ମଙ୍ଗଳ ଗ୍ରହରେ ବରଫ, ସାମ୍ନାକୁ ଆସିଲା ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

ମଙ୍ଗଳ ଗ୍ରହରେ ବରଫ, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ଆରମ୍ଭରୁ ରହସ୍ୟ ଘେରରେ ରହିଛି ମଙ୍ଗଳ ଗ୍ରହ। ଏଠାରେ ଜନଜୀବନ ସମ୍ଭବ ନା ନାହିଁ ସେ ନେଇ ଦୀର୍ଘ ବର୍ଷ ହେବ ଅନୁସନ୍ଧାନ ଚାଲିଛି। ଏହାରି ଭିତରେ ଏବେ ଲାଲ ଗ୍ରହରେ ମିଳିଛି ବରଫ। ମଙ୍ଗଳ ଗ୍ରହକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏଭଳି ଏକ ଫଟୋ ଜାରି କରିଛି ନାସା, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ନାସା ତା’ର ଅଫିସିଆଲ୍‌ ଓ୍ୱେବସାଇଟ୍‌ରେ ମଙ୍ଗଳ ଗ୍ରହ ଏହି ଫଟୋ ଜାରି କରିଛି। ଅର୍ବିଟର ଦ୍ୱାରା କ୍ୟାପଚର କରାଯାଇଥିବା ଫଟୋରେ ମଙ୍ଗଳ ଗ୍ରହରେ ମାଟି ଉପରେ ବରଫ ପତଳା ଆସ୍ତରଣ ପଡିଥିବା ଦେଖିବାକୁ ମିଳିଛି। ଫଟୋ ସାମ୍ନକୁ ଆସିବେ ସମସ୍ତେ ଚକିତ ହୋଇପଡିଛନ୍ତି।

ଏନ୍‌ଡିଟିଭିର ରିପୋର୍ଟ ମୁତାବକ, କେବଳ ବରଫ ନୁହେଁ ମାଟିରେ ପାଣି ଭଳି ଦେଖା ଯାଉଥିବା କିଛି ଅଂଶ ମଧ୍ୟ ଫଟୋରେ ଦେଖିବାକୁ ମିଳିଛି। ଉକ୍ତ ଫଟୋ ଜରିଆରେ ଅର୍ବିଟର ଲାଲା ଗ୍ରହର ଭିନ୍ନଭିନ୍ନ ବିଶେଷତ୍ୱକୁ ଏବେ ଲୋକଙ୍କ ସାମ୍ନାକୁ ଆଣିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ସାମ୍ନାକୁ ଆସିବା ପରେ ବୈଜ୍ଞାନିକଙ୍କ ଆଶା ଆହୁରି ଦୃଢ଼ିଭୂତ ହୋଇଛି। ଲାଲ ଗ୍ରହରେ ଯଦି ସତରେ ବରଫ ଅଛି ତେବେ ପାଣି ମଧ୍ୟ ଥିବ ବୋଲି ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି।

ନାସା ଦ୍ୱାରା ସୋଶାଲ ମିଡିଆରେ ଜାରି କରାଯାଇଥିବା ଏହି ପୋଷ୍ଟକୁ ଏଯାଏଁ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଅନେକ ୟୁଜର୍ସ ମଙ୍ଗଳ ଗ୍ରହର ବରଫ ପଡିଥିବା ଫଟୋକୁ ଦେଖି ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ ମିଳିଥିଲା।  ଏହି ଫଟୋକୁ ମଙ୍ଗଳ ଗ୍ରହର ଉତ୍ତର ମେରୁରୁ ନିଆଯାଇଥିଲା। ଏଭଳି ବାଲିକୁଦ ଗ୍ରହରେ ପ୍ରବଳ ପବନ ବୋହିବାରୁ ତିଆରି ହୋଇଥିଲା। ପ୍ରାୟ ୩୦ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ନୀଳ ରଙ୍ଗର ବାଲିକୁଦ ଦୃଶ୍ୟମାନ ହୋଇଥିଲା।

 

View this post on Instagram

 

A post shared by NASA (@nasa)

The post ମଙ୍ଗଳ ଗ୍ରହରେ ବରଫ, ସାମ୍ନାକୁ ଆସିଲା ଫଟୋ appeared first on Odisha Reporter.



from Odisha Reporter https://ift.tt/3fJ6VeT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages