ବିଜିଂ: ପୁଣି ଚାଇନାକୁ ଘାରିଲା କରୋନା ଚିନ୍ତା। ଡରାଲାଣି ମହାମାରୀ। ଯେଉଁଠାରୁ ପ୍ରଥମେ ବାହାରିଥିଲା କରୋନା ପୁଣି ସେହି ସ୍ଥାନରେ ହିଁ ଆତଙ୍କ ଖେଳାଇଛି। ଉହାନରେ ବର୍ଷକ ପରେ ଚିହ୍ନଟ ହୋଇଛନ୍ତି କରୋନ ସଂକ୍ରମିତ। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଉହାନବାସୀ ଭୟଭୀତ ହୋଇପଡିଛନ୍ତି।
ସେପଟେ ଚୀନ୍ର ନାନ୍ଜିଙ୍ଗ ସହରରେ ମଧ୍ୟ କରୋନା ମାମଲା ବଢ଼ିବାରେ ଲାଗିଛି, ଯାହା ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଏବେ ଚୀନ୍ ସରକାର ତତ୍ପର ହୋଇ ଉଠିଛନ୍ତି। ଚୀନ୍ ସରକାର ବଡ ନିଷ୍ପତି ନେଇଛନ୍ତି। ଏଥର କିନ୍ତୁ ପୂର୍ବଭଳି ଆଉ ଭୁଲ ଦୋହରାଇବାକୁ ଚାହୁଁନାହାନ୍ତି ସରକାର। ଉହାନର ସମସ୍ତ ନାଗରିକଙ୍କ କରୋନା ପରୀକ୍ଷା କରିବାକୁ ସରକାର ନିଷ୍ପତି ନେଇଛନ୍ତି।
ଉହାନର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ୧୧ ମିଲିଅନ୍ ଜନସଂଖ୍ୟା ଥିବା ଏହି ସହରର ସମସ୍ତ ବାସିନ୍ଦାଙ୍କ ବ୍ୟାପକ ଟେଷ୍ଟିଂ ଚାଳିଛି। ସହରର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସ୍କ୍ରିନିଂ କରାଯାଉଛି। ଏଥିସହ ଉହାନରୁ ଅନ୍ୟ ସହରରକୁ ଯୋଗାଯୋଗ ରଦ୍ଦ କରାଯାଇଛି।
ସୂଚନା ମୁତାବକ, ଉହାନ ସହରରୁ ନିକଟରେ ୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରେ ପ୍ରବାସୀ ଶ୍ରମିକ ଏବଂ କିଛି ସ୍ଥାନୀୟ ଲୋକ ଅଛନ୍ତି। ଗତବର୍ଷ ଉହାନରୁ କରୋନା ମମଲା ସାମ୍ନାକୁ ଆସିବା ପରେ ପୁରା ସହରରେ କଡା ଲକଡାଉନ୍ ଲାଗୁ କରାଯାଇଥିଲା। ଏଥିସହ ବିମାନ ବନ୍ଦରକୁ ମଧ୍ୟ ବନ୍ଦ କରାଯିବା ସହ ସମସ୍ତ ଉଡାଣ ବାତିଲ କରାଯାଇଥିଲା।
Chinese city of Wuhan to test all residents after first Covid-19 cases in over a year: AFP News Agency
— ANI (@ANI) August 3, 2021
The post ଯେଉଁଠୁ ପ୍ରଥମେ ବହାରିଥିଲା ସେଠି ପୁଣି ଡରାଇଲାଣି କରୋନା appeared first on Odisha Reporter.
from Odisha Reporter https://ift.tt/3C7eKEy
No comments:
Post a Comment