୩ ଦିନ ପରେ ନଦୀରୁ ମିଳିଲା ସ୍ୱାମୀର ମୃତଦେହ; ସ୍ତ୍ରୀ ଓ ଅନ୍ୟ ଜଣେ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

୩ ଦିନ ପରେ ନଦୀରୁ ମିଳିଲା ସ୍ୱାମୀର ମୃତଦେହ; ସ୍ତ୍ରୀ ଓ ଅନ୍ୟ ଜଣେ ନିଖୋଜ

ପାଲଲହଡ଼ା (ରବି ପ୍ରଧାନ): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ ଖମାର ଥାନା ଅନ୍ତର୍ଗତ କୁଞ୍ଜାମ ଗାଁରୁ ୩ ଦିନ ତଳେ ୩ ଜଣ ନିଖୋଜ ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ଜଣଙ୍କର ମୃତଦେହ ମିଳିଛି। ସମାକୋଇ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବୁଦ୍ଧୁ ଛାତର।

ବୁଦ୍ଧୁଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ପତ୍ନୀ ମୁନି ଛାତର ଓ ଦେଉଳ ଢିପା ସାହିର ବୁଦ୍ଧିଆ ଗାଗରାଇଙ୍କର ଏଯାଏଁ ପତ୍ତା ମିଳିନି। ଓଡ୍ରାଫ୍ ଟିମ୍ ସମାକୋଇ ନଦୀରେ ଖୋଜାଖୋଜି କରୁଛି।
ଗୁଣି ଗାରେଡ଼ି ସନ୍ଦେହରେ ଟ୍ରିପଲ ମର୍ଡର ହୋଇ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

ବୁଦ୍ଧୁ ଛିତାର କୁଞ୍ଜାମର ଜିତମୁଣ୍ଡା ସାହିରେ ରହୁଥିଲେ। ସେହି ସାହିର କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ଓ ଅନ୍ୟ ଦୁଇ ଜଣଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ପୁଲିସ୍ ସନ୍ଦେହ କରୁଛି।

ବୁଦ୍ଧୁଙ୍କ ମୃତଦେହ ମିଳିବା ପରେ ପୁଲିସ ସମାକୋଇ ନଦୀ ପଠାରେ ପହଞ୍ଚି ତଦନ୍ତ କରିଛି।

The post ୩ ଦିନ ପରେ ନଦୀରୁ ମିଳିଲା ସ୍ୱାମୀର ମୃତଦେହ; ସ୍ତ୍ରୀ ଓ ଅନ୍ୟ ଜଣେ ନିଖୋଜ appeared first on Odisha Reporter.



from Odisha Reporter https://ift.tt/2V87uYg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages