ମୁମ୍ବାଇ: ସିଲଭର ଗାର୍ଲଙ୍କୁ ସାକ୍ଷାତ କଲେ ସଲମାନ। ଟୋକିଓ ଅଲିମ୍ପିକ୍ସ ୨୦୨୦ର ସିଲଭର ମେଡାଲିଷ୍ଟ ମୀରାବାଇ ଚାନୁଙ୍କ ଭେଟିଲେ ବଲିଉଡର ଭାଇଜାନ ସଲମାନ ଖାନ୍। ଅଜି ସକାଳେ ଏହି ଭେଟ୍ଘାଟ ହୋଇଛି। ଏନେଇ ସେ ନିଜ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ସୂଚନା ଦେଇଛନ୍ତି।
ସଲମାନ ମୀରା ବାଇଙ୍କ ସହ ଏକ ଫଟୋ ସେଆର କରିଛନ୍ତି। ଏହି ଫଟୋରେ ଦୁହେଁ ଏକାଠି ନଜର ଆସିଛନ୍ତି। ସିଲ୍ଭର ମେଡାଲିଷ୍ଟ ମୀରାବାଇଙ୍କୁ ଭେଟି ସେ ବେଶ୍ ଖୁସି ଅଛନ୍ତି ବୋଲି ନିଜ କ୍ୟାପସନରେ ଲେଖିଛନ୍ତି ସଲମାନ। ଏଥିସହ ସଲମାନ ମୀରା ବାଇଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
ସୂଚନା ମୁତାବକ ମୀରାବାଇ ଚାନୁ ସଲମାନ ଖାନ୍ଙ୍କ ଜଣେ ବଡ ଫ୍ୟାନ୍। ଏକ ସାକ୍ଷାତକାରରେ ସେ ଏହି କଥା କହିଥିଲେ। ସେ କହିଥିଲେ ଯେ, ‘ସଲମାନ ଖାନ୍ ତାଙ୍କୁ ଭାରି ପସନ୍ଦ। ତାଙ୍କ ବଡି ଷ୍ଟ୍ରକଚର ସବୁ କିଛିର ସେ ବଡ ଫ୍ୟାନ୍।’ ଏହି ଖବର ଜାଣିବା ପରେ ମୀରାବାଇଙ୍କୁ ଭେଟିବା ପାଇଁ ଆଗକୁ ଆସିଥିଲେ ସଲମାନ। ମୀରାବାଇଙ୍କୁ ତାଙ୍କ ଘରକୁ ଡାକି ସେ ତାଙ୍କ ସହ ଭେଟିଛନ୍ତି।
ସଲମାନଙ୍କ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକର ମଧ୍ୟ ମୀରାବାଇଙ୍କ ସହ ସାକ୍ଷାତ କରିଥିଲେ। ସେ ମଧ୍ୟ ମୀରବାଇଙ୍କ ସହ ଏକ ଫଟୋକୁ ନିଜ ଇନଷ୍ଟାଗ୍ରାମରେ ସେଆର କରି ବେଶ୍ ସୁନ୍ଦର କ୍ୟାପସନ ଲେଖିଥିଲେ।
ଟୋକିଓ ଅଲିମ୍ପିକ୍ସ୨୦୨୦ରେ ୨୬ ବର୍ଷୀୟ ମୀରାବାଇ ୪୯ କିଲୋଗ୍ରାମ କ୍ୟାଟେଗୋରୀରେ ରୌପ୍ୟ ପଦକ ହାସଲ କରିଛନ୍ତି। ମୀରାବାଇ ଦ୍ୱିତୀୟ ୱେଟଲିପ୍ଟର ଯିଏକି ଭାରତ ପାଇଁ ପଦକ ଆଣିଛନ୍ତି। ଏହା ପୂର୍ବରୁ ୱେଟ୍ଲିଫ୍ଟର କର୍ଣ୍ଣମ ମଲେଶ୍ୱରୀ ୨୦୦୦ରେ ସିଡ୍ନୀ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
View this post on Instagram
The post ସିଲଭର ଗାର୍ଲଙ୍କୁ ଭେଟିଲେ ସଲମାନ appeared first on Odisha Reporter.
from Odisha Reporter https://ift.tt/3CAq10t
No comments:
Post a Comment