ପୁରୀ(ଓଡ଼ିଶା ରିପୋର୍ଟର): ୬ ମାସ ବି ଗଲାନି ନଦୀର ପଥର ପ୍ୟାକିଂ । ପ୍ରଥମ ବନ୍ୟା ଜଳ ଆସୁ ଆସୁ ତାହା ବି ଭୁଶୁଡ଼ି ପଡିଲା ।
ଏପରି ଘଟଣା ପୁରୀ ଜିଲ୍ଲା ବଲଙ୍ଗା ଜଳସଂପଦ ବିଭାଗ ଅଧୀନରେ ଥିବା ହରିପୁର ନିକଟ ଭାର୍ଗବୀ ନଦୀରେ ଦେଖିବାକୁ ମିଳିଛି । ପ୍ରଥମ ବନ୍ୟା ଜଳ ଆସୁ ଆସୁ ପଥର ପ୍ୟାକିଂ ଭୁଶୁଡ଼ି ନଦୀ ଗର୍ଭରେ ଲୀନ ହୋଇ ଯାଇଛି । ନିମ୍ନମାନର କାମ ଯୋଗୁଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଭୁବନେଶ୍ୱର-ନିମାପଡ଼ାକୁ ସଂଯୋଗ କରୁଥିବା ହରିପୁର ବ୍ରିଜ ନିକଟରେ ପ୍ରାୟ ୨ ଶହ ମିଟରର ପଥର ପ୍ୟାକିଂ କରାଯାଇଥିଲା । ଭାର୍ଗବୀ ନଦୀରେ ଆସୁଥିବା ବନ୍ୟାରୁ ହରିପୁର ପଞ୍ଚାୟତର ୧୦ ଖଣ୍ଡ ଗାଁକୁ ରକ୍ଷା କରିବାକୁ ଜଳସଂପଦ ବିଭାଗ ଏହି ପଥର ପ୍ୟାକିଂ କରିଥିଲା । କିନ୍ତୁ ଗୋଟିଏ ବନ୍ୟା ବି ଏହି ପଥରବନ୍ଧ ସମ୍ଭାଳି ପାରି ନାହଁ ।
ପ୍ରଥମ ବନ୍ୟା ଜଳ ଆସୁ ଆସୁ ଭୁଶୁଡ଼ି ପଡ଼ିଲା ପଥର ପ୍ୟାକିଂ। ଏହାର ତଦନ୍ତ ସହିତ ପୁଣି ଥରେ କାମ ପାଇଁ ଲୋକେ ଦାବି କରିଛନ୍ତି । ସେପଟେ ଖୁବ ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ ।
ଏନେଇ ସ୍ଥାନୀୟ ବାସିନ୍ଦା ପ୍ରତାପ ବେହେରା କହିଛନ୍ତି, ୬ ମାସ ଭିତରେ ଭୁଶୁଡ଼ି ଗଲା ପଥର ପ୍ୟାକିଂ। ତେଣୁ କେତେ ନିମ୍ନମାନର କାମ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ତେଣୁ ଏହାକୁ ତୁରନ୍ତ ପୁଣିଥରେ ମରାମତି କରାଯାଉ।
ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି, କେନାଲ ପାଣି ଝର ଯୋଗୁ ମାଟି ଖସିଛି। ତୁରନ୍ତ କାମ ଆରମ୍ଭ ହେବ।
The post ୬ ମାସ ବି ଗଲାନି; ବନ୍ୟା ଆସୁ ଆସୁ ଭୁଶୁଡ଼ିଗଲା ପଥର ପ୍ୟାକିଂ appeared first on Odisha Reporter.
from Odisha Reporter https://ift.tt/3fvmypX
No comments:
Post a Comment