ସାଂପ୍ରଦାୟିକ ନାରା ଦେଇ ଗିରଫ ବିଜେପି ସଦସ୍ୟଙ୍କୁ ମିଳିଲା ଜାମିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 11, 2021

ସାଂପ୍ରଦାୟିକ ନାରା ଦେଇ ଗିରଫ ବିଜେପି ସଦସ୍ୟଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତର ଠାରେ ମୁସଲିମ ସଂପ୍ରଦାୟ ବିରୋଧରେ ଆପତ୍ତିଜନକ ନାରା ଦେବା ଘଟଣାରେ ଗିରଫ ବିଜେପି ସଦସ୍ୟ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଜାମିନ ମିଳିଛି। ମଙ୍ଗଳବାର ସାଂପ୍ରଦାୟିକ ନାରାବାଜୀ ଘଟଣାରେ ଅଶ୍ୱିନୀ ଓ ଅନ୍ୟ ୫ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା। ହେଲେ ଗୋଟିଏ ଦିନ ଭିତରେ ତାଙ୍କୁ ଜାମିନ ମିଳି ଯାଇଛି।

ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେବା ବେଳେ ୫୦ ହଜାର ଟଙ୍କାର ବଣ୍ଡ ଜମା କରିବାକୁ କହିଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି, ଅଭିଯୁକ୍ତ ଅଶ୍ୱିନୀଙ୍କ ଉପସ୍ଥିତିରେ କିମ୍ବା ତାଙ୍କ ପ୍ରରୋଚନାରେ ରବିବାର ଯନ୍ତରମନ୍ତର ଠାରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ନାରାବାଜୀ କରାଯାଇଥିବାର କୌଣସି ପ୍ରମାଣ ମିଳିନି।

ସେହିପରି ଅଭିଯୁକ୍ତ ଜଣଙ୍କ ତଦନ୍ତ ଶେଷ ହେବା ଯାଏ ସହର ଛାଡ଼ି ଯିବାର କୌଣସି ଆଶଙ୍କା ବି ନାହିଁ। ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉଛି। ସେ ତଦନ୍ତରେ ପୁଲିସ୍‌କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ଦିଲ୍ଲୀର ଯନ୍ତରମନ୍ତର ଠାରେ ଭାରତ ଯୋଡ଼ ନାଁରେ ଗୋଟିଏ ଶୋଭାଯାତ୍ରା କରାଯାଇଥିଲା। ଏହାର ନେତୃତ୍ୱ ଅଶ୍ୱିନୀ ଉପାଧ୍ୟାୟ ନେଉଥିଲେ। ଏହି ଶୋଭାଯାତ୍ରା ପାଇଁ ପୁଲିସ୍‌ ଅନୁମତି ଦେଇ ନଥିଲେ ହେଁ ହଜାର ହଜାର ଲୋକ ଏକାଠି ହୋଇ ନାରାବାଜୀ କରିଥିଲେ। ଏହି ସମୟରେ କିଛି ଲୋକ ମୁସଲିମ ସଂପ୍ରଦାୟ ବିରୋଧରେ ନାରା ଦେବା ସହ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସିଥିଲା।

The post ସାଂପ୍ରଦାୟିକ ନାରା ଦେଇ ଗିରଫ ବିଜେପି ସଦସ୍ୟଙ୍କୁ ମିଳିଲା ଜାମିନ appeared first on Odisha Reporter.



from Odisha Reporter https://ift.tt/37C0SnO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages