ଇକୋ ଫ୍ରେଣ୍ଡଲି ରାକ୍ଷୀ ପାଲଟିଛି ପ୍ରଥମ ପସନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ଇକୋ ଫ୍ରେଣ୍ଡଲି ରାକ୍ଷୀ ପାଲଟିଛି ପ୍ରଥମ ପସନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇ-ଭଉଣୀ ସମ୍ପର୍କର ନିବିଡ଼ତା ସ୍ୱରୂପ ପ୍ରତି ବର୍ଷ ପାଳିତ ହୋଇଥାଏ ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ସ୍ନେହର ଡୋରି ସଦୃଶ ରାକ୍ଷୀଟିଏ ବାନ୍ଧିବାକୁ ବର୍ଷ ତମାମ ଅପେକ୍ଷା କରିଥାଏ ଭଉଣୀଟିଏ। ରାକ୍ଷୀକୁ ଆଉ ମାତ୍ର ଦୁଇ ଦିନ ଥିବାବେଳେ ବଜାରରେ ରାକ୍ଷୀ କିଣିବାକୁ ଦେଖିବାକୁ ମିଳୁଛି ବେଶ୍‌ ଉତ୍ସାହ। ଏବେ କିନ୍ତୁ ଇକୋ ଫ୍ରେଣ୍ଡଲି ରାକ୍ଷୀ ପ୍ରତି ବଢ଼ିଛି ଆକର୍ଷଣ ।

ପ୍ରିୟଦର୍ଶୀନିଙ୍କ ଦ୍ୱାରା ପ୍ରସ୍ତୁତ ରାକ୍ଷୀ।

ବଜାରରେ ଅନେକ ପ୍ରକାରର ରାକ୍ଷୀ ମିଳୁଥିବାବେଳେ ଭୁବନେଶ୍ୱର ପଟିଆ ଅଂଚଳରେ ରହୁଥିବା ପ୍ରିୟଦର୍ଶିନୀ ଦାଶ ନାମ୍ନୀ ମହିଳା ପ୍ରସ୍ତୁତ କରିଛନ୍ତି ଇକୋ ଫ୍ରେଣ୍ଡଲି ରାକ୍ଷୀ । ବାଉଁଶ ଓ ନିମ୍ବ କାଠ, ବେତ କୋଳି ଓ ବିଭିନ୍ନ ପ୍ରାକୃତିକ ଜିନିଷକୁ ନେଇ ତିଆରି କରିଛନ୍ତି ଏହି ରାକ୍ଷୀ । ଏଥିରେ କୌଣସି ଧାତୁ କିମ୍ବା ରାସାୟନିକ ପଦାର୍ଥର ବ୍ୟବହାର ହୋଇନାହିଁ । ପୂରା ଜୈବିକ ଜିନିଷରେ ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି ରାକ୍ଷୀ ।

ଇକୋ ଫ୍ରେଣ୍ଡଲି ରାକ୍ଷୀ।

 

କେବଳ ରାକ୍ଷୀ ନୁହେଁ ଏହି ସବୁ ସାମଗ୍ରୀକୁ ପଲିସ୍ କରି ଚୁଡି, କାନଫୁଲ, ହାର, ମୁଦି, ମୁଣ୍ଡର କ୍ଲିପ୍ ଭଳି ଭିନ୍ନ ଭିନ୍ନ ଅଳଙ୍କାର ପ୍ରସ୍ତୁତ କରିଛନ୍ତି।  ରଙ୍ଗ ପାଇଁ  ହଳଦୀ, ମେହେନ୍ଦୀ, କଫି, ପିଆଜ ଆଉ ଶାଗ ପତ୍ର ବ୍ୟବହାର ହୋଇଛି  ।  ଏହି କଳାର ପ୍ରସାର ଲାଗି ସେ ରାୟଗଡ଼ାର ୨୫ ଆଦିବାସୀ ଝିଅଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଆଗକୁ ଏହି କଳାକୁ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ କରାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ଇକୋ ଫ୍ରେଣ୍ଡଲି ରାକ୍ଷୀ।

ଏନେଇ ପ୍ରିୟଦର୍ଶିନୀ ଦାସ କହିଛନ୍ତି, ବାଉଁଶ ଉପରେ ବହୁ ଶ୍ରଦ୍ଧା ଥିବାରୁ କିଛି ଇକୋ-ପ୍ରେଣ୍ଡଲି ରାକ୍ଷୀ ତିଆରି କରିଛି। ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ, ଜୁଏଲାରୀ ବି ତିଆରି କରିଛି। ମୋଟା ବାଉଁଶରେ ବେଲ, ତୁଳସୀ, ନିମ୍ବ ଆଦିକୁ ବ୍ୟବହାର କରି ରାକ୍ଷୀ ତିଆରି କରିଛି। ଏହାକୁ ହଳଦି ଦ୍ୱାରା ବଏଲ କରିଛି। ଏହାଦ୍ୱାରା କିଛି ନିଯୁକ୍ତି ମିଳିବା ସହ ଟଙ୍କା ରୋଜଗାର ବି କରିହେବ ଭାବି ଏପରି କରିଛି।

 

The post ଇକୋ ଫ୍ରେଣ୍ଡଲି ରାକ୍ଷୀ ପାଲଟିଛି ପ୍ରଥମ ପସନ୍ଦ appeared first on Odisha Reporter.



from Odisha Reporter https://ift.tt/3gbAfuw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages