କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 28, 2021

କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ଲିଡ୍ସ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ସାମାନ୍ୟ ବ୍ୟାକଫୁଟରେ ରହିଛି। ତଥାପି ଦଳ ମ୍ୟାଚ୍‌ ବଞ୍ଚାଇବାକୁ ସଂଘର୍ଷ ଜାରି ରଖିଛି। ପ୍ରଥମ ଇନିଂସରେ ମାତ୍ର ୭୮ ରନ୍‌ କରି ଅଲଆଉଟ ହୋଇଯାଇଥିବା ଭାରତ ଦ୍ୱିତୀୟ ଇନିଂସରେ ଭଲ ଆରମ୍ଭ କରିଛି। ଏହାର ସବୁ ଶ୍ରେୟ ଓପନର ରୋହିତ ଶର୍ମାଙ୍କୁ ଯାଉଛି।

ରୋହିତଙ୍କ ସହ ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ମଧ୍ୟ ତୃତୀୟ ଦିନରେ ଭଲ ବ୍ୟାଟିଂ କରିଛନ୍ତି। ରୋହିତ ୫୯ ରନ୍‌ କରି ଆଉଟ ହୋଇଥିବା ବେଳେ ପୂଜାରା ୯୧ ଓ ବିରାଟ ୪୫ ରନ୍‌ କରି ଅପରାଜିତ ରହିଛନ୍ତି।

ତେବେ ରୋହିତ ତୃତୀୟ ଦିନରେ ଓଲି ରବିନସନଙ୍କୁ ଗୋଟିଏ ଚମତ୍କାର ଛକା ମାରି ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ସେ ଏବେ ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଓଲି ରବିନସନଙ୍କ ଗୋଟିଏ ବାଉନ୍ସରକୁ ସେ ଥାର୍ଡମ୍ୟାନ୍‌ରେ ବାଉଣ୍ଡରୀ ବାହାରକୁ ପଠାଇ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୬୧ତମ ଛକା। କପିଲ ଦେବ ନିଜର ଟେଷ୍ଟ କ୍ୟାରିୟର୍‌ରେ ୬୦ଟି ଛକା ମାରିଥିଲେ। ତେଣୁ ରୋହିତ ଗତକାଲି ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି।

ଏବେ ବି ରୋହିତ ଟିମ ଇଣ୍ଡିଆର ୩ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ, ମହେନ୍ଦ୍ର ସିଂହ ଧୋନି ଓ ସଚିନ ତେନ୍ଦୁଲକରଙ୍କ ଛକା ମାରିବା ରେକର୍ଡ ଠାରୁ ପଛରେ ରହିଛନ୍ତି। ସେହୱାଗ ଟେଷ୍ଟ ମ୍ୟାଚ୍‌ରେ ୯୦ଟି ଛକା ମାରି ୧ନଂ ସ୍ଥାନରେ ଥିବା ବେଳେ ଧୋନି ୭୮ଟି ଛକା ସହ ଦ୍ୱିତୀୟ ଓ କ୍ରିକେଟର ଭଗବାନ ସଚିନ ୬୯ଟି ଛକା ମାରିଛନ୍ତି। ତେଣୁ ରୋହିତ ଖୁବଶୀଘ୍ର ସଚିନଙ୍କ ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ରୋହିତ ଭଲ ଫର୍ମରେ ରହିଛନ୍ତି। ସେ ୩ଟି ମ୍ୟାଚ୍‌ରେ ଦୁଇଟି ଅର୍ଦ୍ଧଶତକ ହାସଲ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ୧୯ ରନ୍‌ କରିଥିଲେ। ଗୋଟିଏ ପଟେ ଜଣଙ୍କ ପରେ ଜଣେ ବ୍ୟାଟସମ୍ୟାନ ଆଉଟ ହେଉଥିଲେ ହେଁ ସେ ୧୦୫ଟି ବଲ ଖେଳି ଇଂଲଣ୍ଡ ବୋଲରଙ୍କ ଆଗରେ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ସେ ଭଲ ବ୍ୟାଟିଂ କରି ୫୯ ରନ୍‌ କରି ଆଉଟ ହୋଇଛନ୍ତି।

The post କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା appeared first on Odisha Reporter.



from Odisha Reporter https://ift.tt/3kypNhX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages