ଧର୍ମଗଡ଼(ଇଙ୍ଗିତ ପଣ୍ଡା): ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ ଜନ୍ମ ଜନ୍ମର। ସାଥୀ ହୋଇ ବାଟ ଚାଲିବାକୁ ଦେଇଥିବା କଥା ମରିବା ପରେ ବି ରଖିଲେ ବୃଦ୍ଧ । ନିଆଁକୁ ସାକ୍ଷୀ ରଖି ସାରା ଜୀବନ ହାତ ନ ଛାଡ଼ିବାକୁ ଦେଇଥିବା କଥା ମରିବା ପରେ ବି ରଖିଲେ ଜଣେ ବୃଦ୍ଧ । ପରିଣତ ବୟସରେ ପହଞ୍ଚି ସାରିଥିବା ସ୍ତ୍ରୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ବୃଦ୍ଧଜଣକ ଅଚାନକ ପତ୍ନୀଙ୍କ ଚିତାକୁ ଡେଇଁ ପଡ଼ିଲେ। ଫଳରେ ଗୋଟିଏ ଜୁଇରେ ଜଳିଗଲେ ସ୍ୱାମୀସ୍ତ୍ରୀ। ଏପରି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିଆଲଯୋଡି ଗ୍ରାମରେ ଦେଖିବାକୁ ମିଳିଛି।
ଗତ ସୋମବାର ସନ୍ଧ୍ୟା ସମୟରେ ସିଆଲଯୋଡି ଗ୍ରାମର ନୀଳମଣି ଶବରଙ୍କ ସ୍ତ୍ରୀ ରଇବାରୀ ଶବର(୬୦) ହୃତଘାତରେ ଆଖି ବୁଜିଥିଲେ। ତାଙ୍କର ୪ ପୁଅ ଓ ଆତ୍ମୀୟ ସ୍ଵଜନ ଆସିବା ପରେ ତାଙ୍କର ଶବ ସତ୍କାର କରିବାକୁ ଗାଁ ମଶାଣୀକୁ ନେଇଥିଲେ । ଗାଁ ମଶାଣୀରେ ରଇବାରୀଙ୍କ ଜୁଇ ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଫେରୁଥିଲେ। ଏହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଜୁଇରେ ଡେଇଁ ପଡ଼ିଥିଲେ ।
ପ୍ରଖର ନିଆଁ ଜଳୁଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ । ଉକ୍ତ କଥା ପ୍ରଚାର ହେବା ପରେ ତାଙ୍କର ୪ ପୁଅଙ୍କ ସହିତ ଗ୍ରାମବାସୀ ଗାଁ ମାଶାଣୀକୁ ଯାଇଥିଲେ ।
ସୂଚନାଯୋଗ୍ୟ ଯେ ନୀଳମଣି ଚହକା ଗ୍ରାମପଞ୍ଚାୟତର ସିଆଲଯୋଡି ଗ୍ରାମର ୫ ନମ୍ବର ୱାର୍ଡ଼ର ୱାର୍ଡମେମ୍ବର ଥିବା ବେଳେ ବିଗତ ଦିନରେ ଚହକା ଗ୍ରାମପଞ୍ଚାୟତର ସମିଟିସଭ୍ୟ ମଧ୍ୟ ଥିଲେ ।
The post ସ୍ତ୍ରୀଙ୍କ ଚିତାକୁ ଡେଇଁ ପଡ଼ିଲେ ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/2WfQFvm
No comments:
Post a Comment