ସ୍ତ୍ରୀକୁ ବିଚ୍‌ ରାସ୍ତାରେ ଜାଳି ଦେଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

ସ୍ତ୍ରୀକୁ ବିଚ୍‌ ରାସ୍ତାରେ ଜାଳି ଦେଲା ସ୍ୱାମୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଯିଏ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲା ସିଏ ହିଁ ବିଚ୍‌ ରାସ୍ତାରେ ନିଆଁ ଲଗାଇ ଦେଲା। ଦାମ୍ପତ୍ୟ କଳହର କରୁଣ ପରିଣତି ଭୋଗି ଶେଷରେ ମେଡିକାଲ ବେଡରେ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି ପତ୍ନୀ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା |

ପରିବାରିବ କଳହରୁ ବାପ ଘରେ ରହୁଥିବା  ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ।  ଗୁରୁତର ଅବସ୍ଥାରେ ମହିଳାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।  । ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ |

ଗ୍ରାମର ବି. ମୁକୋଡୁ ଓ ପତ୍ନୀ  ବି. ଆରାମା ଙ୍କ ମଧ୍ୟ୍ୟ ରେ ଝଗଡା ହେବାରୁ ଆରାମା ନିଜ ବାପଘରେ ୩ ପିଲାଙ୍କ ସହ ରହୁଥିଲେ।  ଆଜି ସକାଳୁ ବି. ଆରାମା କାମ କରିବା ପାଇଁ ଯାଉଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ପେଟ୍ରୋଲ ଧରି  ଗାନ୍ଧୀ ଛକ ନିକଟରେ ଛିଡ଼ା ହୋଇଥିଲେ ବି. ମୁକୋଡୁ ।  ସେଠାରେ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହେବାରୁ ପତ୍ନୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ବି. ମୁକୋଡୁ |

ବି. ଆରାମାଙ୍କ ଚିତ୍କାର ଶୁଣି  ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାକୁ ପ୍ରଥମେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ  ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।  ଖବର ପାଇ ପୁଲିସ ପହଞ୍ଚି  ବି. ମୁକୋଡୁକୁ କାବୁ କରିବା ସହ ଥାନାରେ ଅଟକ ରଖି ତଦନ୍ତ ଚଲାଇଛି ।

The post ସ୍ତ୍ରୀକୁ ବିଚ୍‌ ରାସ୍ତାରେ ଜାଳି ଦେଲା ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/3ilybl2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages