ରାସ୍ତା କଡ଼ରୁ ମିଳିଲା ଯବାନଙ୍କ ମୃତଦେହ, ହତ୍ୟା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

ରାସ୍ତା କଡ଼ରୁ ମିଳିଲା ଯବାନଙ୍କ ମୃତଦେହ, ହତ୍ୟା ଅଭିଯୋଗ

ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରାୟଧରାପୁର-ବନ୍ଧଢ଼ିହ ରାସ୍ତା ପାର୍ଶ୍ୱରୁ ଆଜି ଜଣେ ଯବାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜିତେନ୍ଦ୍ର ଜେନାସାମନ୍ତ। ତାଙ୍କ ଘର ଜନକ ଗାଁରେ।

ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ତିନି ଦିନ ତଳେ ହାଇଦ୍ରାବାଦରୁ ଗାଁକୁ ଆସିଥିଲେ। ତେବେ ଗତକାଲି ସନ୍ଧ୍ୟାରୁ ସେ ଘରୁ ବାହାରି ଯାଇ ଆଉ ଫେରି ନଥିଲେ। ଘର ଲୋକେ ରାତିରେ ବହୁତ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇ ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ମୃତଦେହକୁ ଜବତ କରି ତଦନ୍ତ କରୁଛି।

ଜିତେନ୍ଦ୍ରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କ ବାପା ମହେଶ୍ୱର ଜେନାସାମନ୍ତ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଏଫ୍‌ଆଇଆର୍‌ ମଧ୍ୟ ଦେଇଛନ୍ତି।

ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ବାଇକ୍ ନେଇ ଘରୁ ବାହାରି ଯାଇଥିଲେ। ତେବେ ନ ଫେରିବାରୁ ସେ ଫୋନ୍ କରିଥିଲେ। ଜିତେନ୍ଦ୍ର ବ୍ରହ୍ମବରଦାରେ ଥିବା କହିଥିଲେ ଓ ଖୁବ୍‌ଶୀଘ୍ର ଫେରିଆସିବେ ବୋଲି କହିଥିଲେ। ମାତ୍ର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନ ଫେରିବାରୁ ସେ ପୁଣି ଫୋନ୍ କରିଥିଲେ। କିନ୍ତୁ ଜିତେନ୍ଦ୍ର ଏଥର କିଛି ଉତ୍ତର ଦେଇ ନଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର ପତ୍ତା ମିଳି ନଥିଲା। ଆଜି ତାଙ୍କ ମୃତଦେହ ମିଳିଥିଲା। ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଯୋଗୁ ଏହା ହତ୍ୟାକାଣ୍ଡ ଭଳି ଜଣାପଡ଼ୁଛି ବୋଲି ମହେଶ୍ୱର ଜେନାସାମନ୍ତ ଅଭିଯୋଗ କରିଛନ୍ତି।

The post ରାସ୍ତା କଡ଼ରୁ ମିଳିଲା ଯବାନଙ୍କ ମୃତଦେହ, ହତ୍ୟା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/37gtPp9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages