ସୁଶାନ୍ତ ସିଂଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କ ବଢ଼ିଲା ଅଡୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 11, 2021

ସୁଶାନ୍ତ ସିଂଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କ ବଢ଼ିଲା ଅଡୁଆ

ମୁମ୍ବାଇ: ବଳିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କ ବଢ଼ିଲା ଅଡୁଆ। ଏନ୍‌ଡିପିସି କୋର୍ଟ ପୁଣି ଥରେ ସୁଶାନ୍ତଙ୍କ ରୁମମେଟ୍‌ ସିଦ୍ଧାର୍ଥଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଏନେଇ ସିଦ୍ଧାର୍ଥଙ୍କ ଓକିଲ ପକ୍ଷରୁ ସୂଚନା ମିଳିଛି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକଙ୍କ କହିବା ମୁତାବକ, କୋର୍ଟ ସିଦ୍ଧାର୍ଥଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଏଥିରେ କୌଣସି ଯୋଗ୍ୟତା ନଥିବାରୁ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖାନ କରିଛନ୍ତି। ଏହାପୂର୍ବରୁ ମଧ୍ୟ ପିଠାନୀଙ୍କ ଆବେଦନକୁ ଖାରଜ କରାଯାଇଥିଲା କିନ୍ତୁ ଜୁନ୍ ୨୫ ରେ ତାଙ୍କୁ ବିବାହ ପାଇଁ ପୁଲିସ ହେପାଜତରୁ ବାହାରେ ରହିବାକୁ ଅନୁମତି ଦିଆଯାଇଥିଲା।

ଏହା ପରେ ସିଦ୍ଧାର୍ଥ ଜୁଲାଇ ୨ରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେବେଠାରୁ ସେ ଏନସିବି କଷ୍ଟଡିରେ ଅଛନ୍ତି। ସୂଚନା ମୁତାବକ, ଏନ୍‌ସିବି ପିଠାନୀଙ୍କୁ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଟ୍ରେସ୍‌ କରିଥିଲା। ପରେ ମେ ୨୮ରେ ହାଇଦ୍ରାବାଦରୁ ପିଠାନୀଙ୍କୁ ଗିରଫ କରାଯାଇଥିଲା। ​​କଥିତ ରୂପେ ସୁଶାନ୍ତ ସିଂ ରାଜପୁତଙ୍କ ଡ୍ରଗ୍ସ ମାମଲରେ ସେ ଜଡିତ ଥିବା ଅଭିଯୋଗ ରହିଛି।

ସିଦ୍ଧାର୍ଥ ହେଉଛନ୍ତି ସେହି ପ୍ରଥମ ବ୍ୟକ୍ତି ଯିଏକି ସୁଶାନ୍ତଙ୍କୁ ଗତ ବର୍ଷ ଜୁନ୍‌୧୪ରେ ମୃତ ଅବସ୍ଥାରେ ଦେଖିଥିଲେ। ପରିବାର ସଦସ୍ୟ ଘରେ ପହଞ୍ଚିବା ପୂର୍ବରୁ ହିଁ ସୁଶାନ୍ତଙ୍କ ମୃତଦେହକୁ ତଳକୁ ଓହ୍ଲାଇ ଥିଲେ ସିଦ୍ଧାର୍ଥ।

ସୂଚନ ଯୋଗ୍ୟ ଯେ, ପୂର୍ବରୁ ସୁଶାନ୍ତ ସିଂ ଡ୍ରଗ୍ସ ମାମଲାରେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀ ଏବଂ ସାମିଏଲ ମିରାଣ୍ଡ, ଦୀପେଶ ସାୱନ୍ତ ସମେତ ଅନ୍ୟ ଷ୍ଟାଫ ମେମ୍ବର୍ସଙ୍କୁ ଏନ୍‌ସିବି ଗିରଫ କରିସାରିଛି।

The post ସୁଶାନ୍ତ ସିଂଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କ ବଢ଼ିଲା ଅଡୁଆ appeared first on Odisha Reporter.



from Odisha Reporter https://ift.tt/2VOkbY9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages