ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ସକାଳୁ ସକାଳୁ ବଲାଙ୍ଗିର ସହରରେ ଘଟିଛି ଏକ ଦୁଃଖଦ ଘଟଣା। ଦୁର୍ଗାମନ୍ଦିର ଛକ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।
ମୃତ ମହିଳାଙ୍କ ନାଁ ପ୍ରମିଳା ମହାପାତ୍ର। ଆହତଙ୍କ ନାଁ ଉଷା ସିଂ। ଦୁହେଁ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ସାରି ଫେରୁଥିବା ବେଳେ ଏକ ଟମାଟୋ ବୋଝେଇ ପିକ୍ଅପ୍ ଭ୍ୟାନ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ପିକ୍ଅପ୍ ଧକ୍କାରେ ପ୍ରମିଳା ରାସ୍ତାକଡ଼ ନାଳରେ ପଡ଼ି ଯାଇଥିଲେ। ପିକ୍ଅପ୍ ଭ୍ୟାନ୍ ମଧ୍ୟ ନାଳ ଉପରେ ଚଢ଼ି ଯାଇଥିଲା ଓ ତା’ ତଳେ ପ୍ରମିଳା ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ପ୍ରମିଳାଙ୍କ ସାଙ୍ଗରେ ଯାଉଥିବା ଉଷା ସିଂହ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଛିଟିକି ପଡ଼ିଥିଲେ। ସେ ସାମାନ୍ୟ ଆହତ ହୋଇଛନ୍ତି।
ବଲାଙ୍ଗିର ଟାଉନ୍ ଥାନା ପୁଲିସ୍ କ୍ରେନ୍ ସାହାଯ୍ୟରେ ପିକ୍ଅପ୍ ଭ୍ୟାନ୍କୁ ଉଠାଇବା ପରେ ପ୍ରମିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ପୁଲିସ୍ ପିକ୍ଅପ୍ ଭ୍ୟାନ୍ଟିକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
The post ମନ୍ଦିରରୁ ଫେରୁଥିବା ବେଳେ ଦୁଇ ମହିଳାଙ୍କ ଉପରେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/2VsptJg
No comments:
Post a Comment