ମାର୍ବଲ ଅନଲୋଡ କରୁଥିଲେ, ଚାପି ହୋଇଗଲେ ୨ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 27, 2021

ମାର୍ବଲ ଅନଲୋଡ କରୁଥିଲେ, ଚାପି ହୋଇଗଲେ ୨ ଶ୍ରମିକ

ବୌଦ୍ଧ(ଭାର୍ଜନ ପ୍ରଧାନ):  ମାର୍ବଲ ତଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ବୌଦ୍ଧ ଜିଲ୍ଲା ବୁଟୁପାଲି ରାସ୍ତାରେ ଥିବା ଏକ ଗୋଦାମରେ ଏକ ଟ୍ରକରୁ ମାର୍ବଲ ଅନଲୋଡ କରିବା ସମୟରେ ଏପରି ଅଘଟଣ ଘଟିଛି। ମୃତକଦ୍ୱୟ ହେଲେ ଆଠମଲ୍ଲିକ ମହେନ୍ଦ୍ରପୁରର ବିଶ୍ଵାମିତ୍ର ଦେହୁରୀ ଓ ବାପୁଜିନଗରର ପଞ୍ଚାନନ ନାଏକ।

ସୂଚନାନୁସାରେ,  ଆଜି ବୌଦ୍ଧ ରାଜନପାଲି ଛକରେ ଏକ ଟ୍ରକରୁ ମାର୍ବଲ ଅଲୋଡ୍ କରାଯାଉଥିଲା । ଏହି ସମୟରେ  ହଠାତ ମାର୍ବଲ  ଖସିଯିବାରୁ ତାହା ତଳେ ୨ ଶ୍ରମିକ ଚାପି ହୋଇ ଯାଇଥିଲେ।  ଦୀଘଁ ସମୟ ଚାପି ହୋଇ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ମୃତଦେହ ଉଦ୍ଧାର ସମ୍ଭବ ନ ହେବାରୁ କ୍ରେନ୍‌ ସାହାଯ୍ୟରେ ପ୍ରଥମେ ମାର୍ବଲ  ହଟାଯାଇଥିଲା। ତା’ ପରେ ମୃତକଦ୍ୱୟଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

The post ମାର୍ବଲ ଅନଲୋଡ କରୁଥିଲେ, ଚାପି ହୋଇଗଲେ ୨ ଶ୍ରମିକ appeared first on Odisha Reporter.



from Odisha Reporter https://ift.tt/3gCO8SV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages