ଘରର ଦକ୍ଷିଣ ଭାଗ ଖାଲୁଆ ଥିଲେ କ’ଣ ଆସେ ସମସ୍ୟା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 8, 2021

ଘରର ଦକ୍ଷିଣ ଭାଗ ଖାଲୁଆ ଥିଲେ କ’ଣ ଆସେ ସମସ୍ୟା ?

ଘରଟିଏ କରିବା ପୂର୍ବରୁ ବିଭିନ୍ନ କଥାକୁ ବିଚାରକୁ ନିଆଯାଏ। ତା’ ମଧ୍ୟରୁ ଗୋଟିଏ ହେଉଛି ବାସ୍ତୁ। ଅନେକ ଲୋକ ଘର କଲା ବେଳେ ବାସ୍ତୁକୁ ଗୁରୁତ୍ୱ ଦିଅନ୍ତି। କେବଳ ଘର ଭିତର ନୁହେଁ, ଘର ବାହାରେ କେଉଁ ଜିନିଷ କେମିତି ଓ କେଉଁଠି ରହିବା ଉଚିତ୍, ତାହା ମଧ୍ୟ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଭାଗଟି ଖାଲୁଆ ହେବା ଉଚିତ୍ ନୁହେଁ। ଏହା ଦ୍ୱାରା ଘର ଲୋକେ ବିଭିନ୍ନ ସମସ୍ୟାରେ ପଡ଼ିଥାନ୍ତି।

କ’ଣ ସମସ୍ୟା ହୁଏ

  • ଘରର ଦକ୍ଷିଣ-ପୂର୍ବ କୋଣ ବା ଅଗ୍ନିକୋଣ ଖାଲୁଆ ହୋଇଥିଲେ ବ୍ୟବସାୟରେ ସମସ୍ୟା ଆସିଥାଏ।
  • ଦକ୍ଷିଣ ଭାଗ ଖାଲୁଆ ଥିଲେ ସନ୍ତାନମାନେ ଗୃହକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ।
  • ଦକ୍ଷିଣ-ପଶ୍ଚିମ ଭାଗ ଖାଲୁଆ ଥିଲେ ପରିବାରଟି ଏକତ୍ରିତ ହୋଇ ରହିପାରେ ନାହିଁ।
  • ଗୃହର ନୈଋତ୍ୟ କୋଣ (ଦକ୍ଷିଣ-ପଶ୍ଚିମ କୋଣ) ଖାଲୁଆ ଥିଲେ ଗୃହକର୍ତ୍ତାଙ୍କ ସ୍ୱାସ୍ଥ୍ୟହାନୀ ହୋଇଥାଏ।
  • ଦକ୍ଷିଣ ଭାଗରେ ପାଇଖାନା ଥିଲେ ସ୍ୱାସ୍ଥ୍ୟ ସମସ୍ୟା ଆସିବା ସହ ସନ୍ତାନଙ୍କ କ୍ୟାରିୟରରେ ବାଧା ସୃଷ୍ଟି ହୋଇଥାଏ।

ପ୍ରତିକାର

  • ଗୃହର ଦକ୍ଷିଣ ଭାଗକୁ କେବେ ବି ଖାଲୁଆ ରଖନ୍ତୁ ନାହିଁ।
  • ଦକ୍ଷିଣ ଭାଗରେ ଅଳିଆ ଆବର୍ଜନା ପକାନ୍ତୁ ନାହିଁ।
  • ଗୃହର ଦକ୍ଷିଣ ଭାଗରେ ଗୁଆ ଗଛ ଲଗାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

The post ଘରର ଦକ୍ଷିଣ ଭାଗ ଖାଲୁଆ ଥିଲେ କ’ଣ ଆସେ ସମସ୍ୟା ? appeared first on Odisha Reporter.



from Odisha Reporter https://ift.tt/3CsqSAd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages