ଆଇଜଲ: ଯଦିଓ ଆସାମ ଏବଂ ମିଜୋରାମ ମଧ୍ୟରେ ଥିବା ସୀମା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଦୁଇ ରାଜ୍ୟ ସରକାର ରାଜି ହୋଇଛନ୍ତି। ହେଲେ ଏହା କେତେ ଦୂର ସଫଳ ହେବ ତାହା ଏବେ ଅସ୍ପଷ୍ଚ। କାରଣ ଉତ୍ତର-ପୂର୍ବ ଭାରତର ଅଗ୍ରଣୀ ରାଜ୍ୟ ଆସାମ ଏବେ ମିଜୋରାମକୁ ଔଷଧ ପଠାଉନଥିବା ଅଭିଯୋଗ ହୋଇଛି। କରୋନା ମହାମାରୀ ବେଳେ ଆସାମରୁ ଔଷଧ ନମିଳିବା ନେଇ ମିଜୋରାମ ଡ୍ରଗ୍ସ ଆସୋସିଏସନ ଚିନ୍ତା ପ୍ରକଟ କରିଛି। ଏ ନେଇ ମିଜୋରାମ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ମିଜୋରାମର ମୁଖ୍ୟ ସଚିବଙ୍କୁ ଏକ ଚିଠି ପଠାଇଛି। ଔଷଧ ନଆସିବା ପଛର କାରଣ ଆସାମ ସରକାର ବାଧକ ସାଜିଥିବା ଚିଠିରେ ଉଲ୍ଲେଖ ରହିଛି।
ଆସୋସିଏସନ ଆହୁରି ମଧ୍ୟ ଦାବି କରିଛି ଯେ ‘ସୁରକ୍ଷା’ ନାମରେ ଆସାମ ସରକାର ନିଜ ପୁଲିସର ସହାୟତାରେ ଗୌହାଟିରେ ସମସ୍ତ ପରିବହନ କାରୀଙ୍କୁ ୨୯ ଜୁଲାଇରୁ ଅଟକାଇ ରଖିଛନ୍ତି। ମିଜୋରାମକୁ ଯେମିତି କୌଣସି ସାମଗ୍ରୀ କିମ୍ବା ଔଷଧ ନଆସିବ ସେ ନେଇ ବ୍ୟବସ୍ଥା ହୋଇଛି। ଅଟକି ରହିଥିବା ସେବା ମଧ୍ୟରେ କୋରିଅର ବି ରହିଛି ବୋଲି ସଂଘ କହିଛି।
କୋଭିଡ୍ ଭଳି ପରିସ୍ଥିତିରେ ଆସାମ ପ୍ରାଣ ରକ୍ଷାକାରୀ ଔଷଧକୁ ମିଜୋରାମକୁ ଛାଡୁ ନାହିଁ। ତେଣୁ ରାଜ୍ୟରେ ଏବେ ଆଉ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ। ଯେଉଁଥି ପାଇଁ ମିଜୋରାମ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରେ। ମିଜୋରାମ ଇତିହାସରେ ଏଭଳି ପରିସ୍ଥିତି ପୂର୍ବରୁ କେବେ ହୋଇ ନାହିଁ। ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ହେବା ଦରକାର ବୋଲି ଆସୋସିଏସନ ସରକାରଙ୍କୁ ନିବେଦନ କରିଛି। କହିରଖୁଛୁ ଯେ ମିଜୋରାମରେ ଏବେ କୋଭିଡର ଦ୍ୱିତୀୟ ଲହରକୁ ସାମ୍ନା କରୁଛି।
ମିଜୋରାମ ସ୍ୱାସ୍ଥ୍ୟମନ୍ତ୍ରୀ ଆର ଲାଲଥାଙ୍ଗଲିଆନା ରବିବାର ଦାବି କରିଛନ୍ତି ଯେ ସୀମା ବିବାଦ ପରେ ବାରକ ଉପତ୍ୟକା ଅଞ୍ଚଳରେ ଅବରୋଧ ହେତୁ କରୋନା ଟେଷ୍ଟ କିଟ୍ ସମେତ ଚିକିତ୍ସା ସାମଗ୍ରୀ ଆସାମରୁ ରାଜ୍ୟକୁ ଆସୁ ନାହିଁ। ଏଥିପାଇଁ ସେଠିକାର ସରକାର ପ୍ରମୁଖ ବାଧକ ସାଜିଛନ୍ତି। ଅନ୍ୟପକ୍ଷରେ ଆସାମ ସରକାର ମିଜୋରାମର ଡ୍ରଗିଷ୍ଟ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଭିଯୋଗକୁ ଖାରଜ କରିଛନ୍ତି। ରାଜ୍ୟ ସରକାର ଏଭଳି ଅବରୋଧ ପାଇଁ କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି ବୋଲି ଆସାମ ସରକାର କହିଛନ୍ତି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ସେ ଜୁଲାଇ ୨୬ରେ ଘଟିଥିବା ସୀମା ଘଟଣାକୁ ଆଗାମୀ ଦିନରେ ସୁପ୍ରିମକୋର୍ଟକୁ ନେବେ। ଯେଉଁଥିରେ ଗୁଳି ବିନିମୟରେ ୬ ଜଣ ଆସାମ ପୁଲିସ କର୍ମଚାରୀ ନିହତ ହୋଇଥିଲେ। ହେଲେ ଏହାର ତଦନ୍ତ କରିବାକୁ ମିଜୋରାମ ସରକାର ଅନୁମତି ଦେଉନାହିଁ।
The post ‘ମିଜୋରାମକୁ ଆସିପାରୁନି କୋଭିଡ ଔଷଧ, ଆସାମ ସାଜିଛି ବାଧକ’ appeared first on Odisha Reporter.
from Odisha Reporter https://ift.tt/3C2BiGt
No comments:
Post a Comment