ସାବଧାନ, ଚଳିତ ମାସରେ କୋଭିଡର ତୃତୀୟ ଲହର ଆରମ୍ଭ ହେବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 2, 2021

ସାବଧାନ, ଚଳିତ ମାସରେ କୋଭିଡର ତୃତୀୟ ଲହର ଆରମ୍ଭ ହେବ!

ନୂଆଦିଲ୍ଲୀ: ଚଳିତ ମାସରେ କୋଭିଡର ତୃତୀୟ ଲହର ଆରମ୍ଭ ହେବ। ଅକ୍ଟୋବରରେ ଏହା ପିକ୍ ହେବ। ଏହି ସମୟରେ ପ୍ରତିଦିନ ସଂକ୍ରମିତ ସଂଖ୍ୟା ୧ଲକ୍ଷ ପାଖାପାଖି ହୋଇପାରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ହୋଇପାରେ। ଏଭଳି ଏକ ସମ୍ଭାବ୍ୟ ରିପୋର୍ଟ ଜାରି କରିଛନ୍ତି ଆଇଆଇଟି ହାଇଦ୍ରାବାଦର ପ୍ରଫେସର ମଥୁକୁମାଲି ବିଦ୍ୟାସାଗର ଏବଂ ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ୱାଲ।

ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ୱାଲ କେନ୍ଦ୍ର ସରକାରଙ୍କ କୋଭିଡ ଟାସ୍କ ଫୋର୍ସ କମିଟିର ସଦସ୍ୟ ରହିଛନ୍ତି। ଗତ ମାସରେ ସେ କହିଥିଲେ କୋଭିଡର ତୃତୀୟ ଲହର ଅକ୍ଚୋବର-ନଭେମ୍ୱରରେ ପିକରେ ପହଞ୍ଚିବ। ଦ୍ୱିତୀୟ ଲହର ଦେଶର ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବାକୁ ଦର୍ଶାଇଥିଲା। ହେଲେ ତୃତୀୟ ଲହର ବେଳେ ଯଦି କୋଭିଡ ସେହି ଭଳି ମାରାତ୍ମକ ହେବ ତାହେଲେ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯିବ। ବିଶେଷଜ୍ଞ କହିଛନ୍ତି କେରଳ ଏବଂ ମହାରାଷ୍ଟ୍ରରେ ଯେଉଁଭଳି ଭାବରେ କୋଭିଡ୍ ସଂକ୍ରମଣ ବୃଦ୍ଧି ହେଉଛି ତାହା ତୃତୀୟ ଲହରର ଆରମ୍ଭ ବୋଲି ଇଙ୍ଗିତ ଦେଉଛି।

ସୂଚନାଯୋଗ୍ୟ, ଦେଶରେ ଯେଉଁ ୧୦ଟି ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିତି ଅଧିକ ରହିଛି ତାହାର ସମୀକ୍ଷା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ହୋଇଥିଲା। ସେହି ରାଜ୍ୟଗୁଡିକ ହେଲା ଓଡିଶା, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଓ ମଣିପୁର । ଏସବୁ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଏବଂ ସ୍ଥିତିକୁ ତଦାରଖ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେବା ଦରକାର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ।

ଏସବୁ ରାଜ୍ୟରେ ୮୦ଭାଗରୁ ଅଧିକ ସଂକ୍ରମିତଙ୍କୁ ନିଜ ଘରେ ଏକାନ୍ତ ବାସରେ ରଖାଯାଇଥିବା ଜଣାପଡିଛି । ଯେଉଁମାନେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି ସେମାନଙ୍କର ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଅଧିକ ସତର୍କ ଦୃଷ୍ଟି ଦେବାକୁ ହେବ ବୋଲି ସରକାର କହିଥିଲେ। ଏହା ବ୍ୟତୀତ ୬୦+ ଏବଂ ୪୫ରୁ ୬୦ବର୍ଷ ବୟସ ବର୍ଗର ଲୋକେ କରୋନାରେ ଅଧିକ ୮୦% ମରୁଥିବାରୁ ଏହି ବର୍ଗର ଲୋକଙ୍କ ଟିକାଦାନ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ଅନାବଶ୍ୟକ ଯାତ୍ରା, ଭିଡ, ଜନଗହଳି ଆଦିକୁ ଯଥାସମ୍ଭବ ରୋକିବାକୁ ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ଭାର୍ଗବ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ।

The post ସାବଧାନ, ଚଳିତ ମାସରେ କୋଭିଡର ତୃତୀୟ ଲହର ଆରମ୍ଭ ହେବ! appeared first on Odisha Reporter.



from Odisha Reporter https://ift.tt/3jh72iJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages