ସଲମାନଙ୍କୁ ଅଟକାଇଥିବା ସୋମନାଥଙ୍କୁ ନେଇ ଥମୁନି ଚର୍ଚ୍ଚା, ଆସିଲା ନୂଆ ଟ୍ୱିଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

ସଲମାନଙ୍କୁ ଅଟକାଇଥିବା ସୋମନାଥଙ୍କୁ ନେଇ ଥମୁନି ଚର୍ଚ୍ଚା, ଆସିଲା ନୂଆ ଟ୍ୱିଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନଙ୍କୁ ଅଟକାଇ ଥିବା ସିଆଇଏସ୍‌ଏଫ୍‌ ଅଫିସର ସୋମନାଥଙ୍କୁ ନେଇ ଆସିଲା ନୂଆ ଟ୍ୱିଷ୍ଟ। ବିବାଦ ବଢ଼ିବା ପରେ ଭିନ୍ନ ମୋଡ ନେଲା ମାମଲା। ସତ କ’ଣ ନିଜେ ସ୍ପଷ୍ଟ କଲା ସିଆଇଏସ୍‌ଏଫ୍।

ନିକଟରେ ସଲମାନ ଖାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକାଇ ଯାଞ୍ଚ କରିଥିଲେ ଓଡ଼ିଆ ଯବାନ ସୋମନାଥ ମହାନ୍ତି। ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ପରେ ସିଆଇଏସଏଫ ପକ୍ଷରୁ ସୋମନାଥଙ୍କ ମୋବାଇଲ ଜବତ ହୋଇଥିଲା।  ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସଏଫ ପ୍ରୋଟକଲ ବିରୋଧି ହୋଇଥିବାରୁ ତାଙ୍କର ମୋବାଇଲ ଜବତ କରାଯାଇଥିବା ଜଣାପଡିଥିଲା। ତେବେ ଏହି ଖବରକୁ ଏବେ ସିଆଇଏସ୍‌ଏଫ୍‌ ପକ୍ଷରୁ ଖଣ୍ଡନ କରାଯାଇଛି। ତାଙ୍କ ମୋବାଇଲୋ ଜବତ କରାଯାଇନାହିଁ ବୋଲି ଖୋଦ କହିଛି ସିଆଇଏସ୍‌ଏଫ୍‌।

ସିଆଇଏସ୍‌ଏଫ୍‌ ଟୁଇଟ୍‌ କରି କହିଛି ଯେ, ‘ପ୍ରକୃତରେ ଯବାନ ସୋମନାଥ ମହାନ୍ତିଙ୍କୁ ଦଣ୍ଡିତ କରିଯାଇ ନାହିଁ, ବରଂ ତାଙ୍କୁ ସମ୍ମାନିତ କରାଯାଇଛି। ଏକ ଟୁଇଟ୍‌କୁ ରି-ଟୁଇଟ୍‌ କରି ସିଆଇଏସ୍‌ଏଫ୍ କହିଛି, ଏଥିରେ ଦିଆଯାଇଥିବା ସମସ୍ତ ସୂଚନା ଭୁଲ ଏବଂ ନିରାଧାର। ସତ କଥା ହେଉଛି ଯେ, ସୋମନାଥ ମହାନ୍ତି ତାଙ୍କ କର୍ତ୍ତବ୍ୟକୁ ସଠିକ ଢ଼ଙ୍ଗରେ ପାଳନ କରିଥିବା ଯୋଗୁଁ ତାଙ୍କୁ ପୁରସ୍କୃତ କରାଯାଇଛି।’

ଉଲ୍ଲେଖ ଯୋଗ୍ୟ ଯେ, ଏହି ମାମଲାକୁ ନେଇ ବିବାଦ ବଢ଼ିବା ପରେ ସିଆଇଏସ୍‌ଏଫ୍‌ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି। ଉକ୍ତ ଓଡ଼ିଆ ଯବନାଙ୍କ ବିରୋଧରେ କୌଣସି ବି ପ୍ରକାରର ଆକ୍ସନ ନିଆଯାଇ ନାହିଁ ବଂର ତାଙ୍କୁ ସମ୍ମାନିତ କରାଯାଇଛି।

ସୂଚନା ମୁତାବକ, ଟାଇଗର-ଥ୍ରୀର ସୁଟିଂ ପାଇଁ ଏକ ଘରୋଇ ଜେଟରେ ରୁଷିଆ ଯିବା ଲାଗି  ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ ଅଭିନେତା ସଲମାନ ଖାନ। ଏହି ସମୟରେ ସୁରକ୍ଷା ସମ୍ପର୍କୀତ ଯାଞ୍ଚ ପାଇଁ ଅଟକାଇଥିଲେ ଏହି ଯବାନ। ପ୍ରଶଂସକ ଓ ଫଟୋଗ୍ରାଫରଙ୍କ ଭିଡ଼ ଭିତରେ ସଲମାନ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପାଇଁ ସୋମନାଥ ଅଟକାଇଥିଲେ। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

The post ସଲମାନଙ୍କୁ ଅଟକାଇଥିବା ସୋମନାଥଙ୍କୁ ନେଇ ଥମୁନି ଚର୍ଚ୍ଚା, ଆସିଲା ନୂଆ ଟ୍ୱିଷ୍ଟ appeared first on Odisha Reporter.



from Odisha Reporter https://ift.tt/3zi4NCv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages