ୱାଶିଂଟନ: ପୁଣିଥରେ କାବୁଲ ଏୟାରପୋର୍ଟ ନିକଟରେ ଆତଙ୍କୀ ହମଲାର ଆଶଙ୍କା ପ୍ରକାଶ ପାଇଛି। ଆମେରିକା ଗୁଇନ୍ଦା ବିଭାଗ ଏପରି ସୂଚନା ଦେବା ପରେ ୱାଶିଂଟନ ପକ୍ଷରୁ ନିଜ ଦେଶର ନାଗରିକମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। କାବୁଲ ଏୟାରପୋର୍ଟର ଗେଟ୍ଗୁଡ଼ିକ ନିକଟରେ ଏୟାରଲିଫ୍ଟ ହେବାକୁ ଅପେକ୍ଷା କରିଥିବା ଲୋକମାନେ ତୁରନ୍ତ ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲି ଯାଆନ୍ତୁ ବୋଲି ଆମେରିକା ପରାମର୍ଶ ଦେଇଛି।
ଏବେ ଏୟାରପୋର୍ଟର ଗେଟ୍ଗୁଡ଼ିକରେ ଶହଶହ ଲୋକ ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ଗୁରୁବାର ଭଳି ପୁଣିଥରେ ଏଠାରେ ଭିଡ଼କୁ ଟାର୍ଗେଟ କରି ଆତଙ୍କୀମାନେ ହମଲା କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଗୁରୁବାର ବିସ୍ଫୋରଣରେ ୧୮୦ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଆମେରିକା ନିଜ ଦେଶର ନାଗରିକଙ୍କୁ ଆଗୁଆ ସତର୍କ କରାଇ ଦେଇଛି।
ଶୁକ୍ରବାର ପେଣ୍ଟାଗନ କହିଥିଲା ଯେ କାବୁଲ ଏୟାରପୋର୍ଟରୁ ଆମେରିକା ଓ ଆଫଗାନ ନାଗରିକଙ୍କୁ ଉଦ୍ଧାର ପାଇଁ ଚାଲିଥିବା ପ୍ରକ୍ରିୟା ଉପରେ ବଡ଼ ବିପଦର ଆଶଙ୍କା ରହିଛି। ଏବେ କାବୁଲରେ ଥିବା ଆମେରିକା ଦୂତାବାସ ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି ଯେ ଏୟାରପୋର୍ଟର ଆବେ ଗେଟ, ଇଷ୍ଟ ଗେଟ, ନର୍ଥ ଗେଟ ଓ ନୂଆ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଗେଟ୍ ନିକଟରେ ଥିବା ଆମେରିକା ନାଗରିକମାନେ ତୁରନ୍ତ ସ୍ଥାନ ଖାଲି କରି ଦିଅନ୍ତୁ।
ସୁରକ୍ଷା ପ୍ରତି ବିପଦ ଥିବାରୁ ଆମେରିକା ନାଗରିକମାନଙ୍କୁ ଏପରି ପରାମର୍ଶ ଦିଆଯାଉଛି। ସେମାନେ ଏୟାରପୋର୍ଟ ଯାଆନ୍ତୁ ନାହିଁ ଓ ଗେଟ୍ଗୁଡ଼ିକୁ ତୁରନ୍ତ ଖାଲି କରିଦିଅନ୍ତୁ ବୋଲି ଦୂତାବାସ ସତର୍କ ସୂଚନା ଜାରି କରିଛି।
ଦୂତାବାସ ପକ୍ଷରୁ କେଉଁ ପ୍ରକାରର ବିପଦ ସୃଷ୍ଟି ହୋଇଛି ସେକଥା ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ନାହିଁ। କିନ୍ତୁ ଗୁରୁବାର ହମଲା ପରେ ଅଧିକ ବିସ୍ଫୋରଣର ଆଶଙ୍କା ଥିବାରୁ ଦୂତାବାସ ଏପରି ସତର୍କ ସୂଚନା ଜାରି କରିଥିବା କୁହାଯାଉଛି।
The post ପୁଣି ଆକ୍ରମଣ ଆଶଙ୍କା, କାବୁଲ ଏୟାରପୋର୍ଟ ଗେଟ୍ରୁ ତୁରନ୍ତ ଚାଲିଯିବାକୁ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/3sS214i
No comments:
Post a Comment