ଅଭିନେତ୍ରୀ କହିଲେ- ଟଙ୍କା ନୁହେଁ କେବଳ ପୁଅ ଲୋଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 21, 2021

ଅଭିନେତ୍ରୀ କହିଲେ- ଟଙ୍କା ନୁହେଁ କେବଳ ପୁଅ ଲୋଡ଼ା

ମୁମ୍ବାଇ: ‘ମୋତେ ଟଙ୍କା ଦରକାର ନାହିଁ। କେବଳ ମୋ ପୁଅ ଦରକାର। ମୁଁ କେବଳ ମୋ ପୁଅର କଷ୍ଟଡି ଚାହୁଁଛି। ସେ ମୋ ପାଖରେ ରହୁ। ବେଳେ ବେଳେ ସ୍ୱାମୀ ତାକୁ ଦେଖା କରିବାକୁ ଆସିପାରିବେ।’ ଏଭଳି କିଛି କହିଛନ୍ତି ଟେଲି ଅଭିନେତ୍ରୀ ତଥା ମଡେଲ ନିଶା ରାୱଲ।

ଟେଲି ଅଭିନେତ୍ରୀ ନିଶା ରାୱଲ ଏବଂ ଅଭିନେତା କରଣ ମେହେରା। ଲଗାତର କିଛି ଦିନ ହେବ ଏ ଦୁହେଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏ ଦୁହିଁଙ୍କ ଝଗଡା ଆଉ କାହାକୁ ଅଛପା ନାହିଁ। ନିଶା ତାଙ୍କ ସ୍ୱାମୀ କରଣଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ସେ ଏକ୍ସଟ୍ରା ମେରିଟାଲ ଅଫେଆର ରଖିଥିବା ନିଶା ଦାବି କରିଛନ୍ତି। ଏପରିକି ତାଙ୍କ ବିରୋଧ ଏଫଆଇଆର୍‌ ମଧ୍ୟ ରୁଜୁ କରିଥିଲେ। ଅଭିଯୋଗ ପରେ ପୁଲିସ କରଣଙ୍କୁ ଗିରଫ ମଧ୍ୟ କରିଥିଲା।

ନିଶା ରାୱଲ ଏବଂ ଅଭିନେତା କରଣ ମେହେରା

ସେପଟେ ଏହି ମାମଲାରେ କରଣ ଅଭିଯୋଗ କରିଥିଲେ ଯେ, ପତ୍ନୀ ନିଶା ତାଙ୍କୁ ଆଲୁମିନିରେ ଅଧିକ ଟଙ୍କା ମାଗିଛନ୍ତି, ଯାହା ସେ ଦେଇ ପାରିବେ ନାହିଁ। ଏବେ ନିଶା ଏହି ଆଲୁମିନି ଟଙ୍କାକୁ ନେଇ ଜବାବ ରଖିଛନ୍ତି। ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ନିଶା କହିଛନ୍ତି, ‘ମୋତେ କେବଳ ପୁଅର କଷ୍ଟଡି ଦାରକାର। ଟଙ୍କା ଦାରକାର ନାହିଁ। କାବିଶ (ନିଶା-କରଣଙ୍କ ପୁଅ) କେବଳ ମୋ ସହ ରହିବ ଏବଂ କରଣ ତାକୁ ବେଳେବେଳେ ଦେଖା କରିପାରିବେ। କିନ୍ତୁ କରଣ ଏକଥାରେ ସହମିତି ନୁହନ୍ତି।’

ନିଶା ଆହୁରି କହିଛନ୍ତି, ‘ମୁଁ ଆଲୁମିନି ଚାହେଁ ନାହିଁ। ସେ ମୋତେ କ’ଣ ଦେବେ ଯାହା ମୁଁ ଦେଇ ନାହିଁ? ଆମେ ସବୁକିଛି ଏକାଠି କରିଛୁ। ମୁଁ ବହୁତ କମ୍ ବୟସରୁ ରୋଜଗାର କରିବା ଆରମ୍ଭ କରିଥିଲି। ଯେତେବେଳେ ସେ ‘ୟେ ରିସ୍ତା କ୍ୟା କେହଲତା ହୈ’ର ଅଂଶ ନଥିଲେ ସେତେବେଳେ ମଧ୍ୟ ମୁଁ କରଣଙ୍କୁ ସର୍ବଦା ସମର୍ଥନ କରିଆସୁଥିଲି।’

ଟଙ୍କା ନୁହେଁ ପୁଅର କଷ୍ଟଡି ଚାହୁଁଛନ୍ତି ନିଶା

ସୂଚନା ମୁତାବକ ନିଶାଙ୍କ ସମସ୍ତ ଟଙ୍କା ଗହଣା ଏପରିକି ତାଙ୍କ ମା’ଙ୍କ ପ୍ରପର୍ଟି ପେପର ମଧ୍ୟ କରଣଙ୍କ ପାଖରେ ଅଛି। ଏସବୁ ସେ କରଣଙ୍କ ଠାରୁ ଫେରାଇ ଆଣିବାକୁ ଚାହୁଁଛନ୍ତି। ସେ ତାଙ୍କ ପାଇଁ କିଛି ମାଗୁ ନାହାନ୍ତି, ସେ ସ୍ୱାଧୀନ ଭାବେ ବଞ୍ଚିବାକୁ ଚାହୁଁଛନ୍ତି। ଏଥିସହ ନିଜର ଏବଂ ତାଙ୍କ ପୁଅର ଧ୍ୟନ ରଖିବାକୁ ଚାହୁଁଥିବା ନିଶା କହିଛନ୍ତି। ସେପଟେ ଏନେଇ କିନ୍ତୁ କରଣଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନା ମୁତାବକ ମେ’ ୩୧ ତାରିଖରେ ନିଶା ସ୍ୱାମୀ କରଣ ମେହେରାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହାପରେ ମୁମ୍ବାଇ ପୁଲିସ ଅଭିନେତା କରଣ ମେହେରାଙ୍କୁ ଗିରଫ କରିଥିଲା। ହେଲେ ପରେ ତାଙ୍କୁ ବେଲ୍ ମିଲିଥିଲା। ବେଲ୍ ମିଳିବା ପରେ ମିଡିଆ ଆଗରେ ନିଶା ମିଛ କହୁଥିବା ନେଇ ଅଭିଯୋଗ ଆଣିଥିଲେ। ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଛ ବୋଳି ସେ କହିଥିଲେ। ସେପଟେ ନିଶାଙ୍କ କିଛି ରକ୍ତାକ୍ତ ଫଟୋ ମଧ୍ୟ ସେତେବେଳେ ସାମ୍ନାକୁ ଆସିଥିଲ। କରଣ ତାଙ୍କୁ ମାଡ଼ ମାରିଥିବା ନେଇ ମିଡିଆ ସାମ୍ନାକୁ ଆସି ନିଜେ ନିଶା କହିଥିଲେ।

The post ଅଭିନେତ୍ରୀ କହିଲେ- ଟଙ୍କା ନୁହେଁ କେବଳ ପୁଅ ଲୋଡ଼ା appeared first on Odisha Reporter.



from Odisha Reporter https://ift.tt/3k9IGYE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages