ମୁମ୍ବାଇ: ନିରବତା ଭାଙ୍ଗିଲେ ବଲିଉଡ ରାପର୍ ୟୋ ୟୋ ହନି ସିଂ। ପତ୍ନୀ ସାଲିନୀ ତଲୱାରଙ୍କ ଘରୋଇ ହିଂସା ଅଭିଯୋଗ ପରେ ପ୍ରଥମ କରି ମୁହଁ ଖୋଲିଛନ୍ତି ହନି ସିଂ। ସୋଶାଲ ମିଡିଆରେ ସେ ନିଜ ମନ କଥା ସେଆର କରିଛନ୍ତି। ପତ୍ନୀଙ୍କ ଅଭିଯୋଗକୁ ନେଇ ନିଜ ବିବୃତ୍ତି ଜାରି କରିଛନ୍ତି ଏହି ବଲିଉଡର ରାପର।
ହନି ସିଂ କହିଛନ୍ତି, ତାଙ୍କ ଏବଂ ତାଙ୍କ ପରିବାର ବିରୋଧରେ ପତ୍ନୀ ସାଲିନୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ। ଏଥିପାଇଁ ସେ ଅତ୍ୟନ୍ତି ଦୁଃଖିତ। ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ହନି ସିଂ କହିଛନ୍ତି।
ସେ ଆହୁରି କହିଛନ୍ତି, ‘ମୋର ଗୀତ ପାଇଁ କଠୋର ସମାଲୋଚନା ଏବଂ ନକାରାତ୍ମକ ଗଣମାଧ୍ୟମର କଭରେଜ୍ ସତ୍ତ୍ୱେ ମୁଁ କୌଣସି ସାର୍ବଜନୀନ ବିବୃତ୍ତି କିମ୍ବା ପ୍ରେସ୍ ନୋଟ୍ ଦେଇ ନାହିଁ। ତଥାପି ମୁଁ ଏହି ପ୍ରସଙ୍ଗରେ ଆଉ ନୀରବ ରହିବା ଠିକ୍ ମନେ କଲି ନାହିଁ। କାରଣ କିଛି ଅଭିଯୋଗ ମୋ ପରିବାର ଉପରେ ଲଗାଯାଉଛି, ଯିଏକି କଠିନ ସମୟରେ ମୋ ସହିତ ଠିଆ ହୋଇଥିଲେ। ମୁଁ ଏହି ଇଣ୍ଡଷ୍ଟ୍ରି ସହିତ ୧୫ ବର୍ଷରୁ ଅଧିକ ସମୟ ଧରି ଜଡିତ ଅଛି। ସାରା ଦେଶର କଳାକାର ଏବଂ ସଂଗୀତଜ୍ଞମାନଙ୍କ ସହିତ କାମ କରିଛି। ମୋ ପତ୍ନୀଙ୍କ ସହ ମୋର ସମ୍ପର୍କ ବିଷୟରେ ସମସ୍ତେ ଜାଣିଛନ୍ତି। ସେ ସବୁବେଳେ ମୋ ସହିତ ସୁଟିଂ, ଇଭେଣ୍ଟ ଏବଂ ମିଟିଂରେ ଯାଇଛନ୍ତି।’
ହନି ସିଂ କହିଛନ୍ତି, ‘ମୁଁ ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରୁଛି କିନ୍ତୁ ମୁଁ ଏଥିରେ ଅଧିକ ମନ୍ତବ୍ୟ ଦେବି ନାହିଁ। କାରଣ ଏହି ମାମଲା ଏବେ କୋର୍ଟରେ ବିଚାରଧୀନ। ମୋର ଏହି ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଯେପର୍ଯ୍ୟନ୍ତ ଉଭୟ ପକ୍ଷର ତଥ୍ୟ ଶୁଣିବା ପରେ ମାନ୍ୟବର କୋର୍ଟ କୌଣସି ସିଦ୍ଧାନ୍ତ ନେଇ ନାହାଁନ୍ତି ସେ ପର୍ଯ୍ୟନ୍ତ ମୁଁ ମୋର ପ୍ରଶଂସକ ଏବଂ ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ ମୋର ଏବଂ ମୋ ପରିବାର ବିଷୟରେ କୌଣସି କମେଣ୍ଟ ଦିଅନ୍ତୁ ନାହିଁ। ମୋର ବିଶ୍ୱାସ ଯେ ନ୍ୟାୟ ପ୍ରଦାନ କରାଯିବ ଏବଂ ସତ ସାମ୍ନାକୁ ଆସିବ।’
ସୂଚନା ମୁତାବକ, ନିକଟରେ ସାଲିନୀ ତଲୱାର ସ୍ୱାମୀ ହନି ସିଂ ଏବଂ ତାଙ୍କ ପରିବାର ଉପରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ତାଙ୍କ ସହ ପଶୁଙ୍କ ଭଳି ବ୍ୟବହାର କରାଯାଉଥିବା ନେଇ ହନି ସିଂଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଦିଲ୍ଲୀ ତିସ ହଜାରୀ କୋର୍ଟର ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ତାନିଆ ସିଂଙ୍କ ନିକଟରେ ସାଲିନୀ ତାଙ୍କର ସମ୍ପୂର୍ଣ୍ଣ ମାମଲା ଦାୟର କରିଛନ୍ତି।
ମହିଳା ସଂରକ୍ଷଣ ଅଧିନିୟକ ଅନୁଯାୟୀ ହନି ସିଂଙ୍କ ପତ୍ନୀ ସାଲିନୀ ତାଙ୍କ ଠାରୁ ୧୦ କୋଟି ଟଙ୍କାର କ୍ଷତିପୂରଣ ମାଗିଛନ୍ତି। କେବଳ ସେତିକି ନୁହେଁ ଦିଲ୍ଲୀରେ ଘର ଭଢ଼ା ବାବଦକୁ ପ୍ରତି ମାସରେ ୫ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ସେ ଦାବି କରିଛନ୍ତି। ସେପଟେ କୋର୍ଟ ହନି ସିଂଙ୍କୁ ଏହି ମାମଲାରେ ନୋଟିସ କରିବା ସହ ଆସନ୍ତା ଅଗଷ୍ଟ ୨୮ ତାରିଖ ଭିତରେ ନିଜ ଜବବା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
View this post on Instagram
The post ପତ୍ନୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ହନି ସିଂ appeared first on Odisha Reporter.
from Odisha Reporter https://ift.tt/3jvpRP1
No comments:
Post a Comment