ବାରିପଦା(ମାଣିକଲାଲ ପାଣି): କୋଭିଡ କଟକଣା କେବଳ ସାଧାରଣ ଲୋକଙ୍କ ପାଇଁ । ଏହି କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି ନେତା, ମନ୍ତ୍ରୀ। ପୁଲିସ୍ ସମ୍ମୁଖରେ ଏସବୁ ଚାଲିଥିଲେ ବି ଚୁପ୍ ବସିଛି ପୁଲିସ୍।
ମୟୂରଭଂଜ ଜିଲ୍ଲା ଉଦଳାରେ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ଆୟୋଜିତ ସମାବେଶରେ ସଭା ଉପରେ ଏକାଠି ହୋଇଥିଲେ ଶାସକ ଦଳର ବିଧାୟକ, ସାଂସଦ ଓ ନେତା । ଉଦଳା ବିଦୁବାଗାନ ପଡିଆରେ ଆୟୋଜିତ ହୋଇଥିଲା ଏହି ଉତ୍ସବ । ଏଥିରେ ଯୋଗ ଦେଇଥିଲେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଜ୍ୟ କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ସମେତ ଅନେକ ପ୍ରମୁଖ ନେତା ।
ତେବେ ଏହି ସମୟରେ ଅଧିକାଂଶଙ୍କ ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ମଧ୍ୟ ପାଳନ ହୋଇନଥିଲା । ଆୟୋଜିତ ସମାବେଶରେ ପ୍ରାୟ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ସମାବେଶକୁ ଆସିଥିବା ଲୋକଙ୍କ ମଧ୍ୟରୁ ଅନେକ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଲିଥିଲା ।
ତେବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଏବଂ କୃଷି ନିଗମ ଅଧ୍ୟ ଦେବାଶିଷ ମହାନ୍ତି ଆୟୋଜିତ ସଭାରେ କୌଣସି ପ୍ରକାର କୋଭିଡ୍ ନିୟମର ଉଲ୍ଲଂଘନ ହୋଇନଥିବା କହିଛନ୍ତି । କୌଣସି ପ୍ରକାରେ କୋଭିଡ ନିୟମ ଉଲ୍ଲଘଂନ ହୋଇନି। ସାମାଜିକ ଦୂରତା ରକ୍ଷା କରାଯାଇଛି । ଯାହା ହୋଇଛି କୋଭିଡ ନିୟମ ପାଳନ କରି ହୋଇଛି ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ।
The post ସଭାରେ ମାଳ ମାଳ ନେତା, ମନ୍ତ୍ରୀ; ମୁହଁରେ ମାସ୍କ ନାହିଁ, କହିଲେ ଓଲଟା… appeared first on Odisha Reporter.
from Odisha Reporter https://ift.tt/3xv1GW9
No comments:
Post a Comment