ବ୍ରହ୍ମପୁର(ଜଗନ୍ନାଥ ସାହୁ): ୫ ଦିନ ହେବ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ବିଚାରାଧୀନ କଏଦୀ। ହେଲେ ଆଜି ସକାଳୁ ବେଡ୍ରୁ ଗାଏବ ହୋଇଗଲେ। ଫେରାର ହୋଇଯାଇଥିବା କଏଦୀଙ୍କୁ ଖୋଜିବାକୁ ପୁଲିସ୍ ଅନୁସନ୍ଧାନ ଚଳାଇଥିଲେ ବି କିଛି ଟେର ପାଇପାରିନି। ଏପରି ଘଟଣା ଆଜି ସକାଳେ ବ୍ରହ୍ମପୁର ଏମକେସିଜି କୋଭିଡ଼ ହସ୍ପିଟାଲରେ ଘଟିଛି। ଫେରାର ଅଭିଯୁକ୍ତ ହେଲେ ନୟାଗଡ଼ ଅଂଚଳର ମିରତା ସିଂ।
ମିରତା ଜୁଲାଇ ୪ ତାରିଖରେ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ବାଲିଗୁଡା ଜେଲ୍ରେ ଥିଲେ। ଏହାପରେ ୩୧ ତାରିଖରେ ପଜିଟିଭ ବାହାରିବା ପରେ ବାଲିଗୁଡା ମେଡିକାଲରେ ଆଡମିଟ ହୋଇଥିଲା। ସେଠାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି କୋଭିଡ଼ ମେଡିକାଲକୁ ପଠାଯାଇଥିଲା।
ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳୁ ଏମକେସିଜି କୋଭିଡ଼ ହସ୍ପିଟାଲ-୧ ରୁ ଫେରାର ହୋଇଯାଇଛନ୍ତି। ଆଜି ଭୋର ୪ଟା ବେଳେ ବେଡ଼ରେ ମିରତାଙ୍କୁ ନ ପାଇ ଖୋଜାଖୋଜି ଆରମ୍ଭ କରିଛି ପୁଲିସ୍।
ଏନେଇ ଏମକେସିଜି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି, ରୋଗୀଜଣକ ବାଲିଗୁଡ଼ାରୁ ରେଫର ହୋଇ ଆସିଥିଲେ। ଏବେ ଅବସ୍ଥା ଭଲ ହୋଇ ଆସିଥିଲା। ହେଲେ ଡିସଚାର୍ଜ ହେବା ପୂର୍ବରୁ ସେ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ଜଗିବା ପାଇଁ ୨ ପୁଲିସ୍ କର୍ମୀ ଆସିଥିବା ବେଳେ ସେମାନେ ଗେଟ୍ ବାହାରେ ରହୁଥିଲେ। ଏନେଇ ବାଲିଗୁଡ଼ା ଥାନାକୁ ଅବଗତ କରାଯାଇଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ।
The post କୋଭିଡ ହସ୍ପିଟାଲରୁ ଗାଏବ ହୋଇଗଲେ ବିଚାରାଧୀନ କଏଦୀ appeared first on Odisha Reporter.
from Odisha Reporter https://ift.tt/3xug7tt
No comments:
Post a Comment