ସରକାରୀ ହସ୍‌ପିଟାଲ୍‌ରେ ରୋଗୀ ଚିକିତ୍ସାରେ ନିୟୋଜିତ ହୋଇପାରିବେନି ଅଣ-ସ୍ୱାସ୍ଥ୍ୟକର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ସରକାରୀ ହସ୍‌ପିଟାଲ୍‌ରେ ରୋଗୀ ଚିକିତ୍ସାରେ ନିୟୋଜିତ ହୋଇପାରିବେନି ଅଣ-ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ଅଣ-ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆଦୌ ନିୟୋଜିତ କରାଯାଇପାରିବ ନାହିଁ। ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାର ମୁଖ୍ୟମାନଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଚିଠିରେ କୁହାଯାଇଛି ଯେ ରୋଗୀଙ୍କ ଚିକିତ୍ସା ବେଳେ ଡାକ୍ତର କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସହାୟତା କରିବା ପାଇଁ କୌଣସି ଅଣ-ସ୍ୱାସ୍ଥ୍ୟକର୍ମୀ ଯେପରି ନିୟୋଜିତ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ୍। ସେହିଭଳି ହସ୍ପିଟାଲ୍ ଆସୁଥିବା ରୋଗୀମାନଙ୍କୁ କେବଳ ପ୍ରାଧିକୃତ ବ୍ୟକ୍ତି ହିଁ ଚିକିତ୍ସା କରିପାରିବେ।

ଗଞ୍ଜାମ ଜିଲ୍ଲାରୁ ଏକ ହସ୍ପିଟାଲ୍ ସଂପର୍କିତ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଏଭଳି ଚିଠି କରାଯାଇଛି। ଚିଠି ଉଲ୍ଲେଖ କରାଯାଇଛି ଯେ ଗଞ୍ଜାମ ଜିଲ୍ଲାରେ ଏକ ହସ୍ପିଟାଲ୍‌ରେ ଡାକ୍ତରଙ୍କ ଅଭାବ ଯୋଗୁ ଜଣେ ସୁରକ୍ଷାକର୍ମୀ ଜଣେ ରୋଗୀଙ୍କ ରକ୍ତଚାପ ମାପିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଡାକ୍ତର ଡ୍ୟୁଟିରେ ଥିଲେ। ସେ ମଧ୍ୟ ଉକ୍ତ ରୋଗୀଙ୍କ ରକ୍ତଚାପ ମାପିଥିଲେ। ତେବେ ଏହି ସମୟରେ ଉକ୍ତ ସୁରକ୍ଷାକର୍ମୀ ତାଙ୍କୁ ସହଯୋଗ କରିଥିଲେ। କିନ୍ତୁ ଏହା ସୁରକ୍ଷାକର୍ମୀଙ୍କ କାର୍ଯ୍ୟ ନୁହେଁ। ସେଥିପାଇଁ ସରକାରୀ ହସ୍ପିଟାଲ୍ ଗୁଡ଼ିକରେ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ନେଇ ଏକ ଭୁଲ୍ ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚିଲା। ଏହି ଘଟଣାକୁ ସରକାର ଗୁରୁତ୍ୱର ସହିତ ବିଚାରକୁ ନେଇଛନ୍ତି। ଏଭଳି ଘଟଣା ଯେପରି ସରକାରୀ ଡାକ୍ତରଖାନା ଗୁଡ଼ିକରେ ପୁନର୍ବାର ନଘଟେ ସେଥିପାଇଁ ଯତ୍ନବାନ ହେବାକୁ ପଡ଼ିବ ବୋଲି ଏହି ଚିଠିରେ ଲେଖାଯାଇଛି।

The post ସରକାରୀ ହସ୍‌ପିଟାଲ୍‌ରେ ରୋଗୀ ଚିକିତ୍ସାରେ ନିୟୋଜିତ ହୋଇପାରିବେନି ଅଣ-ସ୍ୱାସ୍ଥ୍ୟକର୍ମୀ appeared first on Odisha Reporter.



from Odisha Reporter https://ift.tt/3svionb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages