କପିଲଙ୍କ ଗୋଡ଼ ଛୁଇଁଲେ ଅକ୍ଷୟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 7, 2021

କପିଲଙ୍କ ଗୋଡ଼ ଛୁଇଁଲେ ଅକ୍ଷୟ!

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ଗୋଡ଼ ଛୁଇଁଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର।  କପିଲଙ୍କ ଗୋଡ ଛୁଇଁ ଅକ୍ଷୟ ନେଲେ ଆଶୀର୍ବାଦ। ଅକ୍ଷୟଙ୍କ ଏଭଳି ଗୋଡ ଛୁଇଁବା ଫଟୋ ଏବେ ସାମ୍ନାକୁ ଆସିଛି। କପିଲ ଶର୍ମା ନିଜେ ଏହି ଫଟୋକୁ ସେଆର କରିଛନ୍ତି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

ଫଟୋକୁ ସେଆର କରି ସେ କ୍ୟାପସନରେ ଲେଖିଛନ୍ତି `ସୁପ୍ରସିଦ୍ଧ ଫିଲ୍ମ ଅଭିନେତା ଅକ୍ଷୟ କୁମାର ତାଙ୍କ ଅପ୍‌କମିଂ ଫିଲ୍ମ ବେଲ୍‌ବଟମ୍‌ ପାଇଁ ଆଶୀର୍ବାଦ ନେଉଛନ୍ତି।’ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କମେଡି କିଙ୍ଗଙ୍କ ‘ଦ କପିଲ ଶର୍ମା ଶୋ’। ଅଗଷ୍ଟ ୨୧ରେ ଦ କପିଲ ଶର୍ମା ଶୋ’ ଅନ୍‌ ଏୟାର ହେବ। ତେବେ ଏହା ପୂର୍ବରୁ ଶନିବାର ମୁମ୍ବାଇରେ ଶୋ’ର ପ୍ରଥମ ଏପିସୋଡର ସୁଟିଂ ଆରମ୍ଭ ହୋଇଯାଇଛି। ଆଉ ଏହି ଶୋ’ର ପ୍ରଥମ ଅତିଥି ରୂପେ ଯୋଗ ଦେଇଥିଲେ ଅକ୍ଷୟ କୁମାର। କପିଲଙ୍କ ଶୋ’ ଜରିଆରେ ଅକ୍ଷମ ତାଙ୍କ ଅପକମିଂ ଫିଲ୍ମ `ବେଲ୍‌ ବଟମ୍‌’ର ପ୍ରମୋସନ୍‌ କରିଛନ୍ତି।

ଏହାପୂର୍ବରୁ ଶନିବାର ଦିନ ଅଭିନେତ୍ରୀ ଅର୍ଚ୍ଚନା ପୁରନ୍‌ ସିଂ ଏକ ଭିଡିଓ ସେଆର କରି ଶୋ’ର ସୁଟିଂ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଥିଲେ। ପାଖାପାଖି ଦେଢ଼ ମିନିଟ୍‌ର ଏକ ଭିଡିଓ ସେଆର କରି ଅର୍ଚ୍ଚନା ସୋଶାଲ ମିଡିଆରେ ଶୋ’ ସହ ଜଡିତ ଅପ୍‌ଡେଟ୍‌ ଦେଇଥିଲେ।

ସୂଚନା ମୁତାବକ, ମହାମାରୀ କରୋନା ଯୋଗୁ ଦୀର୍ଘ ଦିନ ହେବ କପିଲ ଶର୍ମା ଶୋ’କୁ ବନ୍ଦ କରିଦିଆଯାଇଥିଲା। ଏଥିସହ କପିଳ ମଧ୍ୟ ନିଜ ପରିବାର ସହ ସମୟ ବିତାଇବା ପାଇଁ ସୁଟିଂରୁ ବ୍ରେକ ନେବାକୁ ଚାହୁଁଥିଲେ।

 

View this post on Instagram

 

A post shared by Kapil Sharma (@kapilsharma)

The post କପିଲଙ୍କ ଗୋଡ଼ ଛୁଇଁଲେ ଅକ୍ଷୟ! appeared first on Odisha Reporter.



from Odisha Reporter https://ift.tt/3xyTtjD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages