କନ୍ନୌର: ହିମାଚଳ ପ୍ରଦେଶର କନ୍ନୌରଠାରେ ବୁଧବାର ଘଟିଥିବା ଭୟଙ୍କର ଭୂସ୍ଖଳନ ଯୋଗୁ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚିଛି। ଏବେ ବି ୩୦ ଜଣ ଲୋକଙ୍କ ପତ୍ତା ମିଳୁନି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାରର ପ୍ରୟାସ କରାଯାଉଛି। ମାଟି ଅତଡ଼ା ତଳେ ଏକାଧିକ ଗାଡ଼ି ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
ବୁଧାବର ମଧ୍ୟାହ୍ନରେ ପେଓ-ଶିମଲା ଜାତୀୟ ରାଜପଥରେ ହଠାତ୍ ଭୂସ୍ଖଳନ ହେବା ପରେ ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖଣ୍ଡ ଖସିବା ଆରମ୍ଭ ହୋଇଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ଗୋଟିଏ ଯାତ୍ରୀବାହୀ ବସ୍, ଗୋଟିଏ ଟ୍ରକ୍ ଓ କିଛି କାର୍ ମାଟି ଅତଡ଼ା ତଳେ ଚାପି ହୋଇ ଯାଇଥିଲେ। ବସ୍ଟି ଶିମଲା ଯାଉଥିବା ବେଳେ ଏପରି ଘଟଣା ଘଟିଛି। ଏହା ମଧ୍ୟରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ।
ଉଦ୍ଧାରକାରୀ ଦଳ ମାଟି ଅତଡ଼ା ତଳୁ ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରି ହସ୍ପିଟାଲ ନେଇଛନ୍ତି। ସେହିପରି ୧୩ ଜଣଙ୍କ ମୃତଦେହ ମିଳିଛି। ଏବେ ବି ୨୫ରୁ ୩୦ ଜଣ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ମାଟି ଅତଡ଼ା ଧସିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ପାହାଡ଼ରୁ ବଡ଼ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା ଖସିବା ସହ ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକ କେମିତି ଏହା ତଳେ ଚାପି ହୋଇ ଯାଉଛନ୍ତି, ତା’ର ଦୃଶ୍ୟ ରହିଛି।
ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଆଇଟିବିପିର ୨୦୦ ଜଣ ଯବାନ ମୁତୟନ ହୋଇଛନ୍ତି। ବୁଧବାର ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ଆଜି ସକାଳେ ମଧ୍ୟ ଯବାନମାନେ ମାଟି ଅତଡ଼ା ତଳୁ ଲୋକଙ୍କ ସନ୍ଧାନ କରୁଛନ୍ତି। ଉକ୍ତ ଅଞ୍ଚଳରେ ଏବେ ବି ପାହଡ଼ରୁ ମାଟି ଓ ପଥର ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେବାରେ ଲାଗିଛି।
Landslide in Himachal’s Kinnaur hits a bus and a truck, several feared trapped. ITBP team rushed for rescue ops. @IndiaToday pic.twitter.com/J2dJrHWFkT
— Shiv Aroor (@ShivAroor) August 11, 2021
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ କଥା ହୋଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
PM @narendramodi spoke to Himachal Pradesh CM @jairamthakurbjp regarding the situation in the wake of the landslide in Kinnaur. PM assured all possible support in the ongoing rescue operations.
— PMO India (@PMOIndia) August 11, 2021
The post ଭୟଙ୍କର ଭୂସ୍ଖଳନରେ ଗଲାଣି ୧୩ ଜୀବନ, ଏବେ ବି ୩୦ ଜଣଙ୍କ ପତ୍ତା ମିଳୁନି appeared first on Odisha Reporter.
from Odisha Reporter https://ift.tt/3fVI3jM
No comments:
Post a Comment