୮ ବର୍ଷ ପରେ ବନ୍ଧା ହେଲେ ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

୮ ବର୍ଷ ପରେ ବନ୍ଧା ହେଲେ ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ

ସୋର(ଓଡ଼ିଶା ରିପୋର୍ଟର): ଦୀର୍ଘ ୮ ବର୍ଷ ହେବ  ଫେରାର ଥିବା ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକ ଶେଷରେ ବନ୍ଧା ହେଲେ ।  ବିକ୍ରମଜିତଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି  ।

ବିକ୍ରମଜିତ୍ ୨୦୧୩ରୁ ଫେରାର ଥିଲେ । ଗିରଫ ପରେ ତାଙ୍କୁ ବାଲେଶ୍ୱର OPID କୋର୍ଟରେ ହାଜର କରାଯାଇଛି । ତେବେ ଅଧିକ ପଚରାଉଚରା ଲାଗି ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି ।

ରୋଜଭ୍ୟାଲିରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଠକିଥିବା ଅଭିଯୋଗରେ ବାଲେଶ୍ୱର ସୋର ଥାନାରେ ୨୦୧୩ରେ ହୋଇଥିବା ୧୫/୨୦୧୩ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ଏ ସମ୍ପର୍କରେ, ସରକାରୀ ଓକିଲ ସୁଲଳିତ କର  କହିଛନ୍ତି,  ଏହା ୨୦୧୩ ମସିହା କେସ୍‌।  ସେବେଠୁ ଅଭିଯୁକ୍ତ ଫେରାର ଥିଲେ। ପଶ୍ଚିମବଙ୍ଗର ମଏନାରୁ ବାଲେଶ୍ୱର-ଇକୋନୋମିକ୍ସ ୱିଙ୍ଗ୍ସର ଡିଏସ୍‌ପି ତାଙ୍କୁ ଗିରଫ କରିଛନ୍ତି।

The post ୮ ବର୍ଷ ପରେ ବନ୍ଧା ହେଲେ ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ appeared first on Odisha Reporter.



from Odisha Reporter https://ift.tt/3frr20H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages