ତାଲିବାନର ବହପ, ଓସାମା ବିନ୍‌ ଲାଡେନ ସପକ୍ଷରେ ରଖିଲା ମତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

ତାଲିବାନର ବହପ, ଓସାମା ବିନ୍‌ ଲାଡେନ ସପକ୍ଷରେ ରଖିଲା ମତ

କାବୁଲ: କୁଖ୍ୟାତ୍ ଆତଙ୍କୀ ତଥା ୯/୧୧ ହମଲାର ମାଷ୍ଟରମାଇଣ୍ଡ ଓସାମା ବିନ ଲାଡେନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛି ତାଲିବାନ। ଅଲକାଏଦାର ଏହି କୁଖ୍ୟାତ ଆତଙ୍କୀର ଇସାରାରେ ଆମେରିକାର ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ଭୟଙ୍କା ବିମାନ ଆକ୍ରମଣ ହୋଇଥିଲା।

ଏହି କାରଣ ପାଇଁ ଆମେରିକା ଉଭୟ ତାଲିବାନ ଓ ଅଲକାଏଦ ବିରୋଧରେ ୨୦୦୧ରୁ ଯୁଦ୍ଧ ଘୋଷଣା କରିଥିଲା। ଏପରି କି ପାକିସ୍ତାନରେ ପଶି ଓସାମାକୁ ବି ମାରିଥିଲା। କିନ୍ତୁ ଏବେ ତାଲିବାନ ପୁଣି ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ଆମରିକା ତଥା ବିଶ୍ୱର ପରମ ଶତ୍ରୁ ଓସାମା ସପକ୍ଷରେ ଯୁକ୍ତ ରଖିଛି।

ତାଲିବାନର ମୁଖପାତ୍ର ଜୈବହୁଲ୍ଲା ମୁଜାହିଦ କହିଛନ୍ତି, ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକା ଉପରେ ହୋଇଥିବା ଆକ୍ରମଣ ପଛରେ ଓସାମର ହାତ ଥିବା କୌଣସି ପ୍ରମାଣ ମିଳିନାହିଁ। ଓସାମା ବିନ୍‌ ଲାଡେନ ଯେତେବେଳେ ଆମେରିକା ପାଇଁ ବଡ଼ ପ୍ରସଙ୍ଗ ପାଲଟିଥିଲା ସେତେବେଳେ ସେ ଆଫଗାନିସ୍ତାନରେ ରହିଥିଲା। ତଥାପି ସେ ଆମେରିକା ଉପରେ ହମଲା କରାଇଥିବା କୌଣସି ପ୍ରମାଣ ମିଳି ନାହିଁ।

ଘଟଣାକୁ ଇତି ମଧ୍ୟରେ ୨୦ ବର୍ଷ ବିତିଗଲାଣି। ହେଲେ ଓସାମା ହମଲାରେ ସାମିଲ ଥିବାର କୌଣସି ପ୍ରମାଣ ମିଳିନି। ପ୍ରମାଣ ନ ଥିବା ଘଟଣାକୁ ନେଇ ଯୁଦ୍ଧ ହେଲା। ଏହାକୁ ଠିକ୍‌ ବୋଲି ଦର୍ଶାଗଲା। ଯୁଦ୍ଧର କୌଣସି ଆବଶ୍ୟକ ନଥିଲା। କେବଳ ଯୁଦ୍ଧକୁ ଯଥାର୍ଥ ବୋଲି ସାରା ବିଶ୍ୱକୁ ଜଣାଇବା ପାଇଁ ଓସାମାକୁ ବ୍ୟବହାର କରାଯାଇଥିଲା ବୋଲି ସେ କହିଛନ୍ତି।

ଏଥିସହ ତାଲିବାନ ଆଫଗାନକୁ ଦଖଲ କରିବା ପରେ ପୁଣି ଆତଙ୍କୀ କାର୍ଯ୍ୟକଳାପ ବଢ଼ିବ ବୋଲି ଯେଉଁ ଆକଳନ କରାଯାଉଛି, ତା’ ଉପରେ ମୁଜାହିଦ ପୁଣିଥରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଆମେ ପୂର୍ବରୁ ମଧ୍ୟ କହି ସାରିଛି ଓ ଏବେ ବି କହୁଛୁ ଯେ ଆଫଗାନ ମାଟିକୁ କୌଣସି ଦେଶ ବିରୋଧରେ କାହାକୁ ବି ବ୍ୟବହାର କରିବାକୁ ଦିଆଯିବନି।

୨୦୦୪ରେ ସାମ୍ନାକୁ ଆସିଥିବା ଅଡିଓରେ ଲାଡେନ ସେପ୍ଟେମ୍ବର ୧୧ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଉଥିବା ଜଣାପଡ଼ିଥିଲା। ୨୦୦୧ ଘଟଣା ପରେ ହିଁ ଆମେରିକା ଲାଡେନକୁ ଏଥିପାଇଁ ଦାୟୀ କରି ସାରିଥିଲା। ହମଲାର ପରେ ସେ ଆଫଗାନରେ ଲୁଚି ରହିଥିଲା। ସେତେବେଳେ ତାଲିବାନ ଆଫଗାନରେ ଶାସନ କରୁଥିଲା। ତେଣୁ ଆମେରିକା ତାଲିବାନକୁ ଲାଡେନର ମୁଣ୍ଡ ମାଗିଥିଲା।

କିନ୍ତୁ ତାଲିବାନ ଏଥିରେ ରାଜି ନ ହେବାରୁ ଆମେରିକା ସୈନ୍ୟ ଆଫଗାନ ଯାଇ ତାଲିବାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ। ଏସବୁ ଭିତରେ ଲାଡେନ ପାକିସ୍ତାନ ଚାଲି ଯାଇଥିଲା। ସେଠାକାର ଅବୋଟ୍ଟାବାଦରେ ସେ ଲୁଚି ଥିବା ବେଳେ ଆମେରିକା ସେନା ୨୦୧୧ ମସିହା ମେ’ ୧ରେ ସର୍ଜିକାଲ ଷ୍ଟ୍ରାଇକ କରି ତା’କୁ ହତ୍ୟା କରିଥିଲା। ଏହା ସତ୍ତ୍ୱେ ତାଲିବାନ ଏବେ ଓସାମା ବିନ୍‌ ଲାଡେନ ସପକ୍ଷରେ ଯୁକ୍ତି ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

The post ତାଲିବାନର ବହପ, ଓସାମା ବିନ୍‌ ଲାଡେନ ସପକ୍ଷରେ ରଖିଲା ମତ appeared first on Odisha Reporter.



from Odisha Reporter https://ift.tt/2UTOsFa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages