କେନ୍ଦ୍ରମନ୍ତ୍ରୀଙ୍କ ଗିରଫଦାରୀକୁ ଯଥାର୍ଥ କହିଲେ କୋର୍ଟ, ପୁଲିସ୍‌ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

କେନ୍ଦ୍ରମନ୍ତ୍ରୀଙ୍କ ଗିରଫଦାରୀକୁ ଯଥାର୍ଥ କହିଲେ କୋର୍ଟ, ପୁଲିସ୍‌ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବାକୁ କହି ମଙ୍ଗଳବାର ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଅଡ଼ୁଆ ବଢ଼ିଛି। ଗତକାଲି ମଧ୍ୟରାତ୍ରରେ ତାଙ୍କୁ ଜାମିନ ମିଳିଥିଲେ ହେଁ କୋର୍ଟ ଗିରଫଦାରୀକୁ ଯଥାର୍ଥ ବୋଲି କହିଛନ୍ତି। ଏଥିସହ ନାଶିକ ପୁଲିସ୍‌ ନିକଟରେ ତାଙ୍କୁ ସେପ୍ଟେମ୍ବର ୨ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ନାଶିକରେ ମଧ୍ୟ ତାଙ୍କ ବିରୋଧରେ ଗୋଟିଏ ଏଫଆଇଆର ରୁଜୁ କରାଯାଇଛି। ମଙ୍ଗଳବାର ରାତିରେ ତାଙ୍କୁ ଏହି ଏଫଆଇଆର ଘଟଣାରେ ନୋଟିସ କରାଯାଇଛି ଓ ତାଙ୍କୁ ସେପ୍ଟେମ୍ବର ୨ ତାରିଖ ଦିନ ୧୨ଟାରେ ଥାନାରେ ହାଜର ହେବାକୁ କୁହାଯାଇଛି।

ମଙ୍ଗଳବାର ରାଇଗଡ଼ କୋର୍ଟରେ ହାଜର ହେବା ପରେ ସେ ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଇଥିଲେ। ଏଥିସହ ସେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଓ କ୍ୟାବିନେଟ ପାହ୍ୟାର ଉହାହରଣ ମଧ୍ୟ ଦେଇଥିଲେ। କୋର୍ଟ ୧୫ ହଜାର ଟଙ୍କାର ବଣ୍ଡ ବଳରେ ତାଙ୍କୁ ଜାମିନ ଦେଇଥିଲେ ହେଁ ପୁଲିସ୍‌ ନିକଟରେ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧୩ରେ ହାଜର ହେବାକୁ କହିଛନ୍ତି।

ରାଇଗଡ଼ କୋର୍ଟ ଗିରଫଦାରୀକୁ ଯଥାର୍ଥ ବୋଲି କହିବା ସହ ଜାମିନ ନିର୍ଦ୍ଦେଶରେ ସେ ଯେମିତି ନିଜ ବୟାନର ପୁନରାବୃତ୍ତି କରିବେ ନାହଂଁ, ତା’ ଉପରେ ଦୃଷ୍ଟି ଦେବାକୁ କହିଛନ୍ତି। ଏଥିସହ ସେ ପରୋକ୍ଷ କିମ୍ବା ପ୍ରତ୍ୟେକ୍ଷ ଭାବେ ପ୍ରମାଣ ଓ ସାକ୍ଷୀମାନଙ୍କ ସହ କୌଣସି ପ୍ରକାରର ହେରଫେର କରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜାମିନ ଆବେଦନର ଶୁଣାଣି ବେଳେ ପୁଲିସ୍‌ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ମାନକୁ ଜାଣିଶୁଣି ଖରାପ କରିବାକୁ କୌଣସି ଷଡ଼ଯନ୍ତ୍ର କରିଛନ୍ତି କି ନାହିଁ, ସେବିଷୟରେ ପୁଲିସ୍‌ ଖୋଳତାଡ଼ କରିଥାଆନ୍ତା। ତେବେ କୋର୍ଟ କଡ଼ା ଚେତାବନୀ ସହ ରାଣେଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ପାଇଁ କହିବା ପରେ ତାଙ୍କ ନାଁରେ ବିଭିନ୍ନ ସ୍ଥାନରେ ୩୬ଟି ଏଫଆଇଆର ରୁଜୁ ହୋଇଥିଲା। ନାଶିକ ଠାରୁ ମୁମ୍ବାଇ ଯାଏ ସବୁଆଡ଼େ ଏହାକୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏଫଆଇଆର ଆଧାରରେ ତାଙ୍କୁ ମଙ୍ଗଳବାର ଅପରାହ୍ନରେ ରତ୍ନଗିରି ପୁଲିସ୍‌ ଗିରଫ କରିଥିଲା।

ନାରାୟଣ ରାଣେ ରତ୍ନଗିରିର ସଙ୍ଗମେଶ୍ୱର ଠାରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାକୁ ଯାଉଥିଲେ। ଏହି ସମୟରେ ଗୋଟିଏ ପୁଲିସ୍‌ ଟିମ୍‌ ତାଙ୍କ ପାଖରେ ପହଞ୍ଚି କଥାବାର୍ତ୍ତା କରିଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ଥାନାକୁ ଅଣାଯାଇଥିଲା। ସେଠାରେ ବିଧିବଦ୍ଧ ଭାବେ ଗିରଫ କରାଯାଇଥିବା ଘୋଷଣା କରାଯାଇଥିଲା। ନାରାୟଣ ରାଣେ ଜନ ଆଶୀର୍ବାଦ ଯାତ୍ରା ସମୟରେ ଖାଇବାକୁ ବସିଥିଲେ। ଅଧା ଖାଇବାରୁ ପୁଲିସ୍ ତାଙ୍କୁ ଉଠାଇ ଆଣିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।

ରତ୍ନଗିରି ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ରାଇଗଡ଼ ପୁଲିସ ହେପାଜତରେ ଛାଡ଼ିଥିଲା। ରାଇଗଡ଼ ପୁଲିସ୍‌ ତାଙ୍କୁ ସନ୍ଧ୍ୟାରେ ମହଦ ଏମଆଇଡିସି ଥାନକୁ ଆଣିଥିଲା। ଏଠାରେ ଡାକ୍ତରଙ୍କ ଦ୍ୱାରା ଚେକଅପ୍ ଶେଷ ହେବା ପରେ ଶ୍ରୀ ରାଣେଙ୍କୁ ରାତି ପ୍ରାୟ ୧୦ଟା ବେଳେ ମହଦରେ ଥିବା ବାବାସାହେବ ଶୈଖ ପାଟିଲର ମାଜିଷ୍ଟ୍ରେଟ କୋର୍ଟଙ୍କ ଆଗରେ ହାଜର କରାଯାଇଥିଲା।

ପ୍ରଥମେ ତାଙ୍କୁ ଭିଡିଓ କନଫରେନ୍ସିଂରେ ହାଜର କରାଇବାକୁ ଯୋଜନା ହୋଇଥିଲା। କିନ୍ତୁ ଶେଷରେ ରାଣେଙ୍କୁ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା।

The post କେନ୍ଦ୍ରମନ୍ତ୍ରୀଙ୍କ ଗିରଫଦାରୀକୁ ଯଥାର୍ଥ କହିଲେ କୋର୍ଟ, ପୁଲିସ୍‌ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/38d3t84

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages