କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଗତ ୧୬ ତାରିଖରେ ଓଡ଼ିଶା ନେତା ଏବଂ ପ୍ରଶାସନର ଜୋରଦାର ବିରୋଧ ଯୋଗୁ ପଛଘୁଞ୍ଚା ଦେଇଥିବା ଆନ୍ଧ୍ର ପୁଣି ଧସେଇ ପଶିଛି କୋଟିଆ ଗ୍ରାମପୁଞ୍ଚରେ । ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
ଆନ୍ଧ୍ର ପକ୍ଷରୁ ପଟୁସିନେରୀ ପଞ୍ଚାୟତ ଗୃହ, ଆରୋଗ୍ୟ ଭବନ ଓ ଅଙ୍ଗନବାଡି କେନ୍ଦ୍ରର ଶୁଭ ଦିଆଯାଇଥିବାବେଳେ ଫଗୁଣସିନେରୀରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଓ କୃଷକ ଭରସା କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ, କୋଟିଆ ପଂଚାୟତର କୋନାଦୋରା ଓ ସଲପଗୁଡାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ବି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ପି.କୁର୍ମନାଥ ଓ ବିଭିନ୍ନ ସରକାରୀ ଅଧିକାରୀ ।
କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶକୁ କଡା ବିରୋଧ କରିଛନ୍ତି ତାରା ପ୍ରସାଦ ବାହିନୀ ପତି । ଚୋରଙ୍କ ଭଳି ଆସି ଯାଉଛନ୍ତି ଆନ୍ଧ୍ର ଅଧିକାରୀ । ଆନ୍ଧ୍ର ର ଏଭଳି କାମକୁ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ କହିଲେ ତାରା । କୋରାପୁଟ ଜିଲ୍ଲାର ସର୍ବସାଧାରଣ କୋଟିଆ ମାଟିର ସୁରକ୍ଷା ପାଇଁ ବଦ୍ଧପରିକର । ତାର ନିଦର୍ଶନ ଗତ ୧୬ ତାରିଖ ଦିନ କୋଟିଆରେ ଦେଖାଯାଇଛି । ଏଣିକି କୋଟିଆ ଲୋକଙ୍କ ଦ୍ୱାରା ହିଁ ଜବାବ ଦିଆଯିବ । ଯାହା ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ ଆନ୍ଧ୍ର ଦାୟି ରହିବ ବୋଲି ସେ ଆନ୍ଧ୍ରକୁ ଚେତାବନୀ ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଆନ୍ଧ୍ର ପ୍ରଶାସନ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ଯୋଜନା କରିଥିଲା । କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଦଳର ନେତା ଏକଜୁଟ୍ ହୋଇ ଘୋର ବିରୋଧ କରିବାରୁ କାର୍ଯ୍ୟକ୍ରମ ବାତିଲ କରି ଫେରି ଯାଇଥିଲେ ଆନ୍ଧ୍ର ସାଲୁରର ବିଧାୟକ ଓ ସରକାରୀ ଅଧିକାରୀ ।
ଓଡ଼ିଶା ମାଟି କଥା ଉଠିଲେ ସବୁ ଦଳ ଏକ ହୋଇ ଛିଡ଼ା ହେଉଛନ୍ତି। ହେଲେ ଆନ୍ଧ୍ର ସରକାର ସଚେତନ ନ ହେଲେ ହେଲେ ଆନ୍ଧ୍ରର ବହୁ ଗାଁ, ପଞ୍ଚାୟତ ଓଡ଼ିଶାରେ ମିଶିଯିବ ବୋଲି କହିଛନ୍ତି ବିଜେଡି ନେତା ଈଶ୍ୱର ସୁନ୍ଦର ପାଣିଗ୍ରାହୀ
The post ପଛଘୁଞ୍ଚା ଦେଇଥିଲା, ପୁଣି ଧସେଇ ପଶିଲା ଆନ୍ଧ୍ର appeared first on Odisha Reporter.
from Odisha Reporter https://ift.tt/3CYo91P
No comments:
Post a Comment