ମୁମ୍ବାଇ: ଗିରଫ ହେଲେ ଟେଲିଭିଜନ ଅଭିନେତା ଗୌରବ ଦୀକ୍ଷିତ। ତାଙ୍କୁ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଗିରଫ କରିଛି। ଡ୍ରଗ୍ସ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ଏଏନ୍ଆଇ ରିପୋର୍ଟ ମୁତାବକ, ଏନସିବି ଅଭିନେତା ଗୌରବ ଦୀକ୍ଷିତଙ୍କ ଘରେ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଏବଂ ଗଞ୍ଜେଇ ମିଳିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଏନ୍ସିବି ଅଧିକାରୀଙ୍କ ମୁତାବକ ଖୁବଶୀଘ୍ର ଗୌରବଙ୍କୁ କୋର୍ଟ ଚାଲାଣ କରାଯିବ ଏବଂ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡ ମଧ୍ୟ ନିଆଯିବ।
ଉଲ୍ଲେଖ ଯୋଗ୍ୟ ଯେ, ଏପ୍ରିଲ ମାସରେ ଏନ୍ସିବି ଗୌରବ ଦୀକ୍ଷିତଙ୍କ ମୁମ୍ବାଇ ସ୍ଥିତ ଲୋଖଣ୍ଡୱାଲା ଘରେ ଚଢ଼ାଉ କରିଥିଲା। ତାଙ୍କ ଘରୁ ବିପୁଳ ପରିମାଣର ଡ୍ରଗ୍ସ ମିଳିଥିଲା। ଏହା ପରଠାରୁ ଗୌରବ ଫେରାର ଥିଲେ। ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିବା ପରେ ତାଙ୍କୁ ପଚରାଉଚରା ସମୟରେ ଗୌରବଙ୍କ ନାମ ସାମ୍ନାକୁ ଆସିଥିଲା।
ସୂଚନା ମୁତାବକ, ମାର୍ଚ୍ଚ ୩୧ ରେ ଏଜାଜ ଖାନ ମୁମ୍ବାଇ ବିମାନବନ୍ଦରରୁ ଧରାପଡିଥିଲେ। ଏଜାଜଙ୍କ ବିଷୟରେ ଅନ୍ଧେରି ଏବଂ ଲୋଖଣ୍ଡୱାଲାର ଅନେକ ସ୍ଥାନରେ ଏନସିବି ସର୍ଚ୍ଚ ଅପରେସନ କରିଥିଲା। ଡ୍ରଗ୍ସ ବେପାରୀ ଶାଦବ ବାଟାଟାଙ୍କୁ ପଚରାଉଚରା ବେଳେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା ।
ଗୌରବ ଦୀକ୍ଷିତ ‘ହାପି ଭାଗ ଜାଏଗି’, ‘ହାପି ଫିର୍ ଭାଗ ଜାଏଗି’, ‘ଦହକ: ଏ ରେଷ୍ଟଲେସ ମାଇଣ୍ଡ’, ‘ଦ ମ୍ୟାଜିକ ଅଫ୍ ସିନେମା’ ଏବଂ ‘ଗଙ୍ଗା କେ ପାରା ସୈୟାଁ ହମାର’ ଭଳି ଫିଲ୍ମରେ କାମ କରିଛନ୍ତି। ଏହାବ୍ୟତୀତ ସେ ପପୁଲାର ଟିଭି ଶୋ’ ‘ସୀତା ଔର୍ ଗୀତା’ ସମେତ ଅନେକ ଟିଭି ସିରିଏଲ୍ରେ କାମ କରିଛନ୍ତି।
NCB arrested TV actor Gaurav Dixit after MD and Charas was recovered from his residence in a raid. He has been arrested in connection with the interrogation of actor Ajaz Khan: Narcotics Control Bureau#Mumbai
— ANI (@ANI) August 27, 2021
The post ଅଭିନେତା ଗୌରବ ଦୀକ୍ଷିତ ଗିରଫ appeared first on Odisha Reporter.
from Odisha Reporter https://ift.tt/38iCzM3
No comments:
Post a Comment