ଟୋକିଓ: କରୋନା ମହାମାରୀ ଭଳି ସଙ୍କଟ ସମୟରେ ଆୟୋଜିତ ହେଉଛି ଟୋକିଓ ଅଲିମ୍ପିକ୍ସ ଗେମ୍ସ। ଏହି କ୍ରୀଡ଼ା ମହାକୁମ୍ଭ ପାଇଁ କଡ଼ା କୋଭିଡ୍ ନିୟମାବଳୀ କରାଯାଇଛି। ଯଦି କେହି ଏହି ନିୟମ ଭାଙ୍ଗନ୍ତି, ତାହେଲେ ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ନିୟମ ଭାଙ୍ଗୁଥିବା ଖେଳାଳି, ଷ୍ଟାଫ୍ ଓ ଅନ୍ୟମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି। ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।
ଟୋକିଓ ଅଲିମ୍ପିକ୍ସରେ କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ ହୋଇଥିବା ନିୟମର ଉଲ୍ଲଙ୍ଘନ କରିଥିବା ୬ ଖେଳାଳିଙ୍କୁ ବାହାର କରି ଦିଆଯାଇଛି, ଯେଉଁଥିରେ ଦୁଇ ରୌପ୍ୟ ପଦକ ବିଜେତା ମଧ୍ୟ ସାମିଲ୍ ଥିବା ଟୋକିଓ ଅଲିମ୍ପିକ୍ସ ଆୟୋଜକ କହିଛନ୍ତି।
ଏହି କ୍ରୀଡ଼ା ମହାକୁମ୍ଭର ମୁଖ୍ୟ କାର୍ଯ୍ୟକାରୀ ତୋଶିରୋ ମୁତୋ କହିଛନ୍ତି, ଜର୍ଜିଆର ଦୁଇ ଜୁଡୋ ଖେଳାଳି ବାହାରକୁ ବୁଲିବାକୁ ଚାଲିଯାଇଥିଲେ, ଯାହା ଦ୍ୱାରା ଏମାନେ ଅଲିମ୍ପିକ୍ସରେ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରୋଟୋକଲ ସମ୍ବନ୍ଧିତ ପ୍ଲେବୁକର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରିଛନ୍ତି। ଜର୍ଜିଆର ଏହି ଦୁଇ ଖେଳାଳି ହେଲେବାଜା ମାର୍ଗଭେଲାଶଭିଲି ଓ ଲାଶା ଶାଭଦାତୁଆଶଭିଲି।
ମଙ୍ଗଳବାର ଇଭେଣ୍ଟ ଶେଷ ହେବା ପରେ ଦୁହିଁଙ୍କୁ ଟୋକିଓ ଟାୱାର ନିକଟରେ ଦେଖିବାକୁ ମିଳିଥିଲା। ଏଥିପାଇଁ ଜର୍ଜିଆ ଦୂତାବାସ କ୍ଷମା ମାଗିଥିବା ମୁତୋ କହିଛନ୍ତି। ତେବେ ବାକି ଚାରି ଜଣଙ୍କ ମଧ୍ୟରୁ ଆମେରିକା ଓ ବ୍ରିଟେନର ଠିକାଦାର ସାମିଲ୍ ଅଛନ୍ତି, ଯେଉଁମାନେ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ କୋକିନର ସେବନ କରୁଥିବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
The post ଅଲିମ୍ପିକ୍ସରେ ନିୟମ ଭାଙ୍ଗିଲେ, ୨ ରୌପ୍ୟ ବିଜେତା ଆଉଟ୍ appeared first on Odisha Reporter.
from Odisha Reporter https://ift.tt/3jcpSHG
No comments:
Post a Comment