ଅଧିକ ପ୍ରଭାବଶାଳୀ କୋଭାକ୍ସିନ ଓ କୋଭିସିଲ୍ଡର ମିକ୍ସ ଡୋଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 8, 2021

ଅଧିକ ପ୍ରଭାବଶାଳୀ କୋଭାକ୍ସିନ ଓ କୋଭିସିଲ୍ଡର ମିକ୍ସ ଡୋଜ୍‌

ନୂଆଦିଲ୍ଲୀ: ଚାରିଆଡେ ଜାରି ରହିଛି କରୋନା ମହାମାରୀର ଦ୍ୱିତୀୟ ଲହରର କହର। କେବଳ ସେତିକି ନୁହେଁ କରୋନାର ନୂଆ ନୂଆ ଭାରିଏଣ୍ଟ ବୈଜ୍ଞାନିକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଭାରିଏଣ୍ଟଗୁଡିକୁ ମାତ ଦେବାରେ ଆଣ୍ଟିବଡି ମଧ୍ୟ କାମ ଦେଉନଥିବା ଅନେକ ଅଧ୍ୟୟନରେ କୁହାଯାଉଛି। ଏହାରି ଭିତରେ ଏକ ଖୁସି ଖବର ସାମ୍ନାକୁ ଆସିଛି।

କରୋନା ରୋଗୀଙ୍କ ଠାରେ ଅଧିକ ଫଳପ୍ରଦ ହେଉଛି ମିକ୍ସ ଡୋଜ। ସ୍ୱଦେଶୀ ଟିକା କୋଭାକ୍ସିନ୍‌ ଏବଂ କୋଭିସିଲ୍ଡର ମିକ୍ସ ଡୋଜ କରୋନାରୁ ଅଧିକ ସୁରକ୍ଷିତ ଦେଉଛି। ମିସ୍କ ଡୋଜ ଦେହରେ ଆଣ୍ଟିବଡିକୁ ବୃଦ୍ଧି କରିପାରିବ ବୋଲି ଆଇସିଏମ୍‌ଆର୍‌ ଦାବି କରିଛି।

ଆଇସିଏମ୍‌ଆର୍‌ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଛି ଯେ, ଭାରତରେ ତିଆରି କୋଭିସିଲ୍ଡ ଏବଂ କୋଭାକ୍ସିନ୍‌ର ମିକ୍ସ ଡୋଜକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରୁ ଭଲ ପରିଣାମ ସାମ୍ନାକୁ ଆସିଛି। ଟିକାର ଦୁଇଟି ଡୋଜରେ କୋଭିସିଲ୍ଡର ଗୋଟିଏ ଏବଂ କୋଭାକ୍ସିର ଗୋଟିଏ ଡୋଜ୍‌ କେବଳ ନିରାପଦ ନୁହେଁ, ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ ବୋଲି ଦାବି କରାଯାଇଛି।

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ପ୍ୟାନେଲ୍ ଜୁଲାଇରେ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଟିକା ର ମିଶ୍ରିଣ ଉପରେ ଅଧ୍ୟୟନ କରିବାକୁ ସୁପାରିଶ କରିଥିଲେ। ବିଶେଷଜ୍ଞ କମିଟି, ବିସ୍ତୃତ ବିଚାର ବିମର୍ଶ ପରେ, ଚତୁର୍ଥ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ CMC, ଭେଲୋରକୁ ସୁପାରିଶ କକରିଥିଲା । ଏହି ପରୀକ୍ଷାରେ ୩୦୦ ସ୍ୱେଚ୍ଛାସେବୀ ଅନ୍ତର୍ଭୁକ୍ତ ଥିଲେ ।

ସୂଚନାଯୋଗ୍ୟ ଯେ ଭାରତର ଟିକାକରଣ ପ୍ରଟୋକଲ ମୁତାବକ ଯେଉଁ କମ୍ପାନୀର ଟିକା ପ୍ରଥମ ଡୋଜରେ ନିଆଯାଇଥିବ, ଦ୍ୱିତୀୟ ଡୋଜ୍ ମଧ୍ୟ ସେହି କମ୍ପାନୀର ଟିକା ନେବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ କରୋନାର ସାମ୍ନାକୁ ଆସୁଥିବା ନୂଆ ନୂଆ ଭୟାନକ ଭାରିଏଣ୍ଟକୁ ନେଇ କରାଯାଇଥିବା ବୈଜ୍ଞାନିକଙ୍କ ଅଧ୍ୟୟନରେ ମିକ୍ସ ଆଣ୍ଡ ମ୍ୟାଚ୍‌ ଟିକାକରଣକୁ ଅଧିକ ପ୍ରଭାବଶାଳୀ ବୋଲି କୁହାଯାଇଛି।

The post ଅଧିକ ପ୍ରଭାବଶାଳୀ କୋଭାକ୍ସିନ ଓ କୋଭିସିଲ୍ଡର ମିକ୍ସ ଡୋଜ୍‌ appeared first on Odisha Reporter.



from Odisha Reporter https://ift.tt/2X8hIsv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages