମଜାଦାର ଭିଡିଓଟିକୁ ତିଆରି କରିଥିଲେ।
ସୂଚନା ମୁତାବକ ଖୁବଶୀଘ୍ର କପିଲ ତାଙ୍କ କମେଡି ଶୋ’ `ଦ କପିଲ ଶର୍ମା ଶୋ’ ଜରିଆରେ ଟିଭି ଫେରୁଛନ୍ତି। କୁହାଯାଉଛି ଯେ, ଅଗଷ୍ଟ ୨୧ ତାରିଖରେ ସୋନି ଟିଭିରେ ଏହି ଶୋ ଆରମ୍ଭ ହେବ। ଅଗଷ୍ଟ ୧୫ରେ ସିଙ୍ଗିଙ୍ଗ ରିଆଲିଟି ଶୋ ଇଣ୍ଡିଆନ୍ ଆଇଡଲର ଫାଇନାଲ ରାଉଣ୍ଡ ରହିଛି। ଏହାର ଏକ ସପ୍ତାହ ପରେ କପିଲଙ୍କ ଶୋ’ ଇଣ୍ଡିଆନ୍ ଆଇଡଲ-୧୨ର ଟାଇମ ସ୍ଲଟ୍ରେ ଟେଲିକାଷ୍ଟ ହେବ।
View this post on Instagram
The post କପିଲ-ଭାରତୀଙ୍କ ‘ବଚପନ କା ପ୍ୟାର୍’ appeared first on Odisha Reporter.
from Odisha Reporter https://ift.tt/2VjnoyR
No comments:
Post a Comment